Posted inଖେଳ

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଫିଫା ଓମେନ୍ସ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ ଓ୍ବିଣ୍ଡୋର ଏହା ଏକ ଅଂଶବିଶେଷ। ଆଗାମୀ ୨ ମ୍ୟାଚ ପାଇଁ ମୁଖ୍ୟ କୋଚ୍‌ ଲଙ୍ଗମ ଚାଓବା ଦେବୀ ୩୦ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଜୁଲି କିଷାନ, ପ୍ୟାରୀ ଖାଖା ଓ ୨୦୨୨ରୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ମଣିପୁରର ଲିନ୍‌ଡା କୋମ୍‌ ସ୍ଥାନ ପାଇଛନ୍ତି। ଭାରତୀୟ ସମ୍ଭାବ୍ୟ ଦଳର କ୍ୟାମ୍ପ ଚଳିତ ମାସ ୧୬ରୁ ହାଇଦ୍ରାବାଦରେ ଆରମ୍ଭ ହେବ। ହାଇଦ୍ରାବାଦର ଶ୍ରୀନିଡି ଡେକାନ ଏଫ୍‌ସିର ଡେକାନ୍‌ ଆରେନାରେ ୨ ସପ୍ତାହ କ୍ୟାମ୍ପ ଚାଲିବା ପରେ ବ୍ଲୁ ଟାଇଗ୍ରେସେସ୍‌ ମେ’ ୨୯ରେ ଉଜ୍‌ବେକିସ୍ତାନ ଯାତ୍ରା କରିବେ।
ଭାରତୀୟ ମହିଳା ଫୁଟବଲ ଦଳ ଶେଷଥର ପାଇଁ ଗତ ଫେବୃୟାରୀରେ ଟୁର୍ନାମେଣ୍ଟ ଖେଳିଥିଲା। ତୁର୍କିସ ଓମେନ୍ସ କପ୍‌ର ଆଲାନ୍ୟାରେ ଅନୁଷ୍ଠିତ ଫାଇନାଲରେ କୋସୋଭାଠାରୁ ହାରି ଦଳ ରନରଅପ୍‌ ହୋଇଥିଲା। ଏହା ପୂର୍ବରୁ ଭାରତ-ଉଜ୍‌ବେକିସ୍ତାନ ମ୍ୟାଚ ୨୦୨୩ ନଭେମ୍ବରରେ ଅନୁଷ୍ଠିତ ହୋଇଥିଲା। ଏଏଫ୍‌ସି ମହିଳା ଅଲିମ୍ପିକ୍‌ କ୍ୱାଲିଫାୟର୍ସ ରାଉଣ୍ଡ-୨ର ଏହି ମ୍ୟାଚ ମଧ୍ୟ ତାସକେଣ୍ଟରେ ହୋଇଥିଲା। ସେତେବେଳେ ଘରୋଇ ଦଳ ୩-୦ ଗୋଲରେ ବିଜୟୀ ହୋଇଥିଲା। ଭାରତୀୟ ମହିଳା ଫୁଟବଲ ଦଳ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୬୬ତମ ସ୍ଥାନରେ ରହିଛି। ଉଜ୍‌ବେକିସ୍ତାନ ୪୮ତମ ସ୍ଥାନରେ ଥିବାରୁ ମୁକାବିଲା ନିଶ୍ଚିତ ସଂଘର୍ଷପୂର୍ଣ୍ଣ ହେବ। ”ତୁର୍କିସ ଓମେନ୍ସ କପ୍‌ରେ ରନରଅପ୍‌ ହେବା ପରେ ଫିଫା ମ୍ୟାଚ ଓ୍ବିଣ୍ଡୋରେ ଭାରତୀୟ ମହିଳା ଦଳର ଏହା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ଟ୍ରିପ୍‌। ର଼୍ୟାଙ୍କିଙ୍ଗ୍‌ରେ ବହୁ ଉପରେ ଥିବା ଉଜ୍‌ବେକିସ୍ତାନକୁ ଭାରତ ଭେଟିବାକୁ ଯାଉଛି। ତେଣୁ ଆଗାମୀ ୨ ମ୍ୟାଚ ନିଶ୍ଚିତ ଉପାଦେୟ ହେବ“ ବୋଲି ଏଆଇଏଫ୍‌ଏଫ୍‌ର କାର୍ଯ୍ୟକାରୀ ସମ୍ପାଦକ ଏମ୍‌. ସତ୍ୟନାରାୟଣ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri