Posted inଖେଳ

ଓଡ଼ିଶା, ଗୋଆ ବିଜୟୀ

ସୁନ୍ଦରଗଡ଼,୨୦ା୧୧(ଜୟ ନାରାୟଣ ମେଣ୍ଡୁଳି) : ଜିଲା କ୍ରୀଡ଼ା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡିୟମରେ ଆୟୋଜିତ ୨୮ତମ ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍‌ର ୪ର୍ଥ ଦିବସରେ ଓଡ଼ିଶା ଓ ଗୋଆ ବିଜୟୀ ହୋଇଛନ୍ତି। ରବିବାର ସକାଳ ୧୦ଟାରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା। ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହ ମୁଖ୍ୟ ଅତିଥି, ଫାଓର ଯୁଗ୍ମ ସମ୍ପାଦକ ମହମ୍ମଦ ଜବାର, ପୂର୍ବତନ ସାଇ କୋଚ ଅନନ୍ତ ବୋଷ, ସଦର ଜିଲା ପରିଷଦ ସଦସ୍ୟ ଅଶ୍ବିନୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ମ୍ୟାଚ୍‌ରେ ଓଡ଼ିଶା ୬-୦ଗୋଲରେ ବିଜୟୀ ହୋଇଥିଲା। ଲଗାତର ଭାବରେ ଓଡ଼ିଶା ଏହାର ୪ଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ଓଡ଼ିଶା ପକ୍ଷରୁ ସୁମିତ୍ରା ହେମ୍ବ୍ରମ ୨ଗୋଲ(୨୫ ଓ ୭୮ ମିନିଟ), ମନୀଷା ନାଏକ ୨ଗୋଲ(୩୭ ଓ ୬୨ମିନିଟ), ଯଶୋଦା ମୁଣ୍ଡା(୧୫ମିନିଟ) ଓ ଦୀପା ନାୟକ(୭୧ମିନିଟ) କରିଥିଲେ। ଅପରାହ୍ନ ୨.୩୦ରେ ଗୋଆ ଓ ମେଘାଳୟ ମଧ୍ୟରେ ହୋଇଥିବା ମ୍ୟାଚରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ମ୍ୟାଚରେ ଗୋଆ ୪-୧ଗୋଲରେ ବିଜୟୀ ହୋଇଥିଲା। ଗୋଆ ଦଳର ପର୍ଲ ଫର୍ନାଣ୍ଡେସ୍‌ଙ୍କ ହ୍ୟାଟ୍ରିକ ଗୋଲ(୧,୨୭,୨୯ମିନିଟ)ଓ କରିସ୍ମା ପୁରୁଷୋତ୍ତମ ସିରଭୋଲକର(୨୪ମିନିଟ)ରେ ଗୋଟିଏ ଗୋଲ ସ୍କୋର କରିଥିଲେ। ମେଘାଳୟ ତରଫରୁ ମାରବରିନ ନନଗ୍ରୁମ(୫୮ମିନିଟରେ) ଏକମାତ୍ର ଗୋଲ ଦେଇଥିଲେ। ଜିଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ପୌଷଚନ୍ଦ୍ର ପଟେଲ, ମେରୀଜନ ବାଗେ, ବିମଲ ବୋଷ, ପ୍ରସନ୍ନ ବେହେରା, ଜୟଦେବ ପାତ୍ର, ରାଜେନ୍ଦ୍ର ପାଣ୍ଡେ, ନିତ୍ୟ କୁମାର ବଳ, ସୁଶୀଲ ପଟେଲ, ପ୍ରସାଦ ନାଏକ, ବୀରମିତ୍ର କାଲୋ, ରୋମାଞ୍ଚ ଭୈଷାଲ, ଶିଶିର ପଟେଲ, ଆଶିଷ ଦେ, ଅଜୟ ବହିଦାର, ଶ୍ୟାମ ନନ୍ଦନ ସହାୟ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଖେଳ ଆୟୋଜିତ ହେଉଛି। ଆସନ୍ତା ମଙ୍ଗଳବାର ୨୧ତାରିଖ ସକାଳ ୨୦ଟାରେ ଗୁଜରାଟ ଓ ଅରୁଣାଚଳ ପ୍ରଦେଶ ତଥା ଅପରାହ୍ନ ୨ଟା ୩୦ରେ ଓଡ଼ିଶା ଓ ଗୋଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri