ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେବା ସହ  ସେମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ସତ୍ତ୍ୱେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ଏକ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନକୁ ଚାଲି ଆସିଥିବା ସଦ୍ୟ ପ୍ରକାଶି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)-୨୦୧୯ ରିପୋର୍ଟରୁ ଏହା ଜଣାପଡିଛି। ୨୦୧୭ରେ  ଓଡ଼ିଶା ପୋଲିସ ପକ୍ଷରୁ ୨୦ହଜାର ୯୮ଟି ନାରୀ ନିର୍ଯାତନା ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ୨୦୧୮ରେ ୨୦ହଜାର ୨୭୪ଟି ମାମଲା ହୋଇଛି। ତେବେ ୨୦୧୯ରେ ଦେଶର ସର୍ବାଧିକ ୨୩ ହଜାର ୧୮୩ଟି ନାରୀ ନିର୍ଯାତନା ମାମଲା ହୋଇଛି।  ତେବେ ଦ୍ୱିତୀୟ ସ୍ଥାନରେ ଜମ୍ମୁକଶ୍ମୀର ଓ ତୃତୀୟରେ ରାଜସ୍ଥାନ ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି। ସବୁଠୁ ଉଦ୍‌ବେଗର ବିଷୟ ହେଲା, ଓଡ଼ିଶାରେ ଛୋଟ ପିଲାଙ୍କୁ ଅଶ୍ଳୀଳ ଭିଡ଼ିଓ ତିଆରିରେ ସବୁଠାରୁ ଅଧିକ ନିୟୋଜିତ କରାଯାଉଛି। ୨୦୧୭ରେ ଏନେଇ ୮ଟି ମାମଲା ହୋଇଥିବାବେଳେ ୨୦୧୮ରେ ୩୩୩ ଓ ୨୦୧୯ରେ ୫୪୨ ମାମଲା ହୋଇଛି। ଏହା ତଳକୁ ରାଜସ୍ଥାନ ଓ ବିହାର ରହିଛି।  ସେହିପରି ରାଜ୍ୟରେ ଯୌନ ଶୋଷଣ ମାମଲା ସଂଖ୍ୟା ମଧ୍ୟ ଅଧିକ ରହିଛି।  ୨୦୧୯ରେ ୧୨୯୮ ମହିଳା ଯୌନ ଶୋଷଣର ଶିକାର ହୋଇଥିବାବେଳେ ଏହି ମାମଲାରେ ଓଡ଼ିଶା ଦ୍ୱିତୀୟରେ ରହିଛି। ହରିୟାଣା ଏ କ୍ଷେତ୍ରରେ ଶୀର୍ଷରେ ରହିଛି। ସବୁଠୁ ଲଜ୍ଜାଜନକ କଥା ହେଲା ମହିଳାଙ୍କୁ ଉଲଗ୍ନ କରିବା ମାମଲା ମଧ୍ୟ ଓଡ଼ିଶାରେ ସର୍ବାଧିକ। ୨୦୧୯ରେ ୨ହଜାର ୮୧୬ ଘଟଣା ଘଟିଥିବାବେଳେ ୨ହଜାର ୮୧୮ଜଣ ପୀଡିତା ରହିଛନ୍ତି।  ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବଳାତ୍କାରରେ ଓଡ଼ିଶାର ସ୍ଥାନ ନବମରେ ରହିଛି। ୨୦୧୯ରେ ରାଜ୍ୟରେ ୧୩୮୨ ବଳାତ୍କାର ମାମଲା ଓ ୧୫୧ଟି ବଳାତ୍କାର ଉଦ୍ୟମ ମାମଲା ପଞ୍ଜୀକୃତ ହୋଇଛି।  ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା ମାମଲା ସଂଖ୍ୟା ୨ହଜାର ୩୬ ରହିଥିବାବେଳେ ୧୪ଶହ ୧୭ ଘଟଣାରେ ୧୫୦୫ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ମହିଳାଙ୍କୁ ନିର୍ଯାତନା ଦେଇ ଇଜ୍ଜତ ଲୁଟିବା ନେଇ ୨୦୧୯ରେ ୧୧ହଜାର ୩୦୮ ମାମଲା ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପ୍ରଥମରେ ଉତ୍ତରପ୍ରଦେଶ ରହିଛି।

ଅନ୍ୟପକ୍ଷରେ ଓଡ଼ିଶାରେ ୨୦୧୯ରେ ୧୩୫୬ ହତ୍ୟା ମାମଲା ରୁଜୁ ହୋଇଛି। ଏଥିରେ ୧୩୬୫ଜଣଙ୍କ ମୃତ୍ୟୁ ଘଟିଛି। ଯୌତୁକଜନିତ ହତ୍ୟାକାଣ୍ଡ ୩୪୨ଟି ହୋଇଥିବାବେଳେ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବାକୁ ନେଇ ୧୨ ମାମଲା ରହିଛି। ହତ୍ୟା ଉଦ୍ୟମ ମାମଲା ସଂଖ୍ୟା ୩ହଜାର ୫୬୯ ରହିଥିବାବେଳେ ୩ହଜାର ୬୦୪ଜଣ ଗୁରୁତର ଆହତ ହୋଇଛନ୍ତି। କହିବାକୁ ଗଲେ ହତ୍ୟା ଉଦ୍ୟମ ମାମଲାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଓ ପ୍ରଥମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି।  ସେହିଭଳି ଗତବର୍ଷ ଏସିଡ୍‌ ମାଡ଼ ସଂକ୍ରାନ୍ତ ମାମଲା ସଂଖ୍ୟା ୧୦ ରହିଥିବାବେଳେ ଏଥିରେ ୧୦ଜଣ ଗୁରୁତର ହୋଇଥିବା ଏନ୍‌ସିଆର୍‌ବି ରିପୋର୍ଟରେ ଉଲ୍ଲେଖ ରହିଛି।ଉକ୍ତ ରିପୋର୍ଟ ଅନୁସାରେ, ୨୦୧୯ରେ ଉଭୟ ଆଇପିସି (ଭାରତୀୟ ଦଣ୍ଡ ସଂହିତା) ଓ ଏସ୍‌ଏଲ୍‌ (ସ୍ପେଶାଲ ଲ’)ରେ ସମୁଦାୟ ୧ଲକ୍ଷ ୨୧ହଜାର ୫୨୫ଟି ମାମଲା ରୁଜୁ ହୋଇଛି।

୨୦୧୭ରେ ଆଇପିସିରେ ୮୩ହଜାର ୫୮୩ ମାମଲା ରୁଜୁ ହୋଇଥିବାବେଳେ ୨୦୧୮ରେ ୮୩ ହଜାର ୭୬୯ ରହଛି। ହେଲେ ୨୦୧୯ରେ  ଅଧିକ ୧୦ ହଜାର ଅର୍ଥାତ୍‌  ୯୬ ହଜାର ୩୩ ମାମଲା ରୁଜୁ ହୋଇଛି।  ସେହିପରି ଏସ୍‌ଏଲ୍‌ (ସ୍ପେଶାଲ ଲ’) ଅଧୀନରେ ୨୦୧୭ରେ ୨୦ ହଜାର ୨୮୩ଟି ମାମଲା ହୋଇଥିବାବେଳେ ୨୦୧୮ରେ ୨୩ହଜାର ୬୩୯ ଓ ୨୦୧୯ରେ ୨୫ ହଜାର ୪୯୨ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri