ଓଡ଼ିଶା ପାସ୍‌ ହାର ଅଧିକ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥର ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୮୮.୭୮% ରହିଛି। ଗତବର୍ଷ ପାସ୍‌ ହାର ୮୩.୪୦% ରହିଥିଲାବେଳେ ଚଳିତବର୍ଷ ଅଧିକ ୫.୩୮% ଭଲ ରେଜଲ୍ଟ ହୋଇଛି। ସେପଟେ ଓଡ଼ିଶା ପାସ୍‌ ହାର ଜାତୀୟ ହାରଠାରୁ ଅଧିକ ଅର୍ଥାତ୍‌ ୮୯.୦୨% ରହିଛି। ଓଡ଼ିଶାରେ ୧୮,୪୮୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୬,୪୫୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ କୋଭିଡ୍‌ ୧୯ ପାଇଁ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇନାହିଁ। ଏବର୍ଷ ମଧ୍ୟ ଦେଶରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ଛାତ୍ରଙ୍କଠାରୁ ୫.୯୬% ଅଧିକ ରହିଛି। ଛାତ୍ରଙ୍କ ପାସ୍‌ ହାର ୮୬.୧୯% ଥିବାବେଳେ ଛାତ୍ରୀଙ୍କ ପାସ୍‌ ହାର ୯୨.୧୫% ରହିଛି। ସେହିପରି ତୃତୀୟ ଲିଙ୍ଗଙ୍କ ପାସ୍‌ ହାର ୬୬.୬୭% ରହିଛି।
ଅନ୍ୟପକ୍ଷରେ ଭୁବନେଶ୍ୱର ରିଜିଅନ (ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ)ରେ ପାସ୍‌ ହାର ୯୧.୪୬% ଥିବାବେଳେ ତ୍ରିଭେନ୍ଦ୍ରମ ରିଜିଅନ୍‌ରେ ସର୍ବାଧିକ ୯୭.୬୭% ରହିଛି। ପାଟଣା ରିଜିଅନ୍‌ରେ ସର୍ବନିମ୍ନ ୭୪.୫୭% ରେଜଲ୍ଟ ହୋଇଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦%, କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨% ଓ ଘରୋଇ ବିଦ୍ୟାଳୟର ୮୮.୨୨% ପିଲା ପାସ୍‌ କରିଛନ୍ତି।
ଚଳିତବର୍ଷ ସାରା ଦେଶରେ ୧୩,୧୦୯ ସ୍କୁଲର ୪,୯୮୪ କେନ୍ଦ୍ରରେ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୨,୦୩,୫୯୫ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିବାବେଳେ ୧୧ଲକ୍ଷ ୯୨ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ମୋଟ ୧୦୫୯,୦୮୦ଜଣ ଛାତ୍ରୀଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩୮,୦୦୦ ଛାତ୍ରୀଛାତ୍ର ୯୫% ଉପରେ ନମ୍ବର ରଖିଥିବାବେଳେ ୧.୫୭ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ୯୦% ଉପରେ ରଖିଛନ୍ତି। ଛାତ୍ରୀଛାତ୍ରମାନେ cbseresults.nic.in ଓ୍ବେବ୍‌ସାଇଟ୍‌ରେ ନିଜର ପରୀକ୍ଷା ଫଳ ଦେଖିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ତେବେ ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବା ନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ୍‌ କରି ସୂଚନା ଦେଇଥିଲେ। ଏଥିସହ ରେଜଲ୍ଟ ପ୍ରକାଶ କରିବା ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା

ଜଣାଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ କରୋନା ଯୋଗୁ ଅନେକ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରୀଛାତ୍ରମାନେ ସବୁଠୁ ଭଲ କରିଥିବା ବିଷୟର ନମ୍ବରକୁ ଆଧାର କରି ବାକି ଥିବା ବିଷୟଗୁଡ଼ିକରେ ମୂଲ୍ୟାୟନ କରାଯାଇଛି। ତେବେ ଏହି ରେଜଲ୍ଟରେ ଯେଉଁ ଛାତ୍ରୀଛାତ୍ରମାନେ ଖୁସି ନ ଥିବେ କିମ୍ବା କେହି ନିଜ ନମ୍ବର ବଢ଼ାଇବାକୁ ଚାହୁଁଥିବେ, ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ରହିଛି। ଜୁଲାଇ ୧ରୁ ୧୫ ମଧ୍ୟରେ ଯେଉଁ ବିଷୟବସ୍ତୁଗୁଡ଼ିକର ପରୀକ୍ଷା ହୋଇଥାଆନ୍ତା, ସେହି ବିଷୟରେ ଛାତ୍ରୀଛାତ୍ରମାନେ ଚାହିଁଲେ ପରୀକ୍ଷା ଦେଇପାରିବେ। ତେବେ ଯେଉଁମାନେ ଏହି ବିଷୟରେ ଇଚ୍ଛାଧୀନ ଭାବେ ପରୀକ୍ଷା ଦେବେ ସେମାନଙ୍କ ପରୀକ୍ଷା ଫଳକୁ ଫାଇନାଲ ବୋଲି ଧରାଯିବ। ସେପଟେ ନୂଆ ଆଧାରରେ ମୂଲ୍ୟାଙ୍କନ ହୋଇଥିବାରୁ ୪୦୦ଛାତ୍ରୀଛାତ୍ରଙ୍କ ମୂଲ୍ୟାଙ୍କନ ହୋଇପାରି ନାହିଁ। ତେବେ ସେମାନଙ୍କ ରେଜଲ୍ଟ ପରେ ପ୍ରକାଶ ପାଇବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri