ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ):ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଆଗରେ ରହିଛି। ଏ କ୍ଷେତ୍ରରେ ଓଡ଼ିଶାର ହାର ଦେଶରେ ସର୍ବାଧିକ ରହିଥିବାବେଳେ ଜାତୀୟ ହାରଠାରୁ ମଧ୍ୟ ଅଧିକ। ଦେଶରେ ୧୨ରୁ ୨୩ମାସ ବୟସ୍କ ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ହାର ୭୬% ଥିବାବେଳେ ଓଡ଼ିଶାରେ ୯୦.୫% ରହିଛି। ଗତ ପାଞ୍ଚବର୍ଷ ତଳେ ଦେଶରେ ଏହି ହାର ୬୨% ଥିବାବେଳେ ଏବେ ୭୬%କୁ ବୃଦ୍ଧି ପାଇଛି। ସେହିଭଳି ଅନ୍ୟ ଶ୍ରେଷ୍ଠ ରାଜ୍ୟଗୁଡ଼ିକ ମଧ୍ୟରେ ହେଉଛି ହିମାଚଳ ପ୍ରଦେଶ (୮୯.୩ ପ୍ରତିଶତ), ତାମିଲନାଡ଼ୁ (୮୯.୨ ପ୍ରତିଶତ), ପଶ୍ଚିମବଙ୍ଗ (୮୭.୮ ପ୍ରତିଶତ), କର୍ନାଟକ (୮୪.୧ ପ୍ରତିଶତ) ଏବଂ ଗୋଆ (୮୧.୯ ପ୍ରତିଶତ) ରହିଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଚ୍‌ଏଫ୍‌ଏସ୍‌-୫)ରୁ ଜଣାପଡ଼ିଛି।
ସମ୍ପୂର୍ଣ୍ଣ ଟିକାକରଣ ଅର୍ଥ ହେଉଛି, ଶିଶୁମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକାକୁ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ କରିବା। ଓଡ଼ିଶାରେ ଜଣେ ପିଲା ସରକାରୀ ସୁବିଧାରେ ୧୨ଟି ଟିକା ନେଇଥାନ୍ତି।
ଉକ୍ତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ୨୦୧୫-୧୬ରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଟିକାକରଣ ଶିଶୁଙ୍କ ସଂଖ୍ୟା ୭୮.୬ ପ୍ରତିଶତ ଥିଲା, ଯାହାକି ସଦ୍ୟତମ ଜାତୀୟ ଆକଳନ ତୁଳନାରେ ଭଲ ଅଟେ। ସେହିଭଳି ଓଡ଼ିଶାରେ ୧୨-୨୩ ମାସ ବୟସର ୯୮.୧ ପ୍ରତିଶତ ପିଲା ଅଧିକାଂଶ ଟିକା ଜନସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରହଣ କରିଛନ୍ତି। ୯୯.୧ ପ୍ରତିଶତ ପିଲା ଗ୍ରାମାଞ୍ଚଳର ହୋଇଥିବାବେଳେ ୯୧.୮ ପ୍ରତିଶତ ସହରାଞ୍ଚଳରେ ଅଛନ୍ତି। ସହରାଞ୍ଚଳର ୧.୪ ପ୍ରତିଶତ ପିଲା, ଯେଉଁମାନେ କି ଘରୋଇ ସୁବିଧାଗୁଡ଼ିକରେ ସେମାନଙ୍କର ଟିକା ନେଇଛନ୍ତି। ୯୭.୩ ପ୍ରତିଶତ ପିଲା ବିସିଜି ଟିକା ଗ୍ରହଣ କରିଥିବାବେଳେ ୯୪.୪ ପ୍ରତିଶତ ପିଲାଙ୍କର ତିନୋଟି ଡୋଜ୍‌ ପେଣ୍ଟା କିମ୍ବା ହେପାଟାଇଟିସ୍‌-ବି ଟିକା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଡ ବାନ୍ଧିବା ବେଳେ ଶ୍ରମିକଙ୍କ ମୃତ୍ୟୁ

କଟକ ରୋଡ,୧୪ା୯(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ନିର୍ମାଣଧୀନ ଏକ ଘର କାମ ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନୟାଗଡ ଜିଲା ରଣପୁର...

ସ୍ବତନ୍ତ୍ର ପ୍ୟାକେଜ ଘୋଷଣାକୁ ଉଦ୍ୟୋଗ ସଂଘର ଦାବି

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ରାଜ୍ୟରେ ଥିବା ୨ ଲକ୍ଷରୁ ଊର୍ଦ୍ଧ୍ୱ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏସବୁ...

ମୋବାଇଲରେ ଗେମ୍‌ ଖେଳିବାକୁ ବିରୋଧ କରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ନାବାଳକ

ବିଞ୍ଝାରପୁର,୪ା୧୦(ଡି.ଏନ.ଏ.): ମୋବାଇଲରେ ଗେମ୍‌ ଖେଳିବାକୁ ମା’ ବିରୋଧ କରିବାରୁ ଜଣେ ନାବାଳକ ରବିବାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଚନ୍ଦ୍ରମୁଁ...

ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୨୪୨କୃ ବୃଦ୍ଧି ପାଇଛି। ମୃତକଙ୍କ...

ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ପାରଳାଖେମୁଣ୍ଡି,୨୧ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଜେରା...

ଅନ୍‌ଲାଇନରେ ବିବାହ, ଅନ୍ତ୍ୟେଷ୍ଟି ଅନୁମତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଲୋକଙ୍କୁ ଯଥା ସମ୍ଭବ ଥାନାକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଅଭିଯୋଗଠାରୁ...

୧୦୭୮ ପଜିଟିଭ୍‌ ଚିହ୍ନଟ ପାଇଁ ଲାଗିଥିଲା ୬୫ ଦିନ: ଏବେ ଗୋଟିଏ ଦିନରେ ସେତିକି; ଏହି ୪ ଜିଲାକୁ ଛୁଇଁଲା ୪ ଅଙ୍କ

ଭୁବନେଶ୍ୱର,୨୧/୭(ବ୍ୟୁରେ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ବୁଧବାର ସବୁ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ ୧୦୭୮ ନୂଆ ପଜିଟିଭ୍‌...

କାଳ ସାଜିଲା ବଜ୍ରପାତ

ପାରଳାଖେମୁଣ୍ଡି/ହିଞ୍ଜିଳିକାଟୁ/ପୋଲିସରା,୩୦ା୬: ଗଜପତି ଓ ଗଞ୍ଜାମ ଜିଲାରେ ବୁଧବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି...

Advertisement
Archives

Model This Week