Posted inଖେଳ

ଇନିଂସ ପରାଜୟ ଦ୍ୱାରରେ ଓଡ଼ିଶା

ଭୁବନେଶ୍ୱର, ୯।୧୧ (ତପନ ସ୍ବାଇଁ): ମୁମ୍ବାଇର ଶରଦ ପାଓ୍ବାର କ୍ରିକେଟ ଏକାଡେମୀ ବିକେସି ଗ୍ରାଉଣ୍ଡରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଇନିଂସ ପରାଜୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ସନ୍ଦୀପ ପଟ୍ଟନାୟକଙ୍କ ଶତକ ସତ୍ତ୍ୱେ ଫଲୋଅନ ହୋଇଥିବା ଓଡ଼ିଶା ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ବେଳକୁ ଦ୍ୱିତୀୟ ଇନିଂସରେ ୧୨୬ ରନରେ ୫ ଉଇକେଟ ହରାଇ ସାରିଛି। ହାତରେ ୫ ଉଇକେଟ ଥିବାବେଳେ ମୁମ୍ବାଇର ପ୍ରଥମ ଇନିଂସ ସ୍କୋରଠାରୁ ଓଡ଼ିଶା ଆହୁରି ୧୯୧ ରନ ପଛରେ ରହିଛି। ଏଠାରେ ମୁମ୍ବାଇ ଏହାର ପ୍ରଥମ ଇନିଂସକୁ ୬୦୨/୪ରେ ଘୋଷଣା କରିଥିବାବେଳେ ଓଡ଼ିଶା ଇନିଂସ ୨୮୫ ରନରେ ସୀମିତ ରହି ଯାଇଥିଲା। ଚଳିତ ସିଜନରେ ଓଡ଼ିଶା ଦ୍ୱିତୀୟ ଥରପାଇଁ ଇନିଂସ ପରାଜୟ ଆଡ଼କୁ ମୁହାଁଇଛି। ପୂର୍ବରୁ ବରୋଦା ନିକଟରୁ ମଧ୍ୟ ଦଳ ଏକ ଇନିଂସ ଓ ୯୮ ରନରେ ହାରିଥିଲା।
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୪୬/୫ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ୧୩୯ ରନକରି ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ଲଢ଼ୁଆ ଇନିଂସ ଖେଳିଥିଲେ ନିର୍ଭରଯୋଗ୍ୟ ସନ୍ଦୀପ ପଟ୍ଟନାୟକ। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚରେ ଓଡ଼ିଶାକୁ ପରାଜୟରୁ ରକ୍ଷା କରିବାରେ ମୁଖ୍ୟ ଭୂମିକା ତୁଲାଇଥିବା ସନ୍ଦୀପ ଏଠାରେ କ୍ୟାରିୟରର ୫ମ ପ୍ରଥମଶ୍ରେଣୀ ଶତକ ହାସଲ କରିଥିଲେ। ସେ ୧୮୭ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୧ ଚୌକା ଓ ୪ ଛକା ମାରିଥିଲେ। ତାଙ୍କ ଶତକ ସହ ଲୋୟର ଅର୍ଡରରେ ଦେବବ୍ରତ ପ୍ରଧାନ ୪୫ ଓ ଆଶୀର୍ବାଦ ସ୍ବାଇଁ ୩୭ ରନ କରିଥିଲେ ହେଁ ତାହା ଓଡ଼ିଶାକୁ ଫଲୋଅନରୁ ରକ୍ଷାକରିପାରି ନ ଥିଲା। ୩୧୭ ରନରେ ଆଗୁଆ ରହିଥିବାରୁ ମୁମ୍ବାଇ ଅଧିନାୟକ ଅଜିଙ୍କ୍ୟ ରାହାନେ ବିନା ଦ୍ୱିଧାରେ ଫଲୋଅନ ଡାକିଥିଲେ। ଓଡ଼ିଶାର ଦ୍ୱିତୀୟ ଇନିଂସ ଆରମ୍ଭ ମଧ୍ୟ ଅତି ଖରାପ ରହିଥିଲା। ଦୁଇ ଓପନର ଅନୁରାଗ ଷଡ଼ଙ୍ଗୀ ଓ ସ୍ବସ୍ତିକ ସାମଲ ଯଥାକ୍ରମେ ୬ ଓ ୧ ରନକରି ଆଉଟ ହେବାରୁ ଦଳ ଚାପ ମଧ୍ୟକୁ ଚାଲି ଆସିଥିଲା। ଆଶୀର୍ବାଦ ସ୍ବାଇଁ ବ୍ୟାଟିଂକ୍ରମ ଉପରେ ଆସି ୪୬ ରନରେ ଅପରାଜିତ ରହିଥିବାବେଳେ ସନ୍ଦୀପ ପଟ୍ଟନାୟକ ୩୯, ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧ ଓ ବିପ୍ଳବ ସାମନ୍ତରାୟ ୨୬ ରନରେ ଆଉଟ ହୋଇଥିବାରୁ ଓଡ଼ିଶା ପାଇଁ ମ୍ୟାଚ ବଞ୍ଚାଇବା ଅସମ୍ଭବ ହୋଇପଡ଼ିଛି। ଓଡ଼ିଶାର ପ୍ରଥମ ଇନିଂସ ଅବସରରେ ମୁମ୍ବାଇ ପକ୍ଷରୁ ବାମହାତୀ ସ୍ପିନର ଶାମ୍ସ ମୁଲାନୀ ୬ ଉଇକେଟ ନେଇଥିବାବେଳେ ହିମାଂଶୁ ସିଂ ୩ଟି ଓ ଶାର୍ଦ୍ଦୂଳ ଠାକୁର ଗୋଟିଏ ଉଇକେଟ ନେଇଥିଲେ। ଓଡ଼ିଶାର ଅସମାପ୍ତ ଦ୍ୱିତୀୟ ଇନିଂସରେ ମୁମ୍ବାଇର ହିମାଂଶୁ ସିଂ ୩ଟି ଏବଂ ଶାମ୍ସ ମୁଲାନୀ ଓ ରଷ୍ଟନ ଡିଆସ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ପ୍ରଥମ ଇନିଂସ: ୬୦୨/୪(ଘୋଷଣା)। ଓଡ଼ିଶା ପ୍ରଥମ ଇନିଂସ: ୨୮୫/ଅଲ୍‌ଆଉଟ (ସନ୍ଦୀପ ପଟ୍ଟନାୟକ-୧୦୨, ଦେବବ୍ରତ ପ୍ରଧାନ-୪୫, ଆଶୀର୍ବାଦ ସ୍ବାଇଁ-୩୭, ଶାମ୍ସ ମୁଲାନୀ-୬/୧୧୫, ହିମାଂଶୁ ସିଂ-୩/୫୩, ଶାର୍ଦ୍ଦୂଳ ଠାକୁର-୧/୪୭)। ଫଲୋଅନ ପରେ ଓଡ଼ିଶା ଦ୍ୱିତୀୟ ଇନିଂସ: ୧୨୬/୫ (ଆଶୀର୍ବାଦ ସ୍ବାଇଁ-୪୬*, ସନ୍ଦୀପ ପଟ୍ଟନାୟକ-୨୯, ହିମାଂଶୁ ସିଂ-୩/୪୫, ଶାମ୍ସ ମୁଲାନୀ-୧/୨୬, ରଷ୍ଟନ ଡିଆସ-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଦାବିକଲା ହାଇବ୍ରିଡ୍ ମଡେଲ: ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ,୪।୧୨: ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏବଂ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହେବାର ସମ୍ଭାବନା ବାଟ...

ସାରା ତେନ୍ଦୁଲକରଙ୍କୁ ନେଇ ଗର୍ବ କରୁଛନ୍ତି ସଚିନ, ଏହି କାମ ପାଇଁ କଲେ ପ୍ରଶଂସା! ଏକ୍ସରେ ଫଟୋ ଭାଇରାଲ

ନୂଆଦିଲ୍ଲୀ,୪।୧୨: ଗଡ ଅଫ କ୍ରିକେଟ ବା କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ବୁଧବାର ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କ ପାଇଁ ଏକ ସୁନ୍ଦର...

କ୍ରିକେଟ ଜଗତକୁ ଆଶ୍ଚର୍ଯ୍ୟ କଲାଭଳି ବୟାନ ଦେଲେ ହରଭଜନ, କହିଲେ ମୁଁ ୧୦ ବର୍ଷ ହେଲା ଧୋନିଙ୍କ ସହ..

ନୂଆଦିଲ୍ଲୀ,୪।୧୨: ଭାରତୀୟ କ୍ରିକେଟରେ ଏକଦା ମ୍ୟାଚ ଜିତିଥିବା ଯୋଡି ହରଭଜନ ସିଂ ଏବଂ ଏମଏସ ଧୋନି ଅଲଗା ହୋଇଯାଇଛନ୍ତି। ଉଭୟେ ୨୦୦୭ ରେ (ଟି -୨୦...

ଇତିହାସ ରଚିଲା ବାଂଲାଦେଶ: ୧୫ ବର୍ଷ ପରେ କଲା ଏମିତି କାରନାମା

ଆଣ୍ଟିଗୁଆ,୪।୧୨: ୱେଷ୍ଟଇଣ୍ଡିଜରେ ବାଂଲାଦେଶ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ୱେଷ୍ଟଇଣ୍ଡିଜକୁ ୧୦୧ ରନରେ ପରାସ୍ତ କରିଛି। ୧୫ ବର୍ଷ ପରେ...

ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ବଡ଼ ଝଟ୍‌କା, ପ୍ରଥମ ମ୍ୟାଚ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୪।୧୨: ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସ୍ପଷ୍ଟ କରି ଦେଇଛି ଯେ ଆସନ୍ତା ସିଜନରେ ମଧ୍ୟ ଦଳର କମାଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

ସାର୍‌ ଡନ୍‌ ବ୍ରାଡମ୍ୟାନଙ୍କ ଟୋପି ଏତିକି କୋଟି ଟଙ୍କାରେ ବିକ୍ରି

ସିଡ୍‌ନୀ, ୩ା୧୨ (ପି.ଟି.): ସାର୍‌ ଡନ୍‌ ବ୍ରାଡମ୍ୟାନଙ୍କ ଆଇକନିକ ବ୍ୟାଗି ଗ୍ରୀନ କ୍ୟାପ୍‌ ୨.୬୩ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଛି। ନିଲାମକାରୀ ସଂସ୍ଥା ବନହାମାସ...

କୋହଲିଙ୍କୁ ଦେଖି ଭୟ ଲାଗୁଛି, ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଚିନ୍ତାରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୪।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ବିଷୟ ଭାରତ ଅପେକ୍ଷା ଅଷ୍ଟ୍ରେଲିଆରେ ଅଧିକ ଆଲୋଚନା କରୁଛି। ପର୍ଥ ଟେଷ୍ଟରେ ଭାରତର ୨୯୫ ରନ ବିଜୟ ପରେ ଆଡିଲେଡରେ...

ରେକର୍ଡ ବୁକକୁ ଦୋହଲାଇ ଦେଲେ ଏହି କ୍ରିକେଟର, ସପ୍ତାହେ ଭିତରେ ଲଗାଇଲେ…

ନୂଆଦିଲ୍ଲୀ,୩।୧୨: ଗୁଜୁରାଟ ବ୍ୟାଟ୍ସମ୍ୟାନ ଉର୍ଭିଲ ପଟେଲଙ୍କ ଉତ୍କୃଷ୍ଟ ଫର୍ମ ଜାରି ରହିଛି। ଏକ ସପ୍ତାହ ମଧ୍ୟରେ ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫିରେ ଉର୍ଭିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri