Posted inଖେଳ

ଗୋଆକୁ ହରାଇ ଓଡ଼ିଶା ଗ୍ରୁପ୍‌ ଚାମ୍ପିୟନ

ସୁନ୍ଦରଗଡ,୨୨ା୧୧(ଜୟ ନାରାୟଣ ମେଣ୍ଡୁଳି): ଜିଲା କ୍ରୀଡା ସଂସଦ ଓ ଫୁଟବଲ ଆସୋସିଏସନ ଅଫ ଓଡିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ ଷ୍ଟାଡିୟମରେ ଆୟୋଜିତ ୨୮ତମ ଜାତୀୟ ମହିଳା ଫୁଟବଲ ଚମ୍ପିୟାନ ସିପ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଅନ୍ତିମ ଦିବସରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇ.ନାରାୟଣ ପଟେଲ ମୁଖ୍ୟ ଅତିଥି,ସେଣ୍ଟ ଟେରେସା ଇଙ୍ଗଲିଶ  ସ୍କୁଲ ର ପ୍ରିସିନ୍ସପାଲ  ପି.ସେଲଭି ଓ ସୁନ୍ଦରଗଡ ସରକାରୀ କଲେଜ ପ୍ରିନ୍ସପାଲ ଡ.ଲଳିତ ରଞନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅରୁଣାଚଳ ପ୍ରଦେଶ ଓ ଗୁଜରାଟ ମଧ୍ୟରେ  ହୋଇଥିବା ପ୍ରଥମ ମ୍ୟାଚରେ ଅରୁଣାଚଳ ପ୍ରଦେଶ  ୩-୧ଗୋଲରେ ବିଜୟା ହୋଇଥିଲା। ଅରୁଣାଚଳ ପ୍ରଦେଶ ଦଳ ତରଫରୁ ୟୁମଲାମ ଲାମି ୨ଗୋଲ(୫୧ ଓ ୯୦ମିନିଟ) ,ରଶ୍ମି ମନ୍ୟୁ (୭୫ମିନିଟ) ଗୋଟିଏ ଗୋଲ ଦେଇଥିଲେ। ସେହିପରି  ଗୁଜରାଟ ତରଫରୁ ଭୂମିସା ଡ୍ରାଭିଡ୍‌ ଏକ ମାତ୍ର ଗୋଲ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଅପରାହ୍ନରେ ଓଡିଶା ଓ ଗୋଆ ମଧ୍ୟରେ ମ୍ୟାଚ ହୋଇଥିଲା। ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ଓଡିଶା ୨-୦ ଗୋଲରେ ବିଜୟୀ ହୋଇ ଗ୍ରୁପ ଚାମ୍ପିୟନ ହୋଇଥିଲା। ଓଡିଶା ତରଫରୁ ଯଶୋଦା ମୁଣ୍ଡା(୨)ଓ ମାଳତୀ ମୁଣ୍ଡା(୧୨)ମିନିଟରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ସୁନ୍ଦରଗଡ ଜିଲା କ୍ରୀଡା ସସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି  ମେରୀଜନ ବାଗେ, ପୌଷଚନ୍ଦ୍ର ପଟେଲ, ବିମପ ବୋଷ, ଜୟଦେବ ପାତ୍ର,ରାଜେନ୍ଦ୍ର ପାଣ୍ଡେ,ନିତ୍ୟ କୁମାର ବଳ,ରୋମାଞ୍ଚ ଭୈଷାଲ,ବିଶ୍ବ ରଞନ ହୋତା,ସୁଶୀଲ ପଟେଲ, ରବି ମହାପାତ୍ର,ଆଶିଷ ଦେ, ବୀରମିତ୍ର କାଲୋ,ଶିଶିର ପଟେଲ, ଶ୍ୟାମନନ୍ଦନ ସହାୟ,ପ୍ରସାଦ ନାଏକ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ସୁନ୍ଦରଗଡ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଜାତୀୟ ଫୁଟବଲ ପ୍ରତିଯୋଗିତା ହୋଇଥିବାରୁ  ଫାଓ ସମ୍ପାଦକ ଆର୍ଶୀବାଦ ବେହେରା ଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲଙ୍କୁ ସୁନ୍ଦର ଗଡ ଜିଲା କ୍ରୀଡା ସସଦ ତରଫରୁ  କୃତଜ୍ଞତା ଜ୍ଞାପନ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri