‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶା କୃଷିଭବନ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶାର କଳା ଏବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି। ବିଶ୍ୱସ୍ତରୀୟ ସ୍ଥାପତ୍ୟ କଳା ମାଗାଜିନ ‘ଡିଜିନ୍‌’ରେ ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା ସ୍ଥାନ ପାଇଛି। ଏହି ପତ୍ରିକାରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ଏହା ପ୍ରଥମ। ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲ୍ଡିଂ ମଧ୍ୟରୁ ଓଡ଼ିଶା କୃଷିଭବନ ଅନ୍ୟତମ। ସମ୍ବଲପୁର ଇକତ ଡିଜାଇନ ଓ ଶାଢ଼ି ଭଳି ଏହି ବିଲ୍ଡିଂ ଡିଜାଇନ କରାଯାଇଛି। ବିଭିନ୍ନ ସ୍ଥାପତ୍ୟକୁ ନେଇ ଲଣ୍ଡନରେ ପ୍ରକାଶିତ ‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶାର କୃଷିଭବନ ସ୍ଥାନିତ ହୋଇଛି। ଏଥିସହ ଓଡ଼ିଶା ଯେଉଁଭଳି ଲଗାତର ଭାବେ କୃଷିକର୍ମଣ ପୁରସ୍କାର ପାଇଆସୁଛି, ସେ ସମ୍ପର୍କରେ ମଧ୍ୟ ମାଗାଜିନ୍‌ରେ ଉଲ୍ଲେଖ ରହିଛି। କୃଷି ଓ କୃଷକ ସଶକ୍ତୀକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତ୍ୟ କଳାର ଏକ ଅପୂର୍ବ କୃତି ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି।
ପ୍ରାୟ ୧.୩ ଲକ୍ଷ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଓଡ଼ିଶା କୃଷିଭବନର ଡିଜାଇନ ଦିଲ୍ଲୀର ଷ୍ଟୁଡିଓ ଲୋଟସ୍‌ ପକ୍ଷରୁ କରାଯାଇଛି। ଏହାର ଡିଜାଇନରେ ଓଡ଼ିଶାର କଳା ପ୍ରଦର୍ଶନ ହୋଇଛି। ୨୦୧୩ରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୧୮ ସେପ୍ଟେମ୍ବର ୨୦ରେ ଏହାକୁ ବ୍ୟବହାର ନିମନ୍ତେ ଖୋଲି ଦିଆଯାଇଥିଲା। ଏହାର ନିର୍ମାଣରେ ୭୦ କୋଟି ଟଙ୍କା ବ୍ୟୟ ହୋଇଥିଲା। ଓଡ଼ିଶାର କୃଷି ବିଭାଗ ପାଇଥିବା କୃଷି କର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା।
ସୂଚନାଯୋଗ୍ୟ, କୃଷିଭବନ ପୂର୍ବରୁ ମଧ୍ୟ ବିଶ୍ୱର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି। ଗତବର୍ଷ ଏହା ଫୋବର୍ସ, ଆର୍କଡେଲି, ଆର୍କିଟେକ୍ଚରାଲ ରେକର୍ଡ ସମେତ ଆମ୍‌ଷ୍ଟରଡାମ୍‌ରେ ଅନୁଷ୍ଠିତ ବିଶ୍ୱ ଆର୍କିଟେକ୍ଚର ଫେଷ୍ଟିଭାଲରେ ମଧ୍ୟ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍‌ ଉପରେ ମାଡ଼ିଗଲା ହାଇଓ୍ବା, ଜଣେ ମୃତ

ଭୁବନେଶ୍ୱର,୪ା୪(ବ୍ୟୁରୋ): ପଳାଶୁଣୀ ବସ୍‌ ଷ୍ଟପେଜ୍‌ ନିକଟରେ ସୋମବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାର୍‌ ଉପରେ ହାଇୱା ଚଢ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା...

ଯାଞ୍ଚ ହେବ କୋଭିଡ୍‌ ହସ୍ପିଟାଲ ସ୍ଥିତି

ଭୁବନେଶ୍ୱର, ୪।୧୦(ବ୍ୟୁରୋ):  ରାଜ୍ୟରେ କୋଭିଡ୍‌ ପରିଚାଳନାରେ ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥା ପ୍ରସଙ୍ଗ...

ଯାତ୍ରା ନ ହେଲେ କ’ଣ ହେବ ତିନିରଥ

ପୁରୀ ଅଫିସ,୧୯ା୬: ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏଥର ରଥଯାତ୍ରା ହେବ ନାହିଁ। ରାଜ୍ୟ କ୍ୟାବିନେଟ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ନିଷ୍ପତ୍ତି ନେଇଛି।...

ପ୍ରଫେସର ଦତ୍ତେଶ୍ୱର ହୋତା ଏସ୍‌ସିବି ପ୍ରିନ୍ସିପାଲ

କଟକ ଅଫିସ,୧ା୭: ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ୪୯ତମ ଡିନ୍‌ ତଥା ପ୍ରିନ୍ସିପାଲ ଭାବେ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତା ମଙ୍ଗଳବାର...

ସମ୍ବଲପୁର ହାଜତ ମୃତ୍ୟୁ ମାମଲା : ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପରେ କ୍ଷତିପୂରଣ ଦେଉନି ପୋଲିସ

ଭୁବନେଶ୍ୱର,  ୨୮।୬(ବ୍ୟୁରୋ) : ୨୦୧୭ ଜୁନ୍‌ ୬ରେ ସମ୍ବଲପୁର ପୋଲିସ ମାଡ଼ରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲା ଟୁକୁରିମନ୍ଦିର ଗ୍ରାମର ଅଭୟ ସିଂଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ...

ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ୪ ଦଫାରେ କେନ୍ଦ୍ରିତ ହେଲା ଦାବି

ବଲାଙ୍ଗୀର ଅଫିସ,୨୫ା୨ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ସକାଶେ ସୋମବାର ଜିଲା ପ୍ରଶାସନ ସହ ପ୍ରକଳ୍ପ ପ୍ରଭାବିତ ବୁଡିଅଞ୍ଚଳବାସୀଙ୍କ ଏକ ଆଲୋଚନା ସ୍ଥାନୀୟ ଲୋୟର ସୁକ୍‌ତେଲ...

ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ମହାମାରୀ ପରିଚାଳନାରେ ରାଜ୍ୟ ସରକାର ଉତ୍କୃଷ୍ଟ ପଦକ୍ଷେପ ନେଇଥିବାରୁ ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ରହିଛି। ବୁଧବାର ବିଧାନସଭାରେ ବିରୋଧୀଙ୍କ...

୪ ଦିନ ଅଚଳ ଆର୍‌ଏମ୍‌ଏସ୍‌

ଭୁବନେଶ୍ୱର,୫ା୮(ବ୍ୟୁରୋ): କମ୍‌ ସମୟରେ ଡାକ ସେବା ଯୋଗାଇଦେବା ପାଇଁ ସ୍ପିଡ୍‌ ପୋଷ୍ଟ ସୁବିଧା ରହିଛି। ହେଲେ ଭୁବନେଶ୍ୱରରେ ଗତ ଶନିବାରଠାରୁ ଏହି ସେବାରେ ବ୍ୟାହତ ସୃଷ୍ଟି...

Advertisement
Archives

Model This Week