Posted inଖେଳ

ପଞ୍ଜାବଠାରୁ ଓଡ଼ିଶା ପରାସ୍ତ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ଓଡ଼ିଶା ପ୍ରଥମ ପରାଜୟ ସ୍ବାଦ ଚାଖିଛି। କ୍ୟାପିଟାଲ ଫୁଟବଲ ଆରେନାରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୧-୨ ଗୋଲରେ ପଞ୍ଜାବ ନିକଟରୁ ହାରିଯାଇଛି। ଓଡ଼ିଶା ଦଳ ଲଢ଼େଇ କରିଥିଲେ ହେଁ ମ୍ୟାଚର ଶେଷ ଭାଗରେ ପ୍ରଭାବୀ ରହିଥିଲା ପଞ୍ଜାବ। ୭୪ ମିନିଟ ପର୍ଯ୍ୟନ୍ତ ମ୍ୟାଚ ଗୋଲଶୂନ୍ୟ ରହିଥିଲା। ଜଙ୍ଗ ବାହାଦୁର ସିଂ ୭୫ତମ ମିନିଟରେ ଗୋଲ ଦେଇ ପଞ୍ଜାବକୁ ଅଗ୍ରଣୀ କରିଥିଲେ। କମଲଦୀପ ୮୨ତମ ମିନିଟରେ ଏହାକୁ ୨-୦ରେ ପରିଣତ କରିଥିଲେ। ଇଞ୍ଜୁରି ଟାଇମ୍‌ରେ ଅର୍ଥାତ୍‌ ୯୦+୩ ମିନିଟରେ ଓଡ଼ିଶା ପକ୍ଷରୁ ବଦଳ ଖେଳାଳି ଆନନ୍ଦ ଓରାମ ଗୋଟିଏ ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ମହାରାଷ୍ଟ୍ର ବିପକ୍ଷରେ ୧-୧ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ମ୍ୟାଚରେ ଗୋଆକୁ ୪-୧ରେ ପରାସ୍ତ କରିଥିଲା। ମାତ୍ର ପଞ୍ଜାବ ବିପକ୍ଷରେ ଦଳ ସେହି ପ୍ରଦର୍ଶନ ଦୋହରାଇପାରି ନ ଥିଲା। ୩ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହିତ ଓଡ଼ିଶା ୪ ପଏଣ୍ଟ ପାଇ ଗ୍ରୁପ୍‌ ‘ଏ’ ଟେବୁଲର ତୃତୀୟ ସ୍ଥାନରେ ରହିଛି। କର୍ନାଟକ ଓ ପଞ୍ଜାବ ୭ ପଏଣ୍ଟ ଲେଖାଏ ପାଇ ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି। ଗ୍ରୁପ୍‌ର ଶୀର୍ଷ ୨ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ ୧୭ ତାରିଖରେ କେରଳ ସହିତ ଖେଳିବ।
କର୍ନାଟକର ଦ୍ୱିତୀୟ ବିଜୟ
କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ କର୍ନାଟକ ୨-୦ ଗୋଲରେ ଗୋଆକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ଜ୍ୟାକବ ଜନ୍‌ କାଟୋକାରେନ ୩୩ ଓ ଅଭିଷେକ ଶଙ୍କର ପାଓ୍ବାର ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରତିଯୋଗିତାର ଅନ୍ତିମ ରାଉଣ୍ଡରେ କର୍ନାଟକର ଏହାଥିଲା ଦ୍ୱିତୀୟ ବିଜୟ। ପଞ୍ଜାବ ବିପକ୍ଷରେ ୨-୨ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିଲା କର୍ନାଟକ। ପରବର୍ତ୍ତୀ ମ୍ୟାଚରେ କେରଳକୁ ୧-୦ ଗୋଲରେ ହରାଇଥିବାବେଳେ ଏଠାରେ ବିଜୟ ଦଳକୁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚାଇଛି। କର୍ନାଟକ ପରବର୍ତ୍ତୀ ମ୍ୟାଚ ମହାରାଷ୍ଟ୍ର ସହିତ ଖେଳିବ।
କେରଳ ୪, ମହାରାଷ୍ଟ୍ର ୪
କଳିଙ୍ଗ ଷ୍ଟାଡିୟମରେ କେରଳ ଓ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚଟି ଶେଷରେ ୪-୪ ଗୋଲରେ ଡ୍ର ରହିଛି। ମହାରାଷ୍ଟ୍ର ଖେଳାଳିଙ୍କ ମଧ୍ୟରେ ସୁଫିୟାନ ଶେଖ୍‌ ୧୭, ଅଧିନାୟକ ହିମାଂଶୁ ପାଲିଟ ୨୦, ସୁମିତ ରାଜେନ୍ଦ୍ର ସିଂ ୩୪ ଓ ତେଜାସ ରାଉତ ୪୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବିଳମ୍ବରେ ପ୍ରଭାବୀ ପ୍ରଦର୍ଶନ କରିଥିବା କେରଳ ପକ୍ଷରୁ ଭିଶାକ ମୋହନନ ୩୮, ନିଜୋ ଗିଲବର୍ଟ ୬୬ (ପେନାଲ୍ଟି), ବଦଳ ଖେଳାଳି ଅର୍ଜୁନ ଭି. ୭୦ ଓ ଜନ୍‌ ପଲ୍‌ ଜୋସ ୭୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ଓଡ଼ିଶା ସମକକ୍ଷ ୪ ପଏଣ୍ଟରେ ପହଞ୍ଚତ୍ଥିଲେ ହେଁ କେରଳ ଗୋଲ ବ୍ୟବଧାନରେ ୪ର୍ଥ ସ୍ଥାନରେ ରହିଛି। କେରଳ ମାତ୍ର ୨ ପଏଣ୍ଟ ପାଇ ୫ମ ସ୍ଥାନ ପାଇଛି। ବୁଧବାର ଗ୍ରୁପ୍‌ ‘ବି’ର ୩ଟି ମ୍ୟାଚ ଅନୁଷ୍ଠିତ ହେବ। ୭ମ ବାଟାଲିୟନ ଗ୍ରାଉଣ୍ଡରେ ପୂର୍ବାହ୍ନ ୯ଟାରେ ଦିଲ୍ଲୀ-ସର୍ଭିସେସ, ଅପରାହ୍ନ ୩ଟାରେ ରେଲଓ୍ବେ-ମେଘାଳୟ ଏବଂ କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ପଶ୍ଚିମବଙ୍ଗ ଓ ମଣିପୁର ମଧ୍ୟରେ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri