ଓଡ଼ିଶା କଫି

ଆଦିବାସୀ ବହୁଳ ଜିଲା କୋରାପୁଟର ସାମାଜିକ, ଆର୍ଥିକ ମାନଚିତ୍ର ବଦଳିବାରେ ଲାଗିଛି। ଚାଷ କ୍ଷେତ୍ରରେ ଏହା ବେଶ୍‌ ଆଗକୁ ବଢୁଛି। ବିଶେଷକରି ପାରମ୍ପରିକ ଧାନଚାଷରେ ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି। କିନ୍ତୁ ବିଗତ ଏକ ଦଶନ୍ଧି ମଧ୍ୟରେ ଏହା କଫି ଚାଷରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ସ୍ଥାନ ପାଇବାକୁ ପ୍ରୟାସ ଜାରି ରଖିଛି ଏବଂ କିଛି ସଫଳତା ପାଇଛି। ଗତ ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ବିଶ୍ୱ କଫି ସମ୍ମିଳନୀରେ ପ୍ରାକୃତିକ ଉପାୟରେ ଚାଷ କରାଯାଉଥିବା କୋରାପୁଟର ସର୍ବପୁରାତନ କିସମ କଫିକୁ ୩ଟି ପୁରସ୍କାର ମିଳିଥିଲା। ଏହା ମଧ୍ୟରୁ ଗୋଟିଏ ସର୍ବୋକତ୍ୃଷ୍ଟ ନାଚୁରାଲ କଫି ପୁରସ୍କାର ପାଇଥିଲା। ଉଲ୍ଲେଖନୀୟ ଯେ, କୋରାପୁଟରେ କଫିଚାଷର ଇତିହାସ ବହୁ ପୁରୁଣା। ୧୯୩୦ ଦଶକରେ ଜୟପୁର ମହାରାଜା ରାଜବାହାଦୁର ରାମଚନ୍ଦ୍ର ଦେଓଙ୍କ ଦ୍ୱାରା ପ୍ରଥମେ ଏହି ଚାଷ ଆରମ୍ଭ କରାଯାଇଥିଲା। ସମୟକ୍ରମେ ଏହା ବନ୍ଦ ହୋଇଯାଇଥିଲା। ଦୀର୍ଘବର୍ଷ ପରେ ୨୦୧୭ରେ ଜିଲା ପ୍ରଶାସନ ପୁନର୍ବାର କଫିଚାଷ ଆରମ୍ଭ କରିବା ଲାଗି କଫି ଡେଭଲପ୍‌ମେଣ୍ଟ ବୋର୍ଡ ଗଠନ କରିଥିଲେ। ତା’ପରେ ଚାଷରେ ଅନେକଙ୍କୁ ସାମିଲ କରାଯାଇଛି ଓ ସେଠାରେ ପ୍ରାୟ ୫ ହଜାର ହେକ୍ଟର ଜମିରେ କଫିଚାଷ କରାଯାଉଛି। ଏହାଦ୍ୱାରା ଆଦିବାସୀମାନେ ଜୀବିକା ପାଉଛନ୍ତି ଓ ସେମାନଙ୍କ ଆର୍ଥିକ ବିକାଶ ଘଟୁଛି। କୋରାପୁଟ ସମେତ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ଏହି ଚାଷଜମି ପରିମାଣ ୧୦ ହଜାର ଏକରରେ ପହଞ୍ଚିଲାଣି ବୋଲି ଜଣାପଡ଼ିଛି। କଫିଚାଷକୁ ଆହୁରି ବ୍ୟାପକ କରିବା ଲାଗି ନିକଟରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକ୍ରମେ ଏବକାର ଚାଷଜମିକୁ ୧୦ ବର୍ଷରେ ୧୦ଗୁଣ ବଢ଼ାଇ ୧ ଲକ୍ଷ ଏକରରେ ପହଞ୍ଚାଇବାକୁ ଯୋଜନା କରାଯାଇଛି। ଏଥିପାଇଁ ୫ ବର୍ଷରେ ୧,୧୪୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ଯୋଜନାରେ ଉପତ୍ାଦର ମୂଲ୍ୟ ବୃଦ୍ଧି ଓ ବଜାର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ସହ ୫୦ ହଜାରରୁ ଊର୍ଦ୍ଧ୍ୱ କୃଷକ ପରିବାର ଉପକୃତ ହେବେ ବୋଲି କୁହାଯାଇଛି। କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ବାଗତଯୋଗ୍ୟ। କିନ୍ତୁ ଏହା ସ୍ପଷ୍ଟ ଯେ, ଏହିସବୁ ଜିଲାରେ ଯାହା କିଛି କୃଷିଜାତ ଶସ୍ୟ ଉପତ୍ାଦିତ ହୁଏ ତାହା ଆନ୍ଧ୍ର ଓ ଛତିଶଗଡ଼ ବ୍ୟବସାୟୀମାନେ କିଣିନେଇ ବଜାରକୁ ଚଢ଼ା ଦରରେ ଛାଡ଼ନ୍ତି। ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ନଦୀ ଓ ଝରଣାରୁ ମିଳୁଥିବା ମୂଲ୍ୟବାନ୍‌ ପଥର ସ୍ଥାନୀୟ ବ୍ୟବସାୟୀଙ୍କ ପରିବର୍ତ୍ତେ ରାଜସ୍ଥାନ, ଛତିଶଗଡ଼ ଓ ଆନ୍ଧ୍ରରୁ ଆସୁଥିବା ବ୍ୟବସାୟୀ ଅଳ୍ପ ଅର୍ଥରେ କିଣିନେଇ ବହୁ ମୂଲ୍ୟରେ ଦେଶ ବିଦେଶରେ ବିକ୍ରି କରିଥାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷଦେବା ସହିତ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ସ୍ଥାନୀୟ ଯୁବପିଢ଼ିର ଉଦ୍ୟୋଗୀ ମନୋଭାବ ଅଭାବ ଯୋଗୁ ବାହାର ଲୋକ ସବୁବେଳେ ଓଡ଼ିଶାର ସମ୍ପତ୍ତି ଲୁଟି ନେଉଛନ୍ତି। ସେହିଭଳି ଦେଖିବାକୁ ଗଲେ ଓଡ଼ିଶାରେ ଥିବା ଲୁହାପଥର, କ୍ରୋମ୍‌, ଗ୍ରାଫାଇଟ୍‌, ବକ୍ସାଇଟ୍‌ ଭଳି ଅତି ମୂଲ୍ୟବାନ୍‌ ସମ୍ପତ୍ତିକୁ ଚତୁରତାର ସହ ଏବଂ ଅଳ୍ପ ମୂଲ୍ୟରେ ବାହାର ରାଜ୍ୟର ଶିଳ୍ପପତିମାନେ ଆଖିରେ ଆଙ୍ଗୁଠି ଗେଞ୍ଜି ନେଇଯାଉଛନ୍ତି। ଯେହେତୁ ଓଡ଼ିଶାର ଜନସାଧାରଣ ଏ ଦିଗକୁ ଆଦୌ ଅନିଶା କରୁନାହାନ୍ତି ସେଥିପାଇଁ କଫିଠାରୁ ଆରମ୍ଭକରି ଲୁହାପଥର ପର୍ଯ୍ୟନ୍ତ ସବୁ ଅତି କମ୍‌ ଦରରେ ଆମ ରାଜ୍ୟରୁ ପଳାଉଛି।
ଓଡ଼ିଶାରେ ଉପତ୍ାଦିତ କଫିକୁ ନେଇ ଆର୍‌କୁ ନାମରେ ଆନ୍ଧ୍ର ବ୍ୟବସାୟୀମାନେ ବିକ୍ରି କରୁଛନ୍ତି। ଏହାବାଦ୍‌ ଓଡ଼ିଶାର କଫିଚାଷୀମାନେ କମ୍‌ ଦାମ୍‌ରେ ମଧ୍ୟସ୍ଥଙ୍କୁ ବିକ୍ରିକରିବାକୁ ବାଧ୍ୟ ହେଉଛନ୍ତି। ଏହି ମଧ୍ୟସ୍ଥମାନେ ତାହାକୁ ନେଇ କର୍ନାଟକ ଓ ତାମିଲନାଡୁରେ ବିକ୍ରିକରି ବେଶ୍‌ ଲାଭ ପାଉଛନ୍ତି। ଫଳରେ କ୍ଷତି ସହୁଛି ଓଡ଼ିଶାର କଫିଚାଷୀ। ଓଡ଼ିଶାରେ କଫି ବଜାର ସୃଷ୍ଟି ହୋଇ ନ ଥିବାରୁ ସେମାନଙ୍କୁ ଏଭଳି କରିବା ଲାଗି ସୁଯୋଗ ମିଳୁଛି। ବିଶେଷକରି କୋରାପୁଟ କଫି ବଜାର ଏବେ ସୀମିତ ରହିଛି। କୋରାପୁଟ ସହର, ଭୁବନେଶ୍ୱର ଓ ପୁରୀରେ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ଟ୍ରାଇବାଲ ଡେଭଲପ୍‌ମେଣ୍ଟ କୋଅପରେଟିଭ କର୍ପୋରେଶନ ଅଫ୍‌ ଓଡ଼ିଶା ଲିମିଟେଡ୍‌ ( ଟିଡିସିସିଓଏଲ) କୋରାପୁଟ କଫି ବ୍ରାଣ୍ଡ୍‌ରେ କଫି ବିକ୍ରି ପାଇଁ ପ୍ରୟାସ ଜାରି ରଖିଥିଲେ ବି ଏହା ପର୍ଯ୍ୟାପ୍ତ ହୋଇପାରିନାହିଁ। ତେବେ କଫିର ଏକ ସମନ୍ବିତ ବଜାର ସୃଷ୍ଟିକରି କୃଷକଙ୍କୁ କିଭଳି ଉପଯୁକ୍ତ ଲାଭ ଦିଆଯାଇପାରିବ ତାହା ନିଶ୍ଚିତ କରାଯିବା ଦରକାର। କୃଷକଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେଲେ ସ୍ଥିରୀକୃତ ଲକ୍ଷ୍ୟ ହାସଲ କରିବା ସହଜ ହେବ ନାହିଁ, ବରଂ ଚାଷ ପାଇଁ ଉନ୍ନତ ଗବେଷଣାଭିତ୍ତିକ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ତତ୍‌ ସହିତ ଉତ୍ପାଦନକୁ ଲାଭ ଜନକ ଉପାୟରେ ବିକ୍ରି କରାଯାଇପାରିଲେ ଲକ୍ଷ୍ୟ ହାସଲ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri