Posted inଖେଳ

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌-୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଘରୋଇ ଦଳ ୨-୧ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଅତିରିକ୍ତ ସମୟର ସହାୟତା ନିଆ ଯାଇଥିଲା। ଏଥିସହ ଚଳିତ ସିଜନରେ କେରଳ ଦଳର ଅଭିଯାନ ଶେଷ ହୋଇଛି। ଓଡ଼ିଶା ଏଫ୍‌ସି ୨୩ ତାରିଖରେ ସେମିଫାଇନାଲରେ ଲିଗ୍‌ ପର୍ଯ୍ୟାୟର ଟେବୁଲ ଟପ୍ପର ମୋହନ ବାଗାନ ସୁପର ଜାଏଣ୍ଟକୁ ଭେଟିବ। ସେମିଫାଇନାଲ ଦୁଇ ପର୍ଯ୍ୟାୟ ବିଶିଷ୍ଟ ହେବ।
ଲିଗ୍‌ ଟେବୁଲର ୪ର୍ଥ ଓ ୫ମ ସ୍ଥାନରେ ଥିବା ଦୁଇ ସମକକ୍ଷ ଦଳ ମଧ୍ୟରେ ଲଢ଼େଇ ଆରମ୍ଭରୁ ରୋଚକ ହୋଇଥିଲା। ପାସ୍‌ ଆକ୍ୟୁରେସି, ବଲ୍‌ ପୋଜେଶନ ଓ ପାସେସ୍‌ରେ ଯଦିଓ ଓଡ଼ିଶା ଏଫ୍‌ସି ଆଗରେ ରହିଥିଲା ତେବେ ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ଗୋଲ ହୋଇପାରି ନ ଥିଲା। ବିପଜ୍ଜନକ ପ୍ରଦର୍ଶନ ପାଇଁ ୨୨ତମ ମିନିଟରେ କେରଳ ବ୍ଲାଷ୍ଟର୍ସର ମିଲୋସ ଡ୍ରିନ୍‌କିକ୍‌, ୨୯ ମିନିଟରେ ଏଲ. ଶର୍ମା, ୪୨ମିନିଟରେ ମାର୍କ ଲେସ୍କୋଭିକ୍‌ ୟେଲୋ କାର୍ଡ ପାଇବା ଚର୍ଚ୍ଚାରେ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ହୋଇଥିଲେ ହେଁ ଗୋଲପୋଷ୍ଟର ନେଟ୍‌ ଟଚ୍‌ କରିବା ଉଭୟ ଦଳର ଖେଳାଳିଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ୬୭ତମ ମିନିଟରେ କେରଳ ପାଇଁ ଶୁଭ ମୁହୂର୍ତ୍ତ ଆସିଥିଲା। ମହମ୍ମଦ ଏମେନଙ୍କଠାରୁ ପାଇଥିବା ପାସ୍‌କୁ ଫିଡର ସେର୍ନିଚ୍‌ ନିୟନ୍ତ୍ରଣରେ ରଖି ବଲ୍‌କୁ ବକ୍ସର ଡାହାଣ ପଟରୁ ଡାହାଣ ପାଦରେ ଲେଫ୍ଟ କର୍ନରରେ ଭର୍ତ୍ତି କରାଇବାରେ ସଫଳ ହୋଇଥିଲେ। ମାତ୍ର ଘରୋଇ ପରିବେଶରେ ଓଡ଼ିଶା ଏଫ୍‌ସି ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା। ୮୭ତମ ମିନିଟରେ ଡିଏଗୋ ମରିସିଓ ଗୋଲଟିକୁ ପରିଶୋଧ କରି ଦେଇଥିଲେ। ରୟ କ୍ରିଷ୍ଣାଙ୍କଠାରୁ ପାଇଥିବା ପାସ୍‌କୁ ମରିସିଓ ଗୋଲପୋଷ୍ଟର ମଧ୍ୟଭାଗରୁ ରାଇଟ୍‌ ଫୁଟ୍‌ ଶଟ୍‌ ମାଧ୍ୟମରେ ଏହି ଗୋଲ କରିଥିଲେ। ଫଳରେ ଘରୋଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା। ୭୬ ମିନିଟରେ ଓଡ଼ିଶା ଏଫ୍‌ସିର କାର୍ଲୋସ ଡେଗାଡୋଙ୍କୁ ୟେଲୋ କାର୍ଡ ମିଳିଥିଲା।
୯୦+୭ ମିନିଟ ମଧ୍ୟରେ ଫଳାଫଳ ନ ମିଳିବାରୁ ମ୍ୟାଚ ଅତିରିକ୍ତ ସମୟକୁ ଯାଇଥିଲା। ମାତ୍ର ଏହାର ପ୍ରଥମ ଭାଗରେ କମାଲ ଦେଖାଇଥିଲେ ଓଡ଼ିଶା ଏଫ୍‌ସିର ଇସାକ ଭନଲାଲରୁଆତଫେଲା। ଅତିରିକ୍ତ ସମୟର ୮ମ ମିନିଟରେ ସେ ରୟ କ୍ରିଷ୍ଣାଙ୍କଠାରୁ ପାଇଥିବା ପାସ୍‌କୁ ଲେଫ୍ଟ ଫୁଟ୍‌ ଶଟ୍‌ ଜରିଆରେ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ଶନିବାର ଏଫ୍‌ସି ଗୋଆ ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ହେବାକୁଥିବା ପ୍ଲେଅଫ୍‌ର ବିଜେତା ସେମିଫାଇନାଲରେ ପ୍ରବେଶ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri