ଜଙ୍ଗଲ ନିଆଁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୬ା୪(ବ୍ୟୁରୋ): ଓଡ଼ିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣା ଦେଶର ସମସ୍ତ ରାଜ୍ୟଠାରୁ ଆଗରେ ରହିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକ ସଭାରେ ଏହି ସୂଚନା ଦେଇଛନ୍ତି।
ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ ମଧ୍ୟରେ ଦେଶରେ ୩,୪୫,୯୮୯ଟି ବନାଗ୍ନି ଘଟିଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୫୧,୯୬୮ ରହିଛି। ସେହିଭଳି ଓଡ଼ିଶା ପଛକୁ ମଧ୍ୟପ୍ରଦେଶ ୪୭,୭୯୫ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ପଛକୁ ଛତିଶଗଡ଼ରେ ୩୮,୧୦୬ ଜଙ୍ଗଲ ନିଆଁ ପରିଲକ୍ଷିତ ହୋଇଥିବାବେଳେ ମହରାଷ୍ଟ୍ରରେ ୩୪,୦୨୫, ଝାଡ଼ଖଣ୍ଡରେ ୨୧,୭୧୩, ଉତ୍ତରାଖଣ୍ଡରେ ୨୧,୪୮୭, ଆନ୍ଧ୍ରପ୍ରଦେଶରେ ୧୯,୩୨୮, ତେଲଙ୍ଗାନାରେ ୧୮,୨୩୭, ମିଜୋରାମରେ ୧୨,୮୪୬, ଆସାମରେ ୧୦,୭୧୮ ଏବଂ ମଣିପୁରରେ ୧୦,୪୫୭ ଜଙ୍ଗଲ ନିଆଁ ଘଟିଥିବା ମନ୍ତ୍ରୀ କହିଛନ୍ତି। ପ୍ରତିବର୍ଷ ନଭେମ୍ବରରୁ ମେ’ ମାସ ମଧ୍ୟରେ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଧରୁଥିବା ସାମଗ୍ରୀ ଯଥା ଶୁଖିଲା କାଠ, ପତ୍ର, କାଠି ଆଦି ପଡ଼ିବା ଦ୍ୱାରା ଅଗ୍ନିକାଣ୍ଡ ଘଟୁଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ଜଙ୍ଗଲ ନିଆଁ ସ୍ଥଳଭାଗରେ ପରିଲକ୍ଷିତ ହୋଇଥାଏ ଏବଂ ଏହାଦ୍ୱାରା ସବୁଜିମା ନଷ୍ଟ ହୋଇଥାଏ। ଏଫ୍‌ଏସ୍‌ଆଇ ପକ୍ଷରୁ ପଞ୍ଜୀକୃତ ବ୍ୟକ୍ତିଙ୍କ ନିକଟରୁ ଜଙ୍ଗଲ ନିଆଁ ସଂକ୍ରାନ୍ତରେ ସତର୍କ ସୂଚନା ପଠାଯାଇଥାଏ।
ମନ୍ତ୍ରଣାଳୟ ଓ ବିଶ୍ୱ ବ୍ୟାଙ୍କ ମିଳିତ ସହାୟତାରେ ଭାରତୀୟ ଜଙ୍ଗଲରେ ଅଗ୍ନିକାଣ୍ଡ ପରିଚାଳନା ଶୀର୍ଷକ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ ହୋଇଥିଲା, ଯେଉଁଥିରେ ଅଗ୍ନିକାଣ୍ଡ ରୋକିବା ପାଇଁ ଅନେକଗୁଡ଼ିଏ ସୁପାରିସ କରାଯାଇଥିଲା। ଏଥିମଧ୍ୟରେ ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସତର୍କତା ସହିତ ସ୍ଥାନୀୟ ଗୋଷ୍ଠୀଗୁଡ଼ିକୁ ଏଥିରେ ସାମିଲ ଆଦି ରହିଥିଲା। ରିପୋର୍ଟରେ ହୋଇଥିବା ଆକଳନ ଅନୁଯାୟୀ ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୬.୩୪ ନିୟୁତ ଟନ୍‌ରୁ ୧୨୩.୮୪ ନିୟୁତ ଟନ୍‌ ବୃଦ୍ଧି ପାଉଛି।
ଜଙ୍ଗଲରେ ଲାଗୁଥିବା ନିଆଁକୁ ପ୍ରତିହତ କରିବାର ପ୍ରାଥମିକ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର। ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଆଁକୁ ଆୟତ୍ତ କରିବା ପାଇଁ ଆର୍ଥିକ ସହାୟତା ସହିତ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ବିଭିନ୍ନ ପ୍ରକାର ସାଜ ସରଞ୍ଜାମ ଯୋଗାଇ ଦିଆଯାଇଥାଏ। ଏହି ଯୋଜନାରେ ୨୦୧୮-୧୯ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟକୁ ୧୨୫ କୋଟି ଟଙ୍କାର ସହାୟତା ଯୋଗାଯାଇଛି।
ଏଫ୍‌ଏସ୍‌ଆଇ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ସୂଚନା ପାଉଥିବା ପଞ୍ଜୀକୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଁ କୁହାଯିବା ପରେ ଏବେ ଏହି ସଂଖ୍ୟା ୧.୩୦ ଲକ୍ଷରେ ପହଞ୍ଚିଛି। ସେହିଭଳି ଏଫ୍‌ଏସ୍‌ଆଇ ମଧ୍ୟ ସାପ୍ତାହିକ ଭାବେ ରାଜ୍ୟଗୁଡ଼ିକୁ ପ୍ରାରମ୍ଭିକ ସତର୍କ ସୂଚନା ଦେଉଛନ୍ତି। ଏଥିସହିତ ଜଙ୍ଗଲ ନିଆଁକୁ ପ୍ରତିହତ ଲାଗି କେନ୍ଦ୍ର ସରକାର ଜାତୀୟ ସ୍ତରରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଙ୍ଗଲ ନିଆଁ ପ୍ରଶମନ ପାଇଁ ରାଜ୍ୟସ୍ତରୀୟ ମନିଟରିଂ କମିଟି ଗଠନ ସହିତ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଲାଗି ପରାମର୍ଶ ପ୍ରଦାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri