୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୁବ ପରିବେଶବିତ୍‌ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଧରିତ୍ରୀ ସିଇ ଆଦ୍ୟାଶା ସତପଥୀ, ସମ୍ପାଦକ ତଥାଗତ ସତପଥୀ, ଶିକ୍ଷାବିତ୍‌ କାଳନ୍ଦୀ ଚରଣ ଛାଟୋଇ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ପରିଡ଼ା, ବିଚିତ୍ରାନନ୍ଦ ବିଶ୍ୱାଳ, ଚାରୁଲତା ବିଶ୍ୱାଳ, ସବୁଜ ଶାଖା ସଭାପତି ରମାକାନ୍ତ ବସ୍ତିୟା ପ୍ରମୁଖ ଉପସ୍ଥିତ ଥିଲେ। ୨୦୩୦ ସୁଦ୍ଧା ୧୦ ଲକ୍ଷ ହେନ୍ତାଳ ଚାରାରୋପଣ ପାଇଁ ପ୍ରୟାସ ଜାରି ରହିବ ବୋଲି ଯୁବ ପରିବେଶବିତ୍‌ ବିଶ୍ୱାଳ କହିଛନ୍ତି। ଏହି ଅବସରରେ ଧରିତ୍ରୀର ସିଇ(ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌) ଆଦ୍ୟାଶା ସତପଥୀ ଓପ୍‌ସା (ଓଡ଼ିଶା ପର୍ଯ୍ୟବରଣ ସଙ୍ଗଠନ)କୁ ୧ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାରେ ଅନିୟମିତତା ଦେଖାଯାଉଛି। ବର୍ଷାଦିନେ ଗରମ ଅନୁଭୂତ ହେବା, ଶୀତଋତୁରେ ଥଣ୍ଡା ହ୍ରାସ ହେବାରୁ ଜଳବାୟୁରେ ଅସମାନତା ସୃଷ୍ଟି ହେଉଛି। ଏହାର କାରଣ ନିରାକରଣ ପାଇଁ ବିଶ୍ୱର ପରିବେଶବିତ୍‌ ଓ ପାଣିପାଗ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ସାମୁଦ୍ରିକ ବାତ୍ୟା ସୃଷ୍ଟିହୋଇ ୩ଶହ କି.ମି. ପର୍ଯ୍ୟନ୍ତ ପବନ ବହିଥିଲା। ୧୯୯୯ ମହାବତ୍ୟା, ୨୦୧୩ ଫାଇଲିନ୍‌, ୨୦୧୪ ହୁଡହୁଡ, ୨୦୧୮ ତିତିଲି, ୨୦୧୯ ଫନି ଭଳି ସାମୁଦ୍ରିକ ବାତ୍ୟାରେ ଉପକୂଳ ଅଞ୍ଚଳରେ ନାହିଁ ନ ଥିବା କ୍ଷତି ଘଟିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରଚୁର ପରିମାଣରେ ହେନ୍ତାଳ ଜଙ୍ଗଲ ଆବଶ୍ୟକ। ଏହି ଗଛ ଉପକୂଳ ଅଞ୍ଚଳରେ ସୁରକ୍ଷା ପାଚେରି ଭାବେ ଉଭା ହେବ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି। ସମ୍ପ୍ରତି ସବୁଜ ଗୃହ ବାଷ୍ପ ନିର୍ଗମନରେ ବୃଦ୍ଧି ହେତୁ ପୃଥିବୀ ପୃଷ୍ଠରେ ଉତ୍ତାପରେ ବୃଦ୍ଧି ଘଟୁଛି, ଯାହା ଜଳବାୟୁରେ ଘୋର ଅନିୟମିତତାର କାରଣ ହେଉଛି। ୨୦୧୯ରେ ଫନି ଏବଂ ୨୦୨୦ରେ ଅମ୍ପାନ ହୋଇଥିଲା। ଏହିଭଳି ସାମୁଦ୍ରିକ ଝଡ଼ର ସଂଖ୍ୟା ବୃଦ୍ଧି ପାଉଥିବାରୁ ସମୁଦ୍ର ତଟରେ ଲୁଣା ଜଙ୍ଗଲର ଗୁରୁତ୍ୱ ବୃଦ୍ଧି ପାଇଛି।

ଅନୁଧ୍ୟାନରୁ ଜଣାଯାଇଛି, ଭିତରକନିକାରେ ଲୁଣା ଜଙ୍ଗଲ ହେତୁ ଏକ ବିସ୍ତୃତ ଅଞ୍ଚଳ ୧୯୯୯ ମହାବାତ୍ୟାର ପ୍ରକୋପରୁ କେତେକାଂଶ ରକ୍ଷା ପାଇବାରେ ସମର୍ଥ ହୋଇଥିଲା। ଏଥିପାଇଁ ଲୁଣା ଜଙ୍ଗଲର ଅବସ୍ଥିତି ସାମୁଦ୍ରିକ ପରିସଂସ୍ଥା ପାଇଁ ଅତ୍ୟନ୍ତ ଅନିର୍ବାଯ୍ୟ। ଅଙ୍ଗାରକାମ୍ଳ ତଥା ଅନ୍ୟାନ୍ୟ ସବୁଜଗୃହ ବାଷ୍ପକୁ ଶୋଷିବାରେ ଅନ୍ୟ ଜଙ୍ଗଲ ତୁଳନାରେ ଲୁଣା ଜଙ୍ଗଲ ଅଧିକ ସମର୍ଥ। ଏହି ସବୁ କାରଣରୁ ଲୁଣା ଜଙ୍ଗଲର ସୃଷ୍ଟି, ସୁରକ୍ଷା ଏବଂ ସମୃଦ୍ଧି ଏକାନ୍ତ କାମ୍ୟ। ଶନିବାର ମଧ୍ୟାହ୍ନରେ ଉପସ୍ଥିତ ଅତିଥି, ସ୍ଥାନୀୟ ଅଞ୍ଚଳ ମହିଳା, ଯୁବ ବନ୍ଧୁମାନେ ଭଉଁରିଆ ବ୍ରିଜ ଠାରୁ ଦେବୀ ମୁହାଁଣ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷ ଚାରାରୋପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁଇଲ୍‌ ଚେୟାରରେ ଥିବା ଦିବ୍ୟାଙ୍ଗ ଯୁୁବତୀଙ୍କୁ ବଳାତ୍କାର: ଧାନବିଲରୁ ଅଭିଯୁକ୍ତ ବାନ୍ଧିଲା ପୋଲିସ…

ବଳଙ୍ଗା,୧୪ା୬(କେଦାରେଶ୍ୱର ନନ୍ଦ): ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ୧୨ଦିନ ତଳେ ଏକ ବଳାତ୍କାର ଘଟଣା ଘଟିଥିବାବେଳେ ଶୁକ୍ରବାର...

ଚମକାଉଛି ୨୦୨୫କୁ ନେଇ ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ, କ’ଣ ବାସ୍ତବରେ ସତ ହେବାକୁ ଯାଉଛି…?

ନୂଆଦିଲ୍ଲୀ,୧୪।୬: ବାବା ଭେଙ୍ଗା ଜଣେ ବୁଲଗେରିଆନ ଭବିଷ୍ୟବକ୍ତା ଥିଲେ, ଯିଏ ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିଲେ। ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିବା ଏବଂ ୧୯୯୬...

ଡିଏଫଓଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ...

ଆମେରିକାରେ ହଇଚଇ: ଘରେ ପଶି ଦୁଇ ଏମ୍‌ପିଙ୍କୁ ଗୁଳି, ପୋଲିସ ବେଶରେ…

ଓ୍ବାଶିଂଟନ,୧୪।୬: ଆମେରିକାର ମିନେସୋଟା ରାଜ୍ୟରେ ଗୋଟିଏ ରାତିରେ ଦୁଇଜଣ ଏମ୍‌ପିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବତନ ହାଉସ...

କାଠ ଫାଳିଆରେ ପିଟି ବାପାଙ୍କୁ ହତ୍ୟା

ବାରିପଦା,୧୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ସାରସକଣା ବ୍ଲକ ଯୋକା ଗ୍ରାମରେ ଜଣେ ଯୁବକ ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି।...

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି...

ବରଗଡ଼ରେ ମାତିଛନ୍ତି ଟ୍ରାନ୍ସଫର୍ମର ଚୋର: ତେଲ, କଏଲ ନେଇଯିବା ଯୋଗୁ ଶ୍ରୀଧାମ ଅନ୍ଧାର,ଲୋକେ…

ବରଗଡ଼ ୧୪।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଗତ କିଛିଦିନ ତଳେ ବରାହାଗୋଡାରେ ହୋଇଥିବା ଟ୍ରାନ୍ସଫର୍ମର ଚୋରିର ଅଭିଯୁକ୍ତଙ୍କୁ ପୋଲିସ...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri