ଓଡ଼ିଶା ଛାଡ଼ିଲା ‘ମୌସୁମୀ’

ଭୁବନେଶ୍ୱର,୧୫।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଇଛି। ୧୩ ତାରିଖରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଛାଡ଼ିଛି।

ପ୍ରଥମ ଦିନରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିଲା। ସେହିପରି ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମ ଜିଲାର ଅଧିକାଂଶ ଅଞ୍ଚଳରୁ ଫେରିଯାଇଥିବା ବେଳେ ନୂଆପଡ଼ା ଓ କଳାହାଣ୍ଡି ଜିଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସାଧାରଣତଃ ଅକ୍ଟୋବର ୧୦ରୁ ରାଜ୍ୟରୁ ମୌସୁମୀ ଅପସାରଣ ଆରମ୍ଭ ହୋଇ ୧୫ ତାରିଖ ସୁଦ୍ଧା ସାରା ରାଜ୍ୟରୁ ମୌସୁମୀ ବିଦାୟ ନେଇଥାଏ। ଚଳିତ ବର୍ଷ ମଧ୍ୟ ସ୍ବାଭାବିକ ସମୟରେ ମୌସୁମୀ ଓଡ଼ିଶା ଛାଡ଼ିଛି। ତେବେ ଚଳିତବର୍ଷ ଜୁନ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ପାଇଁ ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ଅଗ୍ରଣୀ ଟଙ୍କା

ଭୁବନେଶ୍ୱର,୮ା୧୧(ଅନୁରାଧା ମହାରଣା)- ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଆଗୁଆ ଟଙ୍କା ମିଳିବ । ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ...

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ: କୋରମ୍ ଅଭାବରୁ ଭୋଟିଂ ସ୍ଥଗିତ

ଥୁଆମୂଳ ରାମପୁର,୮।୧୧(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକର ରାଜନୀତି ଗତ ୩ ମାସ ହେଲା ସରଗରମ ହେବା ସହ ବେଶ ଉଷ୍ମ ହୋଇପଡିଛି। ଏକଦା ବିଜେଡି...

କଟକ ବଳାତ୍କାର ମାମଲା: ଜଣାପଡିଲା ସାଂଘାତିକ ସତ, ହୁକା ବାର୍‌ ମାଲିକ ବି କରିଥିଲେ…

କଟକ,୮।୧୧: କଟକ ବଳାତ୍କାର ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଛାତ୍ରୀଙ୍କୁ ହୁକା ବାର୍‌କୁ ଆଣି କରାଯାଇଥିଲା ବଳାତ୍କାର। ହୁକା ବାରରେ ବୟଫ୍ରେଣ୍ଡ ସହ ଜନ୍ମଦିନ...

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ଅଭିଯୁକ୍ତ ୬ ସାଙ୍ଗ କୋର୍ଟଚାଲାଣ

କଟକ,୮।୧୧(କାର୍ତ୍ତିକ ସାହୁ): କଟକ ସହରରେ ଜଣେ ଦଳିତ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଦୁର୍ଗାପୂଜା ସମୟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବାବେଳେ ୩ ଦିନ...

ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!

ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri