Posted inଖେଳ

ରୋଇଂରୁ ଓଡ଼ିଶାକୁ ୨ ବ୍ରୋଞ୍ଜ

ଭୁବନେଶ୍ୱର, ୨।୧୧(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାର ରୋଇଂ ଇଭେଣ୍ଟରେ ଓଡ଼ିଶା ୨ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୫ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ୨୬ରେ ପହଞ୍ଚତ୍ଛି। ଫଳରେ ପଦକ ହାସଲରେ ଓଡ଼ିଶା ପ୍ରତିଯୋଗୀମାନେ ପୂର୍ବ ସଂସ୍କରଣର ସମକକ୍ଷ ହୋଇଛନ୍ତି। ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ରିତୁ କାଉଦି ଓ ସୋନାଲି ସ୍ବାଇଁ ଡବ୍ଲ୍ୟୁ୨-ଏଫ୍‌୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ସଂଯୁକ୍ତା ଡୁଙ୍ଗଡୁଙ୍ଗ, ସ୍ବିଟି, ଆଂଶିକା ଭାରତୀ ଓ ରେଶମା କୁମାରୀ ମିଞ୍ଜଙ୍କୁ ନେଇ ଗଠିତ ଓଡ଼ିଶା ଦଳ ଡବ୍ଲ୍ୟୁ୪-ଏଫ୍‌୧ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପାଇଛନ୍ତି। ଟାଏକୋଣ୍ଡୋ ଇଭେଣ୍ଟରେ ଓଡ଼ିଶା ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ସବିତା ରାମଚାରି। ସେ ମହିଳା ୫୭ କେଜିରୁ କମ୍‌ ବର୍ଗରେ ଏହି ସଫଳତା ପାଇଛନ୍ତି। ଓଡ଼ିଶା ରୋଇଂ ଦଳର ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି କୋଚ୍‌ ଇନ୍ଦରପାଲ ସିଂ। ”ଆମେ ଯଦିଓ ଆହୁରି ଭଲ ପ୍ରଦର୍ଶନ କରିବାର ଦକ୍ଷତା ରଖିଛୁ ତେବେ ବ୍ରୋଞ୍ଜ ପଦକ ପାଇଁ ଖୁବ୍‌ ଖୁସି। ଓଡ଼ିଶା ପ୍ରତିଯୋଗୀଙ୍କ ପାଇଁ ପଦକ ଜିତିବା ଚ୍ୟାଲେଞ୍ଜ ସଦୃଶ ଥିଲା। ରୋଇଂରେ ଟ୍ରେନିଂ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋ ସହିତ ଆମର କେତେଜଣ କୋଚ୍‌ ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ସହ ଚାଇନା ଯାଇଥିଲେ। ଏହା ସତ୍ତ୍ୱେ ଆମ ଆଥଲେଟ୍‌ମାନେ ଯେପରି ପ୍ରଦର୍ଶନ କଲେ ତାହା ପ୍ରଶଂସାଯୋଗ୍ୟ। ଜଗତ୍‌ପୁରରେ ଉପଲବ୍ଧ ଭିତ୍ତିଭୂମୀ ବହୁତ ଭଲ। ଓଡ଼ିଶା ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବାରୁ ଆମେ ଭାଗ୍ୟବାନ ମନେ କରୁଛୁ“ ବୋଲି ଇନ୍ଦରପାଲ କହିଛନ୍ତି। ରୋଇଂ ବ୍ୟତୀତ ଉଷୁ ଇଭେଣ୍ଟରେ ଓଡ଼ିଶା ଏକ ବ୍ରୋଞ୍ଜ ପଦକ ପାଇଛି। ବିକ୍ରମ ଟୁଡୁ ତାଓଲୁ ଇଭେଣ୍ଟରେ ଏହି ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ଜାତୀୟ କ୍ରୀଡ଼ାର ଉଷୁ ଇଭେଣ୍ଟରେ ଓଡ଼ିଶାର ଏହାଥିଲା ପ୍ରଥମ ପଦକ। ସେହିପରି ଓଡ଼ିଶା ମହିଳା ଫୁଟବଲ ଦଳ ହରିୟାଣା ନିକଟରୁ ୦-୪ ଗୋଲରେ ପରାଜିତ ହୋଇଥିଲେ ହେଁ ସେମି ଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି। ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନ ଏବଂ...

ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର,୧୪ ବର୍ଷ କ୍ୟାରିୟରରେ…

ନୂଆଦିଲ୍ଲୀ,୨୨।୧: ଗୋଟିଏ ପଟେ ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଜଣେ ଇଂଲଣ୍ଡ କ୍ରିକେଟର ଅବସର ଘୋଷଣା କରି ଚମକାଇଛନ୍ତି। ସେ...

ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମାତ୍ର ୧୩୨ ରନ୍‌ରେ ଅଲଆଉଟ୍‌...

ଷଡଯନ୍ତ୍ର କରି କ୍ୟାରିୟର ଶେଷ କରିଦେଲେ, ଟିମ୍ ମ୍ୟାନେଜମେଣ୍ଟ ଉପରେ ଲାଗିଲା ବଡ଼ ଅଭିଯୋଗ

କୋଲକାତା,୨୨।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଚୟନକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରସଙ୍ଗ ଉଠାଇଛନ୍ତି ପୂର୍ବତନ...

ଇତିହାସ ରଚିଲେ ଅର୍ଶଦୀପ ସିଂ, ରେକର୍ଡ ଭାଙ୍ଗି ପାଲଟିଲେ ନମ୍ବର-୧ ବୋଲର୍‌…

କୋଲକାତା,୨୨।୧: ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଭାରତର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦...

ଅର୍ଶଦୀପ-ବରୁଣଙ୍କ ଚକ୍ରବ୍ୟୁହରେ ଫସିଗଲା ଇଂଲଣ୍ଡ, ଭାରତକୁ ମିଳିଲା ୧୩୩ ରନ୍‌ର ଟାର୍ଗେଟ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ଭାରତକୁ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଦଳ ପକ୍ଷରୁ ବରୁଣ...

IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି?

କୋଲକାତା,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି...

ବିସିସିଆଇର ବଡ଼ ନିଷ୍ପତ୍ତି: ଟିମ୍‌ ଇଣ୍ଡିଆ ଜର୍ସିରେ ରହିବ ପାକିସ୍ତାନର ନାମ…

ନୂଆଦିଲ୍ଲୀ,୨୨।୧: ଫେବୃଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି। ପାକିସ୍ତାନ ଆୟୋଜକ ଅଧୀନରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲରେ ହେବ। ଏହାର ଅର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri