ପ୍ରଶାନ୍ତଙ୍କୁ ନେଇ ଅଡ଼ୁଆରେ ଭାଜପା

ଖୋର୍ଦ୍ଧା,୧୪ା୩ (ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ବହିଷ୍କୃତ ହେବା ପରେ ପୁଣି ଦଳକୁ ଫେରିବେ ବୋଲି ଆଶା ବାନ୍ଧିଥିଲେ। ଦଳୀୟ କର୍ମୀ, ନେତାଙ୍କ ସହ ସୁସମ୍ପର୍କ ସତ୍ତ୍ୱେ ଚେଷ୍ଟା କରି ମଧ୍ୟ ଦଳକୁ ଫେରିପାରି ନ ଥିଲେ। ଶେଷରେ ବାଧ୍ୟ ହୋଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ସହ କଥା ହୋଇ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ବିଧିବଦ୍ଧ ଭାବେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ସାମିଲ ହୋଇଥିଲେ। ହେଲେ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା କର୍ମୀଙ୍କ ମଧ୍ୟରେ ତାଙ୍କୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଫଳରେ ଭାଜପା ଭିତରୁ ତାଙ୍କୁ ବିରୋଧ ହେଉଥିବା ଓ ଆଗକୁ ଦଳ ଅଖାଡ଼ୁଆ ସ୍ଥିତିରେ ପଡ଼ିପାରେ ବୋଲି ଆଲୋଚନା ହେଲାଣି।

ପ୍ରଶାନ୍ତ ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଗାଳିଗୁଲଜ, ଆକ୍ରମଣ କରିବା ସହ ପଞ୍ଚାୟତ ଓ ଏନ୍‌ଏସି ନିର୍ବାଚନ ପ୍ରଚାର ବେଳେ ଭାଜପା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିସହିତ ବାଣପୁର ପଲଟନ ପଡ଼ିଆରେ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣା ଚାରିଆଡ଼େ ବ୍ୟାପୀ ଯାଇଥିଲା। ଏପରିକି ବିଜେଡି ମଧ୍ୟ ସେହି ସମୟରେ ଏହାକୁ ନିନ୍ଦା କରିଥିଲା। ପ୍ରଶାନ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତରରେ ଭାଜପା ତୁମ୍ବିତୋଫାନ କରିବା ସହ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ବହୁ ସଂଖ୍ୟାରେ ଘେରାଉ ମଧ୍ୟ କରିଥିଲେ। ୨୦୧୯ ନିର୍ବାଚନରେ ବିଜେଡି ଟିକଟରେ ପ୍ରଶାନ୍ତ ଲଢ଼ି ବିଜୟ ଲାଭ କରିବା ଠାରୁ ପରବର୍ତ୍ତୀ ସମୟରେ ଏକାଧିକ ଘଟଣାରେ ଭାଜପା କର୍ମୀ ଏବଂ ପ୍ରଶାନ୍ତ ମୁହାଁମୁହିଁ ହୋଇଥିଲେ। ଏଥିପାଇଁ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ସର୍ବଭାରତୀୟସ୍ତରରେ ନିନ୍ଦିତ ହେଲା ବୋଲି ଭାଜପାର ନେତୃବୃନ୍ଦ ଗଣମାଧ୍ୟମ ଆଗରେ ଭାଷଣ ଦେଉଥିଲେ। ପ୍ରଶାନ୍ତ ଭାଜପାରେ ସାମିଲ ହେବା ପରେ ଚିଲିକା ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀ ଏହାକୁ ସହଜରେ ହଜମ କରିପାରୁନାହାନ୍ତି। ଏପରିକି ଏକାଧିକ କର୍ମୀ ଶାସକ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ସହ ଯୋଗାଯୋଗରେ ରହିଥିବା ଏବଂ ଖୁବ୍‌ଶୀଘ୍ର ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଲାଣି ।

ପ୍ରକାଶ ଯେ, ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ସୁପ୍ରିମକୋର୍ଟ ପ୍ରଶାନ୍ତଙ୍କୁ ଏକ ବର୍ଷ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ ଓ ସଭାସମିତି ଉପରେ କଟକଣା ଜାରି କରିଥିଲେ। ଯଦିଓ ଏହି ଆଦେଶନାମାକୁ ଏକ ବର୍ଷ ପୂରିଲାଣି, ପ୍ରଶାନ୍ତ ଏଯାବତ୍‌ ଚିଲିକା ଅଞ୍ଚଳରେ ବଡ଼ ସମାବେଶ, ଶୋଭାଯାତ୍ରା କରି ନ ଥିଲେ। ଏବେ ଭାଜପାରେ ମିଶିବା ପରେ ଖୋର୍ଦ୍ଧା ଏବଂ ଚିଲିକାରେ ଏକ ବଡ଼ ସମାବେଶ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ସେ ଏକପ୍ରକାର ନିଜ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦଳରେ ଏକ ଗୋଷ୍ଠୀ ପ୍ରଶାନ୍ତଙ୍କ ନେତୃତ୍ୱକୁ ମାନିନେଇ ପାରୁନାହାନ୍ତି। ଫଳରେ ଆଗାମୀ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି।

ପ୍ରଶାନ୍ତ ଜିଲା ପରିଷଦ ଚେୟାରମ୍ୟାନ ପରେ ଯୋଜନା କମିଟି ସଭାପତି, ୨୦୧୪ରେ ବେଗୁନିଆ ବିଧାୟକ ହୋଇଥିବା ବେଳେ ୨୦୧୯ରୁ ଚିଲିକା ବିଧାୟକ ଅଛନ୍ତି। ଫଳରେ ଚିଲିକା ସମେତ ଖୋର୍ଦ୍ଧା ଓ ବେଗୁନିଆରେ ତାଙ୍କର ଲୋକପ୍ରିୟତା ରହିଛି। ସବୁଠି ପ୍ରଶାନ୍ତଙ୍କ ଦଖଲ ରହିଥିଲେ ମଧ୍ୟ ତାଙ୍କ ମନମୁଖି କାର୍ଯ୍ୟ ଭାଜପାର କେତେଜଣ କର୍ମୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଏ ଦିଗରେ କିଛି ଉନ୍ନତି ନ ଘଟିଲେ, ସେ ଭାଜପା ପାଇଁ ଅଡ଼ୁଆ ହେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?