ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେବା ସହ  ସେମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ସତ୍ତ୍ୱେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ଏକ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନକୁ ଚାଲି ଆସିଥିବା ସଦ୍ୟ ପ୍ରକାଶି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)-୨୦୧୯ ରିପୋର୍ଟରୁ ଏହା ଜଣାପଡିଛି। ୨୦୧୭ରେ  ଓଡ଼ିଶା ପୋଲିସ ପକ୍ଷରୁ ୨୦ହଜାର ୯୮ଟି ନାରୀ ନିର୍ଯାତନା ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ୨୦୧୮ରେ ୨୦ହଜାର ୨୭୪ଟି ମାମଲା ହୋଇଛି। ତେବେ ୨୦୧୯ରେ ଦେଶର ସର୍ବାଧିକ ୨୩ ହଜାର ୧୮୩ଟି ନାରୀ ନିର୍ଯାତନା ମାମଲା ହୋଇଛି।  ତେବେ ଦ୍ୱିତୀୟ ସ୍ଥାନରେ ଜମ୍ମୁକଶ୍ମୀର ଓ ତୃତୀୟରେ ରାଜସ୍ଥାନ ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି। ସବୁଠୁ ଉଦ୍‌ବେଗର ବିଷୟ ହେଲା, ଓଡ଼ିଶାରେ ଛୋଟ ପିଲାଙ୍କୁ ଅଶ୍ଳୀଳ ଭିଡ଼ିଓ ତିଆରିରେ ସବୁଠାରୁ ଅଧିକ ନିୟୋଜିତ କରାଯାଉଛି। ୨୦୧୭ରେ ଏନେଇ ୮ଟି ମାମଲା ହୋଇଥିବାବେଳେ ୨୦୧୮ରେ ୩୩୩ ଓ ୨୦୧୯ରେ ୫୪୨ ମାମଲା ହୋଇଛି। ଏହା ତଳକୁ ରାଜସ୍ଥାନ ଓ ବିହାର ରହିଛି।  ସେହିପରି ରାଜ୍ୟରେ ଯୌନ ଶୋଷଣ ମାମଲା ସଂଖ୍ୟା ମଧ୍ୟ ଅଧିକ ରହିଛି।  ୨୦୧୯ରେ ୧୨୯୮ ମହିଳା ଯୌନ ଶୋଷଣର ଶିକାର ହୋଇଥିବାବେଳେ ଏହି ମାମଲାରେ ଓଡ଼ିଶା ଦ୍ୱିତୀୟରେ ରହିଛି। ହରିୟାଣା ଏ କ୍ଷେତ୍ରରେ ଶୀର୍ଷରେ ରହିଛି। ସବୁଠୁ ଲଜ୍ଜାଜନକ କଥା ହେଲା ମହିଳାଙ୍କୁ ଉଲଗ୍ନ କରିବା ମାମଲା ମଧ୍ୟ ଓଡ଼ିଶାରେ ସର୍ବାଧିକ। ୨୦୧୯ରେ ୨ହଜାର ୮୧୬ ଘଟଣା ଘଟିଥିବାବେଳେ ୨ହଜାର ୮୧୮ଜଣ ପୀଡିତା ରହିଛନ୍ତି।  ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବଳାତ୍କାରରେ ଓଡ଼ିଶାର ସ୍ଥାନ ନବମରେ ରହିଛି। ୨୦୧୯ରେ ରାଜ୍ୟରେ ୧୩୮୨ ବଳାତ୍କାର ମାମଲା ଓ ୧୫୧ଟି ବଳାତ୍କାର ଉଦ୍ୟମ ମାମଲା ପଞ୍ଜୀକୃତ ହୋଇଛି।  ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା ମାମଲା ସଂଖ୍ୟା ୨ହଜାର ୩୬ ରହିଥିବାବେଳେ ୧୪ଶହ ୧୭ ଘଟଣାରେ ୧୫୦୫ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ମହିଳାଙ୍କୁ ନିର୍ଯାତନା ଦେଇ ଇଜ୍ଜତ ଲୁଟିବା ନେଇ ୨୦୧୯ରେ ୧୧ହଜାର ୩୦୮ ମାମଲା ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପ୍ରଥମରେ ଉତ୍ତରପ୍ରଦେଶ ରହିଛି।

ଅନ୍ୟପକ୍ଷରେ ଓଡ଼ିଶାରେ ୨୦୧୯ରେ ୧୩୫୬ ହତ୍ୟା ମାମଲା ରୁଜୁ ହୋଇଛି। ଏଥିରେ ୧୩୬୫ଜଣଙ୍କ ମୃତ୍ୟୁ ଘଟିଛି। ଯୌତୁକଜନିତ ହତ୍ୟାକାଣ୍ଡ ୩୪୨ଟି ହୋଇଥିବାବେଳେ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବାକୁ ନେଇ ୧୨ ମାମଲା ରହିଛି। ହତ୍ୟା ଉଦ୍ୟମ ମାମଲା ସଂଖ୍ୟା ୩ହଜାର ୫୬୯ ରହିଥିବାବେଳେ ୩ହଜାର ୬୦୪ଜଣ ଗୁରୁତର ଆହତ ହୋଇଛନ୍ତି। କହିବାକୁ ଗଲେ ହତ୍ୟା ଉଦ୍ୟମ ମାମଲାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଓ ପ୍ରଥମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି।  ସେହିଭଳି ଗତବର୍ଷ ଏସିଡ୍‌ ମାଡ଼ ସଂକ୍ରାନ୍ତ ମାମଲା ସଂଖ୍ୟା ୧୦ ରହିଥିବାବେଳେ ଏଥିରେ ୧୦ଜଣ ଗୁରୁତର ହୋଇଥିବା ଏନ୍‌ସିଆର୍‌ବି ରିପୋର୍ଟରେ ଉଲ୍ଲେଖ ରହିଛି।ଉକ୍ତ ରିପୋର୍ଟ ଅନୁସାରେ, ୨୦୧୯ରେ ଉଭୟ ଆଇପିସି (ଭାରତୀୟ ଦଣ୍ଡ ସଂହିତା) ଓ ଏସ୍‌ଏଲ୍‌ (ସ୍ପେଶାଲ ଲ’)ରେ ସମୁଦାୟ ୧ଲକ୍ଷ ୨୧ହଜାର ୫୨୫ଟି ମାମଲା ରୁଜୁ ହୋଇଛି।

୨୦୧୭ରେ ଆଇପିସିରେ ୮୩ହଜାର ୫୮୩ ମାମଲା ରୁଜୁ ହୋଇଥିବାବେଳେ ୨୦୧୮ରେ ୮୩ ହଜାର ୭୬୯ ରହଛି। ହେଲେ ୨୦୧୯ରେ  ଅଧିକ ୧୦ ହଜାର ଅର୍ଥାତ୍‌  ୯୬ ହଜାର ୩୩ ମାମଲା ରୁଜୁ ହୋଇଛି।  ସେହିପରି ଏସ୍‌ଏଲ୍‌ (ସ୍ପେଶାଲ ଲ’) ଅଧୀନରେ ୨୦୧୭ରେ ୨୦ ହଜାର ୨୮୩ଟି ମାମଲା ହୋଇଥିବାବେଳେ ୨୦୧୮ରେ ୨୩ହଜାର ୬୩୯ ଓ ୨୦୧୯ରେ ୨୫ ହଜାର ୪୯୨ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?