Posted inଖେଳ

ପ୍ଲେ ଅଫ୍‌ରେ ଓଡ଼ିଶା ଜଗରନଟ୍ସ

ପୁଣେ,୨୮ା୮: ଅଲଟିମେଟ୍‌ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ଓଡ଼ିଶା ଜଗରନଟ୍ସ। କ୍ରମାଗତ ପଞ୍ଚମ ବିଜୟ ସହିତ ଏହି କୃତିତ୍ୱ ହାସଲ କରିଛି ଓଡ଼ିଶା। ଶନିବାର ମୁମ୍ବାଇ ଖିଲାଡିକୁ ୬୦-୩୭ରେ ପରାସ୍ତ କରିଛି। ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଓଡ଼ିଶା ପ୍ରଭାବ ବିସ୍ତାର କରି ଖେଳିବା ସହିତ ଏକପାଖିଆ ବିଜୟ ହାସଲ କରିଥିଲା। ୭ଟି ମ୍ୟାଚରୁ ଷଷ୍ଠ ବିଜୟ ସହ ୧୮ ପଏଣ୍ଟ ହାସଲ କରିଛି ଦଳ।

ଅଧିନାୟକ ମିଲିନ୍ଦ ଚଭାରେକର ୫ ପଏଣ୍ଟ ସ୍କୋର କରିବା ସହିତ ୩.୧୩ ମିନିଟର ଡିଫେଣ୍ଡ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସୂରଜ ଲାଣ୍ଡେ ୧୨ ପଏଣ୍ଟ ସ୍କୋର କରିଥିଲେ। ପ୍ରଥମ ୭ ମିନିଟରେ ମୁମ୍ବାଇ ଖିଲାଡି ଆଟାକ୍‌ କରିଥିବା ବେଳେ ଦଳ ୧୬-୮ରେ ଅଗ୍ରଣୀ ରହିଥିଲା। ଓଡ଼ିଶା ଦଳ ଆଟାକର ମାତ୍ର ଦୁଇ ମିନିଟ ମଧ୍ୟରେ ସ୍କୋର ବରାବର କରିବା ସହିତ ୨୯-୨୦ରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ ଇନିଂସରେ ଚଭାରେକର ଓ ଦୀନେଶ ନାୟକ ଚମତ୍କାର ଡିଫେଣ୍ଡ କରିଥିଲେ। ଚଭାରେକର ୩.୧୩ ମିନିଟର ଡିଫେଣ୍ଡ କରିଥିବା ବେଳେ ଦୀନେଶ ନାୟକ ୨.୩୪ ମିନିଟର ଡିଫେଣ୍ଡ କରିଥିଲେ। ଏହି ରାଉଣ୍ଡରେ ମୁମ୍ବାଇ ମାତ୍ର ୨ ପଏଣ୍ଟର ଅଗ୍ରଣୀ ହାସଲ କରିଥିଲା। ଅନ୍ତିମ କ୍ୱାର୍ଟରରେ ଓଡ଼ିଶା ଆହୁରି ୧୮ ପଏଣ୍ଟର ଅଗ୍ରଣୀ ହାସଲ କରିଥିବା ବେଳେ ଦଳ ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲା। ମୁମ୍ବାଇ ଖିଲାଡିର ଏସ୍‌. ଶ୍ରୀଜେସ୍‌ ସର୍ବାଧିକ ୭ ପଏଣ୍ଟ ସ୍କୋର କରିଥିଲେ। ଓଡ଼ିଶା ଜଗରନଟ୍ସ ୧୮ ପଏଣ୍ଟ ସହିତ ଟେବଲ୍‌ ଟପରେ ପହଞ୍ଚିଥିବା ବେଳେ ୧୭ ପଏଣ୍ଟ ସହିତ ଗୁଜରାଟ ଜାୟାଣ୍ଟ୍ସ ମଧ୍ୟ ପ୍ଲେ ଅଫ୍‌କୁ ଯୋଗ୍ୟତା ହାସଲ କରିଛି। ଶନିବାର ଅନ୍ୟ ଏକ ମ୍ୟାଚରେ ଚେନ୍ନାଇ କ୍ୱିକ୍‌ ଗନ୍ସ ୫୭-୩୬ ପଏଣ୍ଟରେ ରାଜସ୍ଥାନ ଓ୍ବାରିୟର୍ସକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୨୩ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ପରସ୍ପରକୁ ଭେଟିଛନ୍ତି। ସଞ୍ଜୁ ସାମସନଙ୍କ…

ଅନ୍ତିମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍‌ ଜିତିଲା ବାଂଲାଦେଶ

ଲକ୍ଷ୍ନୌ,୨୩ା୪: ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ଓ ପରେ ମୁସ୍ତାଫିଜୁର ରହମାନଙ୍କ ୫ ଉଇକେଟ ସଫଳତା ବଳରେ ବାଂଲାଦେଶ ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ…

CSKକୁ ମିଳିଲା ଆୟୁଷଙ୍କ ରିପ୍ଲେସମେଣ୍ଟ: IPL 2026 ମଧ୍ୟରେ ଚେନ୍ନାଇରେ ପହଞ୍ଚିଲେ ପୂର୍ବତନ MI ଖେଳାଳି

ନୂଆଦିଲ୍ଲୀ,୨୩।୪: ଚେନ୍ନାଇ ସୁପର କିଙ୍ଗସ ଆୟୁଷ ମହାତ୍ରେଙ୍କ ବଦଳରେ ଜଣେ ଖେଳାଳିଙ୍କୁ ପାଇଛି। ମହାତ୍ରେଙ୍କ ସ୍ଥାନରେ CSK ୩୨ ବର୍ଷୀୟ ଦ୍ରୁତ ବୋଲର ଆକାଶ ମାଧୱାଲଙ୍କୁ ନିଜ…

RCB ପ୍ଲେୟାରଙ୍କୁ ନେବ CSK! IPLରେ ଜଣେ ଖେଳାଳିଙ୍କୁ ଋଣରେ ନେବାରେ କ’ଣ ରହିଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୪: IPL 2026 ରେ ଖେଳାଳିଙ୍କ ଆଘାତର ଧାରା ଅବିରତ ଜାରି ରହିଛି। ଏହା ମଧ୍ୟରେ, ଚେନ୍ନାଇ ସୁପର କିଙ୍ଗସ ନିଜକୁ ଏକ ବଡ଼ ସଙ୍କଟରେ ପକାଇଛି।…

ପୁଅକୁ କ୍ରିକେଟର କରିବାକୁ ପିତା ହୋଇଗଲେ ଶ୍ରମିକ, ହେଲେ ଗୋଟିଏ ଭୁଲ ପାଇଁ ସବୁ ହୋଇଗଲା ନଷ୍ଟ!

ନୂଆଦିଲ୍ଲୀ,୨୩।୪: ୨୦୨୬ ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ଦ୍ରୁତ ବୋଲର ମୟଙ୍କ ଯାଦବ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ଏହି…

ଲଗାତାର ପରାଜୟକୁ ନେଇ କାହିଁକି ଏମିତି କହିଲେ ପନ୍ତ? ଜାଣନ୍ତୁ କାହାକୁ ଦାୟୀ କଲେ

ନୂଆଦିଲ୍ଲୀ,୨୩।୪: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଇପିଏଲ 2026 ରେ ଏକ ନିରାଶାଜନକ ପ୍ରଦର୍ଶନ କରିଛି, ବୁଧବାର ରାଜସ୍ଥାନ ରୟାଲ୍ସ ହାତରେ ୪୦ ରନରେ ପରାଜୟ ବରଣ କରିଛି।…

‘ମୁଁ ପ୍ରତ୍ୟେକ ମ୍ୟାଚ୍ ପୂର୍ବରୁ କାର୍ଟୁନ୍ ଦେଖେ…’ କାହିଁକି ଏଭଳି କହିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୩।୪: ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଥିଲା । ଯେତେବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଅଧିଗ୍ରହଣ କରିଥିଲା, ସେତେବେଳେ ସେ ମାତ୍ର ୧୩ ବର୍ଷ ବୟସର…

ହଠାତ୍‌ ଫ୍ଲପ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ: ଖୋଲିଗଲା ପୋଲ୍‌

ନୂଆଦିଲ୍ଲୀ,୨୩।୪: IPL 2026ର ପ୍ରଥମ ଚାରି ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ କରିଥିଲେ। କିଛି ଦିନ ପାଇଁ ସେ ଅରେଞ୍ଜ କ୍ୟାପ ମଧ୍ୟ ରଖିଥିଲେ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri