Posted inଖେଳ

ପଞ୍ଜାବଠାରୁ ଓଡ଼ିଶା ପରାସ୍ତ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ଓଡ଼ିଶା ପ୍ରଥମ ପରାଜୟ ସ୍ବାଦ ଚାଖିଛି। କ୍ୟାପିଟାଲ ଫୁଟବଲ ଆରେନାରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୧-୨ ଗୋଲରେ ପଞ୍ଜାବ ନିକଟରୁ ହାରିଯାଇଛି। ଓଡ଼ିଶା ଦଳ ଲଢ଼େଇ କରିଥିଲେ ହେଁ ମ୍ୟାଚର ଶେଷ ଭାଗରେ ପ୍ରଭାବୀ ରହିଥିଲା ପଞ୍ଜାବ। ୭୪ ମିନିଟ ପର୍ଯ୍ୟନ୍ତ ମ୍ୟାଚ ଗୋଲଶୂନ୍ୟ ରହିଥିଲା। ଜଙ୍ଗ ବାହାଦୁର ସିଂ ୭୫ତମ ମିନିଟରେ ଗୋଲ ଦେଇ ପଞ୍ଜାବକୁ ଅଗ୍ରଣୀ କରିଥିଲେ। କମଲଦୀପ ୮୨ତମ ମିନିଟରେ ଏହାକୁ ୨-୦ରେ ପରିଣତ କରିଥିଲେ। ଇଞ୍ଜୁରି ଟାଇମ୍‌ରେ ଅର୍ଥାତ୍‌ ୯୦+୩ ମିନିଟରେ ଓଡ଼ିଶା ପକ୍ଷରୁ ବଦଳ ଖେଳାଳି ଆନନ୍ଦ ଓରାମ ଗୋଟିଏ ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ମହାରାଷ୍ଟ୍ର ବିପକ୍ଷରେ ୧-୧ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ମ୍ୟାଚରେ ଗୋଆକୁ ୪-୧ରେ ପରାସ୍ତ କରିଥିଲା। ମାତ୍ର ପଞ୍ଜାବ ବିପକ୍ଷରେ ଦଳ ସେହି ପ୍ରଦର୍ଶନ ଦୋହରାଇପାରି ନ ଥିଲା। ୩ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହିତ ଓଡ଼ିଶା ୪ ପଏଣ୍ଟ ପାଇ ଗ୍ରୁପ୍‌ ‘ଏ’ ଟେବୁଲର ତୃତୀୟ ସ୍ଥାନରେ ରହିଛି। କର୍ନାଟକ ଓ ପଞ୍ଜାବ ୭ ପଏଣ୍ଟ ଲେଖାଏ ପାଇ ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି। ଗ୍ରୁପ୍‌ର ଶୀର୍ଷ ୨ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ ୧୭ ତାରିଖରେ କେରଳ ସହିତ ଖେଳିବ।
କର୍ନାଟକର ଦ୍ୱିତୀୟ ବିଜୟ
କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ କର୍ନାଟକ ୨-୦ ଗୋଲରେ ଗୋଆକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ଜ୍ୟାକବ ଜନ୍‌ କାଟୋକାରେନ ୩୩ ଓ ଅଭିଷେକ ଶଙ୍କର ପାଓ୍ବାର ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରତିଯୋଗିତାର ଅନ୍ତିମ ରାଉଣ୍ଡରେ କର୍ନାଟକର ଏହାଥିଲା ଦ୍ୱିତୀୟ ବିଜୟ। ପଞ୍ଜାବ ବିପକ୍ଷରେ ୨-୨ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିଲା କର୍ନାଟକ। ପରବର୍ତ୍ତୀ ମ୍ୟାଚରେ କେରଳକୁ ୧-୦ ଗୋଲରେ ହରାଇଥିବାବେଳେ ଏଠାରେ ବିଜୟ ଦଳକୁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚାଇଛି। କର୍ନାଟକ ପରବର୍ତ୍ତୀ ମ୍ୟାଚ ମହାରାଷ୍ଟ୍ର ସହିତ ଖେଳିବ।
କେରଳ ୪, ମହାରାଷ୍ଟ୍ର ୪
କଳିଙ୍ଗ ଷ୍ଟାଡିୟମରେ କେରଳ ଓ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚଟି ଶେଷରେ ୪-୪ ଗୋଲରେ ଡ୍ର ରହିଛି। ମହାରାଷ୍ଟ୍ର ଖେଳାଳିଙ୍କ ମଧ୍ୟରେ ସୁଫିୟାନ ଶେଖ୍‌ ୧୭, ଅଧିନାୟକ ହିମାଂଶୁ ପାଲିଟ ୨୦, ସୁମିତ ରାଜେନ୍ଦ୍ର ସିଂ ୩୪ ଓ ତେଜାସ ରାଉତ ୪୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବିଳମ୍ବରେ ପ୍ରଭାବୀ ପ୍ରଦର୍ଶନ କରିଥିବା କେରଳ ପକ୍ଷରୁ ଭିଶାକ ମୋହନନ ୩୮, ନିଜୋ ଗିଲବର୍ଟ ୬୬ (ପେନାଲ୍ଟି), ବଦଳ ଖେଳାଳି ଅର୍ଜୁନ ଭି. ୭୦ ଓ ଜନ୍‌ ପଲ୍‌ ଜୋସ ୭୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ଓଡ଼ିଶା ସମକକ୍ଷ ୪ ପଏଣ୍ଟରେ ପହଞ୍ଚତ୍ଥିଲେ ହେଁ କେରଳ ଗୋଲ ବ୍ୟବଧାନରେ ୪ର୍ଥ ସ୍ଥାନରେ ରହିଛି। କେରଳ ମାତ୍ର ୨ ପଏଣ୍ଟ ପାଇ ୫ମ ସ୍ଥାନ ପାଇଛି। ବୁଧବାର ଗ୍ରୁପ୍‌ ‘ବି’ର ୩ଟି ମ୍ୟାଚ ଅନୁଷ୍ଠିତ ହେବ। ୭ମ ବାଟାଲିୟନ ଗ୍ରାଉଣ୍ଡରେ ପୂର୍ବାହ୍ନ ୯ଟାରେ ଦିଲ୍ଲୀ-ସର୍ଭିସେସ, ଅପରାହ୍ନ ୩ଟାରେ ରେଲଓ୍ବେ-ମେଘାଳୟ ଏବଂ କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ପଶ୍ଚିମବଙ୍ଗ ଓ ମଣିପୁର ମଧ୍ୟରେ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?