୨୫ ବର୍ଷ ଶାସନରେ ଓଡ଼ିଶା ୫୦ ବର୍ଷ ଖସିଛି: ଶାହା

ରାଉରକେଲା,୧୮ା୫(ବିପ୍ଲବ ରଞ୍ଜନ ଦାଶ): ଏଥର ସାରା ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଦେଶରେ ୩୦କୋଟି ଦିଦି ଲକ୍ଷପତି,୩କୋଟି ଗରିବଙ୍କୁ ଆବାସ ମିଳିବ। ତେଣୁ ଓଡ଼ିଶାରେ ବିଜେଡି ସରକାର ହଟାଇ ଦେଶ ଓ ରାଜ୍ୟର ବିକାଶର ଶୁଭାରମ୍ଭ କରିବା ସମୟ ଆସିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଉରକେଲା ବିମାନବନ୍ଦର ଏରୋଡ୍ରମ ପଡିଆରେ ଭାଜପା ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଶୁକ୍ରବାର ଶାହା ଯୋଗଦେଇ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବା କଥା କି ନୁହେଁ ବୋଲି କହିବା ସହ କଂଗ୍ରେସକୁ ଘେରିଥିଲେ। କଂଗ୍ରେସ ଦେଶରେ ୬୦ବର୍ଷ କାଳ ଶାସନ କରି ମଧ୍ୟ ୫ଶହ ବର୍ଷ ପ୍ରାଚୀନ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ କାର୍ଯ୍ୟକୁ ଅଟକାଇ ରଖିଥିଲା। ମାତ୍ର ଦେଶରେ ଦ୍ୱିତୀୟ ଥର ବିପୁଳ ଜନ ସମର୍ଥନ ଲାଭ କରି ମୋଦିଜୀ ଭୂମିପୂଜନ ସହିତ ରାମମନ୍ଦିର ନିର୍ମାଣ ଓ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କଲେ। ସମଗ୍ର ଦେଶ ରାମ ଉତ୍ସବ ପାଳନ କରୁଥିବା ବେଳେ ରାଜ୍ୟରେ ବିଜେଡି ସରକାର ଲୁଟିବା କାମରେ ଲିପ୍ତ ଥିଲା। ତେଣୁ ରାମଙ୍କ କାର୍ଯ୍ୟରେ ବାଧା ସୃଷ୍ଟିକାରୀ ଲୋକଙ୍କୁ ଭୋଟ ଦେବା ଉଚିତ କି କହିଥିଲେ। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ମାତ୍ର କଂଗ୍ରେସ ଅଧ୍ୟକ୍ଷ ଖାଡ୍‌ଗେ କୁହନ୍ତି, ଓଡ଼ିଶାବାସୀଙ୍କ ପାଇଁ କଶ୍ମୀର କିଛି ନୁହଁ। କିନ୍ତୁ ସୁନ୍ଦରଗଡ଼ ଜିଲାବାସୀଙ୍କ ସମେତ ଓଡ଼ିଶାବାସୀ ଭାରତର ଅଖଣ୍ଡ ଅଂଶ କଶ୍ମୀର ପାଇଁ ବଳିଦାନ ଦେବାକୁ ପଛଘୁଞ୍ଚା ଦେବେନାହିଁ ବୋଲି କହିଥିଲେ। ୭୦ବର୍ଷ ଧରି ଧାରା ୩୭୦ ଅତି ସମ୍ବେଦନଶୀଳ ଥିଲା। ମୋଦି ଏହାକୁ ହଟାଇ ଦେଶର ଅଖଣ୍ଡତାକୁ ମଜଭୁତ କରିଛନ୍ତି। କଂଗ୍ରେସ କେବେ ଆଦିବାସୀ ମହିଳାଙ୍କୁ ସମ୍ମାନ ଦେଇନାହିଁ। ମାତ୍ର ମୋଦି ଓଡ଼ିଶାର ଅଦିବାସୀ ଝିଅ ଦ୍ରୈାପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ମହିଳାଙ୍କ ସମ୍ମାନକୁ ବୃଦ୍ଧି କରିଛନ୍ତି। ଜି-୨୦ ସମ୍ମିଳନୀରେ ସାରା ବିଶ୍ୱର ନେତାଙ୍କୁ ଗୋଟିଏ ସ୍ଥାନରେ ସ୍ବାଗତ କରିଥିଲେ ମୋଦି। ତାଙ୍କ ପାଖରେ କୋଣାର୍କ ସୂର୍ଯ୍ୟମନ୍ଦିରର ସୁନ୍ଦର ଛବିକୁ ରଖି ବିଶ୍ୱରେ ଓଡ଼ିଶାର ମାନଗୌରବ ଶିଖର ଧ୍ୱଜାକୁ ଉଡାଇଥିଲେ। ମାତ୍ର ନବୀନ ସରକାର ଓଡ଼ିଶାର ଶାସନକାଳକୁ ଜଣେ ତାମିଲ ହାତରେ ଟେକି ଦେଇ ଓଡ଼ିଆ ବାସୀଙ୍କ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି। ସମଗ୍ର ବିଶ୍ୱରେ ପ୍ରଭୁ ଜଗନ୍ନାଥଙ୍କ ମହିମାର ଗାଥା ହେଉଛି। ମାତ୍ର ବର୍ଷ ବର୍ଷ ଧରି ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବିର ଗୁମର ଖୋଲୁ ନାହିଁ। ମାତ୍ର ଭାଜପା ଆସିଲେ ଯାଞ୍ଚ ରିପୋର୍ଟ ଏକମାସ ମଧ୍ୟରେ ସାର୍ବଜନୀନ କରାଯିବ। ୨୫ବର୍ଷର ବିଜେଡି ସରକାର ଶାସନରେ ରାଜ୍ୟର ବିକାଶଧାରା ୫୦ବର୍ଷ ତଳକୁ ଖସି ଯାଇଛି। ଓଡ଼ିଶାର ପଶ୍ଚିମ କ୍ଷେତ୍ର ପାଇଁ ସର୍ବଦା ରାଜ୍ୟ ସରକାର ବୈମାତୃକ ମନୋଭାବ ଦେଖାଇ ଆସୁଛନ୍ତି। ଡବଲ ଇଞ୍ଜିନ ସରକାର ଆସିଲେ ସବୁକାମ ଦେଢବର୍ଷରେ ହେବ ଓ କୁଇଣ୍ଟାଲ ପିଛା ଧାନ ୩୧ ଶହ ଟଙ୍କାରେ କିଣାଯିବ ବୋଲି ଶାହା କହିଥିଲେ। ଓ୍ବାନ ନେଶନ ଓ୍ବାନ ରାଶନ କାର୍ଡରେ ଦେଶର ସମସ୍ତ ସ୍ଥାନରେ ଚାଉଳ ଦିଆଯାଉଛି। ମାତ୍ର ନବୀନ ସରକାର ଏହି ଯୋଜନାକୁ ରାଜ୍ୟରେ ଚାଲୁ କରୁନାହାନ୍ତି। ବୀରମିତ୍ରପୁର ଲାଇନ୍ସଜୋନ ମାଇନ୍ସ ବନ୍ଦ ରହିଥିଲା । ୨୦୧୪ରେ ଭାଜପା ଚାଲୁ କଲା। ରଘୁନାଥପାଲିରେ ବିଶାଳ ଫର୍ଟିଲାଇଜର ପ୍ଲାଣ୍ଟ ଥିଲାା ତାହାକୁ ୨୫ କୋଟିରେ ରାଜ୍ୟ ସରକାର ବିକ୍ରି କରିଦେଲେ। ଜିଲାରେ ମେଡିକାଲ କଲେଜ ଡିମାଣ୍ଡ ଥିଲା ନବୀନବାବୁ ୨୦୨୩ରେ ଶିଳାନ୍ୟାସ କଲେ, ମାତ୍ର ଏଯାଏ ତାହାକୁ ଚାଲୁ କଲେନାହିଁ। ମାତ୍ର ମୋଦୀ ସରକାର ଆସିଲେ ଚାଲୁ ହେବ। ଜିଲାରେ ଜାତୀୟ ରାଜପଥ,ରେଳ ଭିତ୍ତିଭୂମି ସୁଦୃଢ ହୋଇଛି। ୭ଶହ କୋଟି ଟଙ୍କାରେ ୨୪କି.ମି ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ ନିର୍ମାଣ, ୫୫୦କରୋଡ ୪୭ କିମି ଜାତୀୟ ରାଜପଥ ନିର୍ମାଣ, ୨୨ଶହ କୋଟି ରାୟପୁର-ଝାରସୁଗୁଡା ୩୧୦କିମି ରାସ୍ତା ନିର୍ମାଣ, ରାଉରକେଲା ପର୍ଯ୍ୟନ୍ତ ବନ୍ଦେ ଭାରତ ସମ୍ପ୍ରସାରଣ କରି ବହୁ ବିକାଶମୂଳକ କାର୍ଯ୍ୟ ସମ୍ପାଦନ ହୋଇସାରିଛି। ଡବଲ ଇଞ୍ଜିନ ସରକାର ଆସିଲେ ରାଜ୍ୟର ବିକାଶ ଧାରା ବେଗଗାମୀ ହେବା ସହ ଭାରତ ବିଶ୍ୱର ତୃତୀୟ ଶକ୍ତିଶାଳୀ ଦେଶ ହେବା ସୁନିଶ୍ଚିତ ବୋଲି ଶାହା ଦୃଢକ୍ତି ପ୍ରକାଶ କରିଥିଲେ। ଅପରାହ୍ନ ୪ଟାରେ ନିଜ ସ୍ବତନ୍ତ୍ର ବିମାନ ଯୋଗେ ଶାହା ରାଉରକେଲା ଛାଡିଥିଲେ। ଆୟୋଜିତ ସମାବେଶରେ ସୁନ୍ଦରଗଡ଼ ଏମ୍‌ପି ପ୍ରାର୍ଥୀ ଜୁଏଲ ଓରାମ,ରାଉରକେଲା ବିଧାନସଭା ବିଧାୟକ ପ୍ରାର୍ଥୀ ଦିଲୀପ ରାୟ, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ, ରଘୁନାଥପାଲି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ, ଲତିକା ପଟ୍ଟନାୟକ,ଧୀରେନ ସେନାପତି,ସୁକେଶୀ ଓରାମ, ପୂର୍ଣ୍ଣିମା କେରକେଟା,ପୂର୍ଣ୍ଣିମା ଦାସ, ଜଗବନ୍ଧୁ ବେହେରା,ତ୍ରିବେଣୀ ମାଝୀ, ପ୍ରବୋଧ ତିର୍କୀ,ମେଘନାଦ ନାୟକ,ମୋନାଲିସା କୁଜୁର,ସୁବ୍ରତ ପଟ୍ଟନାୟକ,ଶଶାଙ୍କ ଜେନା ଓ ଅରୁଣ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ। ଏ ଅବସରରେ କଂଗ୍ରେସ ନେତା ପ୍ରଭାତ ମହାପାତ୍ର ଦଳ ଛାଡି ଭାଜପାରେ ସାମିଲ ହୋଇଥିଲେ। ଏଥିସହ ହକି ତାରକା ପ୍ରବୋଧ ତିର୍କୀ ମଧ୍ୟ ଭାଜପାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri