Posted inଖେଳ

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ କରିଥିଲା BCCI, ଏବେ IPLରେ ନାୟାରଙ୍କୁ ମିଳିଲା ବଡ଼ ଦାୟିତ୍ୱ

କୋଲ୍‌କାତା,୧୯ା୪: ନିକଟରେ ଭାରତୀୟ ଦଳର ଆସିଷ୍ଟାଣ୍ଟ କୋଚ୍‌ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ପୁଣି ଥରେ ଆଇପିଏଲ୍‌କୁ ଫେରିଛନ୍ତି। କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ରେ ସପୋର୍ଟ ଷ୍ଟାଫ୍‌ ଭାବେ ଯୋଗଦେଇଛନ୍ତି। ଏ ନେଇ କେକେଆର୍‌ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଦାୟିତ୍ୱ ଓ ପଦବୀ ସମ୍ପର୍କରେ କିଛି କୁହାଯାଇନାହିଁ। ତେବେ ଟିମ୍‌ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

ମୁମ୍ବାଇର ପୂର୍ବତନ ଅଲରାଉଣ୍ଡର ଅଭିଷେକ ଗତ ସିଜନ ଯାଏ କୋଲକାତା ନାଇଟ ରାଇଡର୍ସ ସହ ଥିଲେ। ତେବେ ତାଙ୍କ ମାର୍ଗଦର୍ଶନରେ କୋଲକାତା ଏକ ଦଶନ୍ଧି ପରେ ଆଇପିଏଲ୍‌ ଟାଇଟଲ ଜିତିଥିଲା। ଏଥିସହିତ କେକେଆର୍‌ ଏକାଡେମୀରେ ଯୁବ ଖେଳାଳିଙ୍କ ଉନ୍ନତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ଏବେ ତାଙ୍କ ପ୍ରତ୍ୟାବର୍ତ୍ତନ ସ୍ବାଗତଯୋଗ୍ୟ ବୋଲି କେକେଆର୍‌ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି।

ଚଳିତ ସିଜନ ଦେଖିଲେ କୋଲକାତା ସଂଘର୍ଷ କରୁଥିବା ଦେଖାଯାଉଛି। ଏଯାବତ ୭ ମ୍ୟାଚ୍‌ରୁ ଦଳ ୩ରେ ବିଜେତା ହୋଇଛି। ଏଣୁ ନାୟାରଙ୍କ ପ୍ରତ୍ୟାବର୍ତ୍ତନ ଦଳର ଖେଳାଳିଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri