କୁଚିଣ୍ଡାରେ ଗୁରୁ-ଶିଷ୍ୟ ଲଢ଼େଇ

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହୋଇଆସୁଥିବାରୁ କାହାର ଟିକେଟ କଟିବ ଓ କେଉଁଠି କାହାକୁ ଟିକେଟ ମିଳିବ, ସେ ନେଇ ଆଶାୟୀମାନେ ଚିନ୍ତାରେ ରହିଥିଲେ। ଶୁକ୍ରବାର ମେଣ୍ଟ ଆଲୋଚନାରେ ବିରାମ ଲାଗିବା ପରେ ଏବେ ଦୁଇ ଦଳର କର୍ମୀ ପୁଣି ଉତ୍ସାହିତ ହୋଇପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲା କୁଚିଣ୍ଡା ବିଧାନସଭା କ୍ଷେତ୍ରକୁ ଦେଖିଲେ ରାଜନୀତି ଏବେ ପୁଣି କଡ଼ ଲେଉଟାଇବା ଆରମ୍ଭ କରିଛି। ୨୦୧୯ ନିର୍ବାଚନରେ କିଶୋର ନାଏକ ଭାଜପାରୁ ବିଜେଡିକୁ ଆସି ଟିକେଟ ହାତେଇବା ସହ ଏହି ଆସନରୁ ବିଜୟୀ ହୋଇଥିଲେ। ଆଗରୁ ସେ ପୂର୍ବତନ ବିଧାୟକ ତଥା ଭାଜପାର ରାଜ୍ୟ ଉପସଭାପତି ରବି ନାଏକଙ୍କ ବିଶେଷ ଅନୁଗତ ଭାବେ ଦୀର୍ଘବର୍ଷ କାର୍ଯ୍ୟ କରିଥିଲେ । ରବି ନାଏକଙ୍କ ସଙ୍ଗଠନ ଦାୟିତ୍ୱ ମଧ୍ୟ ଖୋଦ୍‌ କିଶୋର  ଦେଖୁଥିଲେ। ଉଭୟ ରବି ଏବଂ କିଶୋର ଗଣ୍ଡ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଅଞ୍ଚଳରେ ଗଣ୍ଡ ସମାଜର ଭୋଟ ଅନେକ ସମୟରେ ହାରଜିତ୍‌ ଫଇସଲା କରିଥାଏ । ଏହାକୁ ଦୃଷ୍ଟିରେ ରଖି ୨୦୧୯ରେ ବିଜେଡି ଗଣ୍ଡ ସମ୍ପ୍ରଦାୟ କିଶୋରଙ୍କୁ ସୁଯୋଗ ଦେଇଥିଲା। ଗୁରୁଙ୍କୁ ଚକ୍‌ମା ଦେଇ କିଶୋର ମଧ୍ୟ ବିଜେଡିରୁ ବିଧାୟକ ହେବା ପରେ ଏବେ ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇସାରିଛି । ବିଗତ ୫ ବର୍ଷ ଭିତରେ ରବି ନାଏକ ପରିଶ୍ରମ କରି ଭାଜପା ସଙ୍ଗଠନକୁ ସୁଦୃଢ଼ କରିପାରିଥିବା କୁହାଯାଉଛି। ତେବେ ମେଣ୍ଟ କଥା ଉଠିବା ବେଳେ କୁଚିଣ୍ଡା ସିଟ୍‌ ବିଜେଡି ହାତକୁ ଚାଲିଯିବା ସମ୍ଭାବନା ରହିଥିବାରୁ ରବିଙ୍କୁ ପୁଣି ଥରେ ନିରାଶହେବାକୁ ପଡ଼ିବ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଥିଲା। ଏବେ ମେଣ୍ଟ ସମ୍ଭାବନା ନୀରବି ଯିବା ପରେ ରବି ନାଏକ ପୁଣିଥରେ ଲଢ଼େଇ ପାଇଁ ସଜବାଜ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ମେଣ୍ଟ ହେଲେ ବିଜେଡିରୁ କିଶୋରଙ୍କୁ ପୁଣିଥରେ ସୁଯୋଗ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ  ବିଜେଡି ଏକାକୀ ଲଢ଼େଇ କରିବା ପାଇଁ ଯୋଜନା କରିବା ପରେ କିଶୋରଙ୍କୁ ଟିକେଟ ମିଳିବ ନା ନାହିଁ ତାହାକୁ ନେଇ ପୁଣିଥରେ ଭିନ୍ନ ମତ ପ୍ରକାଶ ପାଉଛି ।
ତେବେ କିଶୋରଙ୍କୁ ଟିକେଟ ମିଳିଲେ ଗୁରୁ ଶିଷ୍ୟଙ୍କ ଭିତରେ ପୁଣିଥରେ ଲଢ଼େଇ ହେବା ସମ୍ଭାବନା ରହିଛି। ହେଲେ ବିଜେଡିର ଅନେକ ପୁରୁଖା କର୍ମୀ ଏପର୍ଯ୍ୟନ୍ତ କିଶୋରଙ୍କୁ ଗ୍ରହଣ କରିପାରି ନ ଥିବା ବେଳେ ତାଙ୍କର ସାଙ୍ଗଠନିକ ଦୁର୍ବଳତା ଯୋଗୁ ଅନେକ ବିଜେଡି କର୍ମୀ ଅସନ୍ତୁଷ୍ଟ ରହିଛନ୍ତ। ଅନେକ ସ୍ଥାନୀୟ ବିଜେଡି ନେତା   କିଶୋର ନାଏକଙ୍କୁ ବିରୋଧକରି ବରିଷ୍ଠ ନେତାଙ୍କୁ ଜଣାଇଥିବା ନେଇ ଆଲୋଚନା ହେଉଛି ।
ଏଭଳି  ସ୍ଥିତିରେ ନୂଆ ଚେହେରାକୁ ବିଜେଡି ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନ କୁଚିଣ୍ଡା ବ୍ଳକ୍‌ ଅଧ୍ୟକ୍ଷ ଭୁବନେଶ୍ୱର କିଷାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶୋଭାରାମ ପଧାନ, ବାମରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସଦାନନ୍ଦ କୁଜୁର ଓ ଯୁବନେତା ମହେନ୍ଦ୍ର ବାଗ ବିଜେଡିର ଟିକେଟ ଦୌଡ଼ରେ ଅଛନ୍ତି ।
ସେହିପରି କଂଗ୍ରେସ ଦଳ ମଧ୍ୟ କୁଚିଣ୍ଡା ଦଖଲ କରିବାକୁ ଉଦ୍ୟମ ଆରମ୍ଭ କରିଛ। ପୂର୍ବତନ ବିଧାୟକ ତଥା ପୂର୍ବତନ  ଜିଲା କଂଗ୍ରେସ ସଭାପତି ରାଜେନ୍ଦ୍ର ଛତ୍ରିଆ ଏବଂ ଜମନକିରା ବ୍ଲକର ପୂର୍ବତନ ଅଧ୍ୟକ୍ଷ କେଦାର ବରିହା କଂଳ୍ରେସ ପକ୍ଷରୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ଆଗାମୀ ନିର୍ବାଚନରେ କୁଚିଣ୍ଡାରେ ବିଜେଡି ଏବଂ ଭାଜପା ମଧ୍ୟରେ ଲଢ଼େଇ ହେବା ସମ୍ଭାବନା ଅଧିକ ରହିଥିବା ବେଳେ କଂଗ୍ରେସ କାହାର ଭୋଟ କାଟିବ, ତାକୁ ନେଇ ଜିତ ହାରର ଫଳାଫଳ ନିର୍ଭର କରିବ ବୋଲି କୁହାଯାଉଛି ।

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri