Posted inଖେଳ

ରୋଇଂରୁ ଓଡ଼ିଶାକୁ ୨ ବ୍ରୋଞ୍ଜ

ଭୁବନେଶ୍ୱର, ୨।୧୧(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାର ରୋଇଂ ଇଭେଣ୍ଟରେ ଓଡ଼ିଶା ୨ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୫ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ୨୬ରେ ପହଞ୍ଚତ୍ଛି। ଫଳରେ ପଦକ ହାସଲରେ ଓଡ଼ିଶା ପ୍ରତିଯୋଗୀମାନେ ପୂର୍ବ ସଂସ୍କରଣର ସମକକ୍ଷ ହୋଇଛନ୍ତି। ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ରିତୁ କାଉଦି ଓ ସୋନାଲି ସ୍ବାଇଁ ଡବ୍ଲ୍ୟୁ୨-ଏଫ୍‌୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ସଂଯୁକ୍ତା ଡୁଙ୍ଗଡୁଙ୍ଗ, ସ୍ବିଟି, ଆଂଶିକା ଭାରତୀ ଓ ରେଶମା କୁମାରୀ ମିଞ୍ଜଙ୍କୁ ନେଇ ଗଠିତ ଓଡ଼ିଶା ଦଳ ଡବ୍ଲ୍ୟୁ୪-ଏଫ୍‌୧ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପାଇଛନ୍ତି। ଟାଏକୋଣ୍ଡୋ ଇଭେଣ୍ଟରେ ଓଡ଼ିଶା ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ସବିତା ରାମଚାରି। ସେ ମହିଳା ୫୭ କେଜିରୁ କମ୍‌ ବର୍ଗରେ ଏହି ସଫଳତା ପାଇଛନ୍ତି। ଓଡ଼ିଶା ରୋଇଂ ଦଳର ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି କୋଚ୍‌ ଇନ୍ଦରପାଲ ସିଂ। ”ଆମେ ଯଦିଓ ଆହୁରି ଭଲ ପ୍ରଦର୍ଶନ କରିବାର ଦକ୍ଷତା ରଖିଛୁ ତେବେ ବ୍ରୋଞ୍ଜ ପଦକ ପାଇଁ ଖୁବ୍‌ ଖୁସି। ଓଡ଼ିଶା ପ୍ରତିଯୋଗୀଙ୍କ ପାଇଁ ପଦକ ଜିତିବା ଚ୍ୟାଲେଞ୍ଜ ସଦୃଶ ଥିଲା। ରୋଇଂରେ ଟ୍ରେନିଂ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋ ସହିତ ଆମର କେତେଜଣ କୋଚ୍‌ ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ସହ ଚାଇନା ଯାଇଥିଲେ। ଏହା ସତ୍ତ୍ୱେ ଆମ ଆଥଲେଟ୍‌ମାନେ ଯେପରି ପ୍ରଦର୍ଶନ କଲେ ତାହା ପ୍ରଶଂସାଯୋଗ୍ୟ। ଜଗତ୍‌ପୁରରେ ଉପଲବ୍ଧ ଭିତ୍ତିଭୂମୀ ବହୁତ ଭଲ। ଓଡ଼ିଶା ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବାରୁ ଆମେ ଭାଗ୍ୟବାନ ମନେ କରୁଛୁ“ ବୋଲି ଇନ୍ଦରପାଲ କହିଛନ୍ତି। ରୋଇଂ ବ୍ୟତୀତ ଉଷୁ ଇଭେଣ୍ଟରେ ଓଡ଼ିଶା ଏକ ବ୍ରୋଞ୍ଜ ପଦକ ପାଇଛି। ବିକ୍ରମ ଟୁଡୁ ତାଓଲୁ ଇଭେଣ୍ଟରେ ଏହି ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ଜାତୀୟ କ୍ରୀଡ଼ାର ଉଷୁ ଇଭେଣ୍ଟରେ ଓଡ଼ିଶାର ଏହାଥିଲା ପ୍ରଥମ ପଦକ। ସେହିପରି ଓଡ଼ିଶା ମହିଳା ଫୁଟବଲ ଦଳ ହରିୟାଣା ନିକଟରୁ ୦-୪ ଗୋଲରେ ପରାଜିତ ହୋଇଥିଲେ ହେଁ ସେମି ଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri