ମହଙ୍ଗା ହୋଇପାରେ ୟୁପିଆଇ କାରବାର

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ନଗଦ ଟଙ୍କା କାରବାରକୁ ବନ୍ଦ କରିବା ସହ ଡିଜିଟାଲ ପଦ୍ଧତିରେ ଅର୍ଥ ନେଣଦେଣ କରିବା ପାଇଁ ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ) ସେବାର ଶୁଭାରମ୍ଭ କରିଥିଲେ। ଏହା କମ ଦିନରେ ଲୋକଙ୍କ ଭରସା ସହ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚତ୍ ପାରିଛି। ହେଲେ ବର୍ତ୍ତମାନ ଏହାର କାରବାର ଉପରେ ସରକାର ଆବଶ୍ୟକ ଶୁଳ୍କ ବା ଚାର୍ଜ ନେବାକୁ ଯୋଜନା କରୁଛନ୍ତି।

ଏପରିକି ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ବିଚାରବିମର୍ଶ କରୁଥିବା କୁହାଯାଉଛି। ବିଶେଷକରି ୟୁପିଆଇ ଜରିଆରେ ହିତାଧିକାରୀମାନେ ସହଜରେ ପେମେଣ୍ଟ କରିପାରୁଥିଲେ। ହେଲେ ଏବେ ଉକ୍ତ ସେବା ବା କାରବାର ପାଇଁ ଅର୍ଥ ପୈଠ କରିବାକୁ ପଡ଼ିବ ବୋଲି କୁହାଯାଇଛି। ପୂର୍ବରୁ ଏହା ଉପରେ ହିତାଧିକାରୀଙ୍କୁ କୌଣସି ଚାର୍ଜ ବା ଦେୟ ଦେବାକୁ ପଡୁନଥିଲା। ଫଳରେ ଉଭୟ ଖର୍ଚ୍ଚ କାଟ ଓ ସମୟ ରକ୍ଷା ହୋଇପାରୁଥିବାରୁ ଏହାର ଚାହିଦା ମଧ୍ୟ ଅଳ୍ପ ଦିନରେ ସାରା ଦେଶର କୋଣ ଅନୁକୋଣରେ ପହଞ୍ଚତ୍ ପାରିଥିଲା।

ତେବେ ଆଗାମୀ ଦିନରେ ଏହାର ବ୍ୟବହାର ଓ କାରବାର ଉପରେ ବ୍ୟାପକ ପରିବର୍ତ୍ତନ ହୋଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏଥିଲାଗି ଡିସ୍କସନ ପେପର ଅନ୍‌ ଚାର୍ଜେସ୍‌ ଇନ ପେମେଣ୍ଟ ସିଷ୍ଟମ (ଡିପିସିପିଏସ୍‌) ମଧ୍ୟ ଜାରି କରିଛନ୍ତି।

ଏଥିପାଇଁ ଆରବିଆଇ ସର୍ବସାଧାରଣଙ୍କ ପରାମର୍ଶ ଲୋଡିଛନ୍ତି। ଉଲ୍ଲେଖଯୋଗ୍ୟ, ୟୁପିଆଇରୁ ଶୁଳ୍କ ଅସୁଲି ଲାଗି ଆରବିଆଇ ଏବେ ବିକଳ୍ପ ସନ୍ଧାନ ଖୋଜୁଛନ୍ତି। ଏପରିକି ଆରବିଆଇ ପକ୍ଷରୁ ଜାରି ପେପରରେ ୟୁପିଆଇ ମଧ୍ୟ ଇମିଡିଏଟ୍‌ ପେମେଣ୍ଟ ସର୍ଭିସ (ଆଇଏମ୍‌ପିଏସ୍‌) ଭଳି ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଓ ଏହା ଉପରେ ଟ୍ରାନ୍ସଫର ଟ୍ରାଞ୍ଜାକ୍ସନରେ ଚାର୍ଜେସ୍‌ ଲାଗିବା ଦରକାର ବୋଲି ମତ ବାଢିଛି। ଆରବିଆଇ କହିବା ଅନୁଯାୟୀ, ପୃଥକ୍‌ ପୃଥକ୍‌ ଆମାଉଣ୍ଟ ଲାଗି ଅଲଗା ଅଲଗା ଚାର୍ଜ ନିର୍ଦ୍ଧାରଣ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?