Posted inଖେଳ

ଓଡ଼ିଶାର ଦୀପ୍‌ଗ୍ରେସ୍‌ ଉପ ଅଧିନାୟିକା

ନୂଆଦିଲ୍ଲୀ, ୧୦।୧୧: ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ପ୍ରଥମଥର ପାଇଁ ମହିଳା ନେସନ୍ସ କପ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସ୍ପେନ୍‌ର ଭାଲେନ୍ସିଆଠାରେ ଏହା ଡିସେମ୍ବର ୧୧ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ କ୍ୟାଲେଣ୍ଡରରେ ଏହା ଗୁରୁତ୍ୱପୂର୍ଣ୍ଣ ଫିକ୍ସଚର। କାରଣ ଏଥିରେ ପ୍ରମୋଶନ ଏବଂ ରେଲିଗେଶନ ସିଷ୍ଟମ ରହିବ। ପ୍ରତିଯୋଗିତାର ଚାମ୍ପିୟନ ଦଳ ଏଫ୍‌ଆଇଏଚ୍‌ ହକି ମହିଳା ପ୍ରୋ-ଲିଗ୍‌ର ୨୦୨୩-୨୪ ସିଜନ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଗୋଲକିପର ସବିତାଙ୍କୁ ଅଧିନାୟିକା ଏବଂ ଓଡ଼ିଶାର ତାରକା ଡିଫେଣ୍ଡର ଦୀପ୍‌ଗ୍ରେସ୍‌ ଏକ୍କାଙ୍କୁ ଉପ-ଅଧିନାୟିକା ଦାୟିତ୍ୱ ପ୍ରଦାନ କରାଯାଇଛି। ଭାରତ ଗ୍ରୁପ୍‌ ‘ବି’ରେ କାନାଡ଼ା, ଜାପାନ ଓ ଦକ୍ଷିଣ ଆଫ୍ରିକା ସହିତ ସ୍ଥାନ ପାଇଛି। ଆୟର୍ଲାଣ୍ଡ, ଇଟାଲୀ, କୋରିଆ ଓ ସ୍ପେନ୍‌ ଗ୍ରୁପ୍‌ ‘ଏ’ରେ ରହିଛନ୍ତି।

କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ଯୋଗୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିପାରି ନ ଥିବା ନବଜୋତ କୌର ଦଳକୁ ଫେରିଛନ୍ତି। ସେହିପରି ଯୁବ ଫରଓ୍ବାର୍ଡ ବିୟୁଟି ଡୁଙ୍ଗ୍‌ଡୁଙ୍ଗ ଅନ୍ତର୍ଜାତୀୟ ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ଦଳ ୨୦୨୧-୨୨ରେ ପ୍ରୋ ଲିଗ୍‌ ପଦାର୍ପଣ କରିଥିଲା। ପ୍ରଥମ ବର୍ଷରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍ସ ପଛକୁ ତୃତୀୟ ସ୍ଥାନରେ ରହିଥିଲା। ଆଗାମୀ ନେସନ୍ସ କପ୍‌ ଜିତିଲେ ଦଳ ଦ୍ୱିତୀୟ ଥର ପାଇଁ ପ୍ରୋ ଲିଗ୍‌ ଖେଳିପାରିବ।

ଭାରତୀୟ ଦଳ

ଗୋଲକିପର୍ସ: ସବିତା (ଅଧିନାୟିକା), ବିଚୁ ଦେବୀ ଖାରିବାମ।
ଡିଫେଣ୍ଡର୍ସ: ଦୀପ୍‌ଗ୍ରେସ୍‌ ଏକ୍କା (ଉପ ଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧାରୀ।
ମିଡ୍‌ଫିଲ୍ଡର୍ସ: ନିଶା, ସାଲିମା ଟେଟେ, ସୁଶୀଳା ଚାନୁ ପୁଖରାମବାମ, ମୋନିକା, ନେହା, ସୋନିକା, ଜ୍ୟୋତି, ନବଜୋତ କୌର। ଫରଓ୍ବାଡର୍‌ସ: ବନ୍ଦନା କାଟରିୟା, ଲାଲରେମସିଆମି, ନବନୀତ କୌର, ସଙ୍ଗୀତା କୁମାରୀ, ବିୟୁଟି ଡୁଙ୍ଗ୍‌ଡୁଙ୍ଗ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri