କୁଚିଣ୍ଡାରେ ଗୁରୁ-ଶିଷ୍ୟ ଲଢ଼େଇ

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହୋଇଆସୁଥିବାରୁ କାହାର ଟିକେଟ କଟିବ ଓ କେଉଁଠି କାହାକୁ ଟିକେଟ ମିଳିବ, ସେ ନେଇ ଆଶାୟୀମାନେ ଚିନ୍ତାରେ ରହିଥିଲେ। ଶୁକ୍ରବାର ମେଣ୍ଟ ଆଲୋଚନାରେ ବିରାମ ଲାଗିବା ପରେ ଏବେ ଦୁଇ ଦଳର କର୍ମୀ ପୁଣି ଉତ୍ସାହିତ ହୋଇପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲା କୁଚିଣ୍ଡା ବିଧାନସଭା କ୍ଷେତ୍ରକୁ ଦେଖିଲେ ରାଜନୀତି ଏବେ ପୁଣି କଡ଼ ଲେଉଟାଇବା ଆରମ୍ଭ କରିଛି। ୨୦୧୯ ନିର୍ବାଚନରେ କିଶୋର ନାଏକ ଭାଜପାରୁ ବିଜେଡିକୁ ଆସି ଟିକେଟ ହାତେଇବା ସହ ଏହି ଆସନରୁ ବିଜୟୀ ହୋଇଥିଲେ। ଆଗରୁ ସେ ପୂର୍ବତନ ବିଧାୟକ ତଥା ଭାଜପାର ରାଜ୍ୟ ଉପସଭାପତି ରବି ନାଏକଙ୍କ ବିଶେଷ ଅନୁଗତ ଭାବେ ଦୀର୍ଘବର୍ଷ କାର୍ଯ୍ୟ କରିଥିଲେ । ରବି ନାଏକଙ୍କ ସଙ୍ଗଠନ ଦାୟିତ୍ୱ ମଧ୍ୟ ଖୋଦ୍‌ କିଶୋର  ଦେଖୁଥିଲେ। ଉଭୟ ରବି ଏବଂ କିଶୋର ଗଣ୍ଡ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଅଞ୍ଚଳରେ ଗଣ୍ଡ ସମାଜର ଭୋଟ ଅନେକ ସମୟରେ ହାରଜିତ୍‌ ଫଇସଲା କରିଥାଏ । ଏହାକୁ ଦୃଷ୍ଟିରେ ରଖି ୨୦୧୯ରେ ବିଜେଡି ଗଣ୍ଡ ସମ୍ପ୍ରଦାୟ କିଶୋରଙ୍କୁ ସୁଯୋଗ ଦେଇଥିଲା। ଗୁରୁଙ୍କୁ ଚକ୍‌ମା ଦେଇ କିଶୋର ମଧ୍ୟ ବିଜେଡିରୁ ବିଧାୟକ ହେବା ପରେ ଏବେ ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇସାରିଛି । ବିଗତ ୫ ବର୍ଷ ଭିତରେ ରବି ନାଏକ ପରିଶ୍ରମ କରି ଭାଜପା ସଙ୍ଗଠନକୁ ସୁଦୃଢ଼ କରିପାରିଥିବା କୁହାଯାଉଛି। ତେବେ ମେଣ୍ଟ କଥା ଉଠିବା ବେଳେ କୁଚିଣ୍ଡା ସିଟ୍‌ ବିଜେଡି ହାତକୁ ଚାଲିଯିବା ସମ୍ଭାବନା ରହିଥିବାରୁ ରବିଙ୍କୁ ପୁଣି ଥରେ ନିରାଶହେବାକୁ ପଡ଼ିବ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଥିଲା। ଏବେ ମେଣ୍ଟ ସମ୍ଭାବନା ନୀରବି ଯିବା ପରେ ରବି ନାଏକ ପୁଣିଥରେ ଲଢ଼େଇ ପାଇଁ ସଜବାଜ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ମେଣ୍ଟ ହେଲେ ବିଜେଡିରୁ କିଶୋରଙ୍କୁ ପୁଣିଥରେ ସୁଯୋଗ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ  ବିଜେଡି ଏକାକୀ ଲଢ଼େଇ କରିବା ପାଇଁ ଯୋଜନା କରିବା ପରେ କିଶୋରଙ୍କୁ ଟିକେଟ ମିଳିବ ନା ନାହିଁ ତାହାକୁ ନେଇ ପୁଣିଥରେ ଭିନ୍ନ ମତ ପ୍ରକାଶ ପାଉଛି ।
ତେବେ କିଶୋରଙ୍କୁ ଟିକେଟ ମିଳିଲେ ଗୁରୁ ଶିଷ୍ୟଙ୍କ ଭିତରେ ପୁଣିଥରେ ଲଢ଼େଇ ହେବା ସମ୍ଭାବନା ରହିଛି। ହେଲେ ବିଜେଡିର ଅନେକ ପୁରୁଖା କର୍ମୀ ଏପର୍ଯ୍ୟନ୍ତ କିଶୋରଙ୍କୁ ଗ୍ରହଣ କରିପାରି ନ ଥିବା ବେଳେ ତାଙ୍କର ସାଙ୍ଗଠନିକ ଦୁର୍ବଳତା ଯୋଗୁ ଅନେକ ବିଜେଡି କର୍ମୀ ଅସନ୍ତୁଷ୍ଟ ରହିଛନ୍ତ। ଅନେକ ସ୍ଥାନୀୟ ବିଜେଡି ନେତା   କିଶୋର ନାଏକଙ୍କୁ ବିରୋଧକରି ବରିଷ୍ଠ ନେତାଙ୍କୁ ଜଣାଇଥିବା ନେଇ ଆଲୋଚନା ହେଉଛି ।
ଏଭଳି  ସ୍ଥିତିରେ ନୂଆ ଚେହେରାକୁ ବିଜେଡି ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନ କୁଚିଣ୍ଡା ବ୍ଳକ୍‌ ଅଧ୍ୟକ୍ଷ ଭୁବନେଶ୍ୱର କିଷାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶୋଭାରାମ ପଧାନ, ବାମରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସଦାନନ୍ଦ କୁଜୁର ଓ ଯୁବନେତା ମହେନ୍ଦ୍ର ବାଗ ବିଜେଡିର ଟିକେଟ ଦୌଡ଼ରେ ଅଛନ୍ତି ।
ସେହିପରି କଂଗ୍ରେସ ଦଳ ମଧ୍ୟ କୁଚିଣ୍ଡା ଦଖଲ କରିବାକୁ ଉଦ୍ୟମ ଆରମ୍ଭ କରିଛ। ପୂର୍ବତନ ବିଧାୟକ ତଥା ପୂର୍ବତନ  ଜିଲା କଂଗ୍ରେସ ସଭାପତି ରାଜେନ୍ଦ୍ର ଛତ୍ରିଆ ଏବଂ ଜମନକିରା ବ୍ଲକର ପୂର୍ବତନ ଅଧ୍ୟକ୍ଷ କେଦାର ବରିହା କଂଳ୍ରେସ ପକ୍ଷରୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ଆଗାମୀ ନିର୍ବାଚନରେ କୁଚିଣ୍ଡାରେ ବିଜେଡି ଏବଂ ଭାଜପା ମଧ୍ୟରେ ଲଢ଼େଇ ହେବା ସମ୍ଭାବନା ଅଧିକ ରହିଥିବା ବେଳେ କଂଗ୍ରେସ କାହାର ଭୋଟ କାଟିବ, ତାକୁ ନେଇ ଜିତ ହାରର ଫଳାଫଳ ନିର୍ଭର କରିବ ବୋଲି କୁହାଯାଉଛି ।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?