Posted inଖେଳ

ଓଡ଼ିଶା ଏଚ୍‌ପିସି, ସ୍ପୋଟର୍‌ସ ହଷ୍ଟେଲ ବିଜୟୀ

ଭୁବନେଶ୍ୱର, ୨୨।୮(କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଚାଲିଥିବା ୧୬ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ରବିବାର ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଚ୍‌ପିସି) ଓ ସ୍ପୋଟର୍‌ସ ହଷ୍ଟେଲ ଦଳ ବିଜୟ ହାସଲ କରିଛନ୍ତି। ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଓଡ଼ିଶା ଏଚ୍‌ପିସି ୫-୧ ଗୋଲରେ ସାଲ୍ୟୁଟ୍‌ ହକି ଏକାଡେମୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ନିହାରିକା ଟପ୍ପୋ ୪୦, ୪୨ ଓ ୬୦ତମ ମିନିଟ୍‌ରେ ୩ଟି ଗୋଲ ଦେଇ ହାଟ୍ରିକ୍‌ ଅର୍ଜନ କରିଥିବାବେଳେ ପ୍ରଜ୍ଞା ପଟେଲ ୨୧ ଓ ଅନୁସ୍କା ଭାଓରେ ୨୬ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

ବିପକ୍ଷ ଦଳର କାଜଲ ୫୩ତମ ମିନିଟ୍‌ରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ପୁଲ୍‌ ‘ଏ’ର ଏକ ମ୍ୟାଚ୍‌ରେ ଅନ୍ୟତମ ଓଡ଼ିଶା ଦଳ ସ୍ପୋଟର୍‌ସ ହଷ୍ଟେଲ ୫-୧ ଗୋଲରେ ରାୟପୁରର ସ୍ମାର୍ଟ ହକି ଏକାଡେମୀକୁ ହରାଇ ଦେଇଛି। ସ୍ପୋଟର୍‌ସ ହଷ୍ଟେଲ ଅଧିନାୟକ ଅମିଶା ଏକ୍କା ୨୩, ୪୦ ଓ ୪୮ତମ ମିନିଟ୍‌ରେ ୩ଟି ଗୋଲ ଦେଇ ହାଟ୍ରିକ୍‌ ଅର୍ଜନ କରିଥିଲେ। ଅର୍ଚ୍ଚନା ଖାଲ୍‌କୋ ୧୨ ଓ ସୁସ୍ମିତା ଡୁଙ୍ଗ୍‌ଡୁଙ୍ଗ ୧୫ତମ ମିନିଟ୍‌ରେ ଅନ୍ୟ ୨ଟି ଗୋଲ ଦେଇଥିଲେ। ରାୟପୁର ଦଳର ନିଶୁ ଭିହାନ ୩୦ତମ ମିନିଟ୍‌ରେ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ।

ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ୧୮-୦ ଗୋଲରେ ଘୁମାନହିରା ରାଇଜର୍ସ ଏକାଡେମୀ, ସିଟିଜେନ ହକି ଏକାଦଶ ୩-୨ରେ ଭାଇ ବେହଲୋ ହକି ଏକାଡେମୀ ଭଗତା, ପ୍ରୀତମ ସିଓ୍ବାଚ୍‌ ହକି ଏକାଡେମୀ ସୋନେପତ ୩୯-୦ ଗୋଲରେ ମୁମ୍ବାଇ ସ୍କୁଲ ସ୍ପୋଟର୍‌ସ ଆସୋସିଏଶନ, ହର୍‌ ହକି ଏକାଡେମୀ ୩-୨ରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ‘ବି’, ଅନନ୍ତପୁର ହକି ଏକାଡେମୀ ୩-୧ରେ ଦିଲ୍ଲୀ ହକି ଏବଂ ମଧ୍ୟପ୍ରଦେଶ ହକି ଏକାଡେମୀ ୧୩-୦ ଗୋଲରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଗୁଜରାଟ ଏକାଡେମୀକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri