ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ):ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଆଗରେ ରହିଛି। ଏ କ୍ଷେତ୍ରରେ ଓଡ଼ିଶାର ହାର ଦେଶରେ ସର୍ବାଧିକ ରହିଥିବାବେଳେ ଜାତୀୟ ହାରଠାରୁ ମଧ୍ୟ ଅଧିକ। ଦେଶରେ ୧୨ରୁ ୨୩ମାସ ବୟସ୍କ ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ହାର ୭୬% ଥିବାବେଳେ ଓଡ଼ିଶାରେ ୯୦.୫% ରହିଛି। ଗତ ପାଞ୍ଚବର୍ଷ ତଳେ ଦେଶରେ ଏହି ହାର ୬୨% ଥିବାବେଳେ ଏବେ ୭୬%କୁ ବୃଦ୍ଧି ପାଇଛି। ସେହିଭଳି ଅନ୍ୟ ଶ୍ରେଷ୍ଠ ରାଜ୍ୟଗୁଡ଼ିକ ମଧ୍ୟରେ ହେଉଛି ହିମାଚଳ ପ୍ରଦେଶ (୮୯.୩ ପ୍ରତିଶତ), ତାମିଲନାଡ଼ୁ (୮୯.୨ ପ୍ରତିଶତ), ପଶ୍ଚିମବଙ୍ଗ (୮୭.୮ ପ୍ରତିଶତ), କର୍ନାଟକ (୮୪.୧ ପ୍ରତିଶତ) ଏବଂ ଗୋଆ (୮୧.୯ ପ୍ରତିଶତ) ରହିଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଚ୍‌ଏଫ୍‌ଏସ୍‌-୫)ରୁ ଜଣାପଡ଼ିଛି।
ସମ୍ପୂର୍ଣ୍ଣ ଟିକାକରଣ ଅର୍ଥ ହେଉଛି, ଶିଶୁମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକାକୁ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ କରିବା। ଓଡ଼ିଶାରେ ଜଣେ ପିଲା ସରକାରୀ ସୁବିଧାରେ ୧୨ଟି ଟିକା ନେଇଥାନ୍ତି।
ଉକ୍ତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ୨୦୧୫-୧୬ରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଟିକାକରଣ ଶିଶୁଙ୍କ ସଂଖ୍ୟା ୭୮.୬ ପ୍ରତିଶତ ଥିଲା, ଯାହାକି ସଦ୍ୟତମ ଜାତୀୟ ଆକଳନ ତୁଳନାରେ ଭଲ ଅଟେ। ସେହିଭଳି ଓଡ଼ିଶାରେ ୧୨-୨୩ ମାସ ବୟସର ୯୮.୧ ପ୍ରତିଶତ ପିଲା ଅଧିକାଂଶ ଟିକା ଜନସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରହଣ କରିଛନ୍ତି। ୯୯.୧ ପ୍ରତିଶତ ପିଲା ଗ୍ରାମାଞ୍ଚଳର ହୋଇଥିବାବେଳେ ୯୧.୮ ପ୍ରତିଶତ ସହରାଞ୍ଚଳରେ ଅଛନ୍ତି। ସହରାଞ୍ଚଳର ୧.୪ ପ୍ରତିଶତ ପିଲା, ଯେଉଁମାନେ କି ଘରୋଇ ସୁବିଧାଗୁଡ଼ିକରେ ସେମାନଙ୍କର ଟିକା ନେଇଛନ୍ତି। ୯୭.୩ ପ୍ରତିଶତ ପିଲା ବିସିଜି ଟିକା ଗ୍ରହଣ କରିଥିବାବେଳେ ୯୪.୪ ପ୍ରତିଶତ ପିଲାଙ୍କର ତିନୋଟି ଡୋଜ୍‌ ପେଣ୍ଟା କିମ୍ବା ହେପାଟାଇଟିସ୍‌-ବି ଟିକା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?