ଇଣ୍ଡିଆ ମେଣ୍ଟ: ପ୍ରାର୍ଥୀ ଦେବାକୁ ଦାବିକଲା ସିପିଆଇ (ଏମ୍‌ଏଲ୍‌)

ଗୁଣପୁର,୨୧ା୩(ପ୍ରଦୀପ କୁମାର ପାଢ଼ୀ): କୋରାପୁଟ ଲୋକ ସଭା ସହ ଗୁଣପୁର ବିଧାନସଭା ନିର୍ବାଚନ ମେ’ ୧୩ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଦଳ ପକ୍ଷରୁ ମେଣ୍ଟ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛ। ଇଣ୍ଡିଆ ମେଣ୍ଟରେ ବାମଦଳ ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ଦଳ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିବା ପାଇଁ ମନସ୍ଥ କରିଛି। ଏହି କ୍ରମରେ ସିପିଆଇ(ଏମ୍‌ଏଲ୍‌) ଲିବରେଶନ ପକ୍ଷରୁ ରାୟଗଡ଼ା ଜିଲାର ଗୁଣପୁର ଏବଂ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଦେବାକୁ ଦାବି ରଖାଯାଇଥିବା ସିପିଆଇ(ଏମ୍‌ଏଲ୍‌) ଜିଲା ସମ୍ପାଦକ ତ୍ରିପତି ଗମାଙ୍ଗ ପ୍ରକାଶ କରିଛନ୍ତି। ଯଦି ଓଡ଼ିଶାରେ କଂଗ୍ରେସ ସହ ସିପିଆଇ(ଏମ୍‌ଏଲ୍‌)ର ମେଣ୍ଟ ହୁଏ ଏବଂ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ସିପିଆଇ(ଏମ୍‌ଏଲ୍‌) ପକ୍ଷକୁ ଯାଏ ତେବେ କଂଗ୍ରେସର ଆଶାୟୀ ପ୍ରାର୍ଥୀ କ’ଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ।

ଏକଦା ଏହି ଅଞ୍ଚଳ କଂଗ୍ରେସର ଗଡ଼ ଥିଲା। ୧୯୯୦ରେ ଜନତା ଦଳ କଂଗ୍ରେସ ଗଡ଼ ଭାଙ୍ଗିବାରେ ସଫଳ ହୋଇଥିଲା। ଏହାପରେ ୧୯୯୫, ୨୦୦୪ରେ କଂଗ୍ରେସ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। ଅନ୍ୟ ସମସ୍ତ ନିର୍ବାଚନରେ ବିଜେଡି ବିଜୟୀ ହୋଇଛି ଏବଂ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି। ଏପରି ରାଜନୈତିକ ଘଟଣା କ୍ରମ ମଧ୍ୟରେ ୨୦୨୪ର ସାଧାରଣ ନିର୍ବାଚନ ହେବାକୁ ଯାଉଛି। ସିପିଆଇ(ଏମ୍‌ଏଲ୍‌) ବର୍ଷର ଅନେକ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ନିଜ ସ୍ଥିତି ସୁଦୃଢ଼ ରଖିଛି। ତେଣୁ ମେଣ୍ଟ ହେଲେ ଏହି ଆସନ ପାଇଁ ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥୀ ଦେବାକୁ ଦାବି କରାଯାଉଥିବା ତ୍ରିପତି ଗମାଙ୍ଗ କହିଛନ୍ତି। ଯଦି ସେପରି ନ ହୁଏ ତେବେ ଏଠାରେ କଂଗ୍ରେସକୁ ବିରୋଧ କରି ବିଧାୟକ ଏବଂ ଏମ୍‌ପି ପ୍ରାର୍ଥୀ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଓଡ଼ିଶାରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନ ଥିବା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଏବଂ ଜିଲା ସଭାପତି ବିଜୟ କୁମାର ଗମାଙ୍ଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଉଭୟ ଦଳର ଏପରି ମତ ପରେ ଆଗାମୀ ଦିନରେ ମେଣ୍ଟ ନେଇ କ’ଣ ଘଟୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri