ଏସ୍‌ଓଏସ୍‌ଏସ୍‌ ସଂସ୍ଥା ଓଡ଼ିଶା ମୁଖ୍ୟ ଗିରଫ

ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୧।୪(ବ୍ୟୁରୋ): ସକ୍ସେସ୍‌ ଅନ୍‌ଲାଇନ୍‌ ସର୍ଭିସ୍‌ ସିଷ୍ଟମ୍‌ (ଏସ୍‌ଓଏସ୍‌ଏସ୍‌) ଚିଟଫଣ୍ଡ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଳ୍ୟୁ (ଅର୍ଥନେତିକ ଅପରାଧ ଶାଖା) ଟିମ୍‌ ବ୍ରହ୍ମପୁର ଲୋଚାପଡ଼ା ରାମକୃଷ୍ଣନଗର ତୃତୀୟ ଲାଇନ୍‌ରେ ରହୁଥିବା ଶାଖା ପରିଚାଳକଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ ନିଖିଳାନନ୍ଦ ପଶୁପାଳକ। ତାଙ୍କଠାରୁ ବେଆଇନ କାଗଜପତ୍ର, ଚେକ୍‌ବୁକ୍‌ ଓ ଜମାକାରୀଙ୍କ ତାଲିକା ଆଦି ଜବତ କରାଯାଇଛି। ଗିରଫ ପରେ ତାଙ୍କୁ ଗୁରୁବାର ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଚାଲାଣ କରାଯାଇଥିଲା। ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ଏଲ୍‌ଆର୍‌ ଏଡିଜେ ରାଜ କୁମାର ଦାଶ ନିଖିଳାନନ୍ଦଙ୍କୁ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କ ବିରୋଧରେ ୨୦୧୬ରେ ମାମଲା ହେବା ପରଠୁ ସେ ଫେରାର ଥିଲେ। ଉକ୍ତ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ରମନ ସିଂ ଏବଂ ସମ୍ପାଦକ ରାକେଶ କୁମାର ଏପର୍ଯ୍ୟନ୍ତ ଫେରାର ଅଛନ୍ତି।
ଉତ୍ତରପ୍ରଦେଶ ଗାଜିଆବାଦ ବସୁନ୍ଧରାରେ ସକ୍ସେସ୍‌ ଅନ୍‌ଲାଇନ୍‌ ସର୍ଭିସ୍‌ ସିଷ୍ଟମ୍‌ (ଏସ୍‌ଓଏସ୍‌ଏସ୍‌) ପ୍ରାଇଭେଟ୍‌ ଲିମିଡେଟ୍‌ ନାମରେ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିଥିଲା। ଏହି ସଂସ୍ଥାର ଏକ ଶାଖା କାର୍ଯ୍ୟାଳୟ ବ୍ରହ୍ମପୁର ଲୋଚାପଡ଼ାରେ ଖୋଲିଥିଲା। ନିଖିଳାନନ୍ଦ ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି, ରମନ କୁମାର ସିଂ ଓ ସମ୍ପାଦକ ରାକେଶ କୁମାର। ଏହି ଶାଖା ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଟଙ୍କା ଜମା କଲେ ଖୁବ କମ୍‌ ଦିନରେ ଦୁଇଗୁଣ ହୋଇଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏଭଳି ଭାବେ ଓଡ଼ିଶାରୁ ବହୁ ଲୋକଙ୍କଠାରୁ ଏହି ସଂସ୍ଥା ଟଙ୍କା ଆଦାୟ କରିଥିଲା। ଏପରି କି କମ୍‌ ମୂଲ୍ୟରେ ଜମି ଓ ଘର ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିବା ପରେ ହଠାତ୍‌ ଏହି ଚିଟ୍‌ଫଣ୍ଡ ସଂସ୍ଥା ୨୦୧୨ ଜାନୁୟାରୀରେ ବନ୍ଦ ହୋଇଯାଇଥିଲା। ବ୍ରହ୍ମପୁର ଶାଖା ପରିଚାଳକ ନିଖିଳାନନ୍ଦ ଉଭାନ୍‌ ହୋଇଯାଇଥିଲେ। ଜମାକାରୀ ଟଙ୍କା ଫେରି ପାଇନଥିଲେ। ଭଦ୍ରକ ଜିଲାର ପର୍ଶୁରାମ ବେହେରା ପ୍ରାୟ ୮ଲକ୍ଷ ଟଙ୍କା ଏହି ସଂସ୍ଥାରେ ଜମା କରିଥିଲେ। ଟଙ୍କା ଫେରି ନ ପାଇବାରୁ ସେ ୨୦୧୬ ଅଗଷ୍ଟ ୧୭ରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ନମ୍ବର ୧୪/୧୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶାରୁ ୫କୋଟି ଟଙ୍କା କଠେଇ କରିଥିବା ବେଳେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୫ଶହ କୋଟି ଠକେଇ କରିଥିବା ତଦନ୍ତରେ ଜଣାପଡ଼ିଛି। ଏହି ସଂସ୍ଥା ଓଡ଼ିଶା, ଦିଲ୍ଲୀ, ଝାଡ଼ଖଣ୍ଡ ଭଳି ରାଜ୍ୟରୁ ଟଙ୍କା ଠକେଇ କରିଛି। ଏସ୍‌ଓଏସ୍‌ଏସର ଅନ୍ୟତମ ଶାଖା କମ୍ପାନୀ ‘ସିନେ ଭିଜନ୍‌’ ଭୋଜପୁରୀ ସିନେମା ତିଆରି ପାଇଁ ଟଙ୍କା ବିନିଯୋଗ କରିଛି। ଏପରିକି ଅଭିଯୁକ୍ତ ନିଖିଳାନନ୍ଦ ସିନେମାରେ ଅଭିନୟ କରିଥିବା ତଦନ୍ତରେ ଜଣାପଡ଼ିଛି। ଅଧିକ ସୁଧ ଦେବାର ମିଛ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ନିଖିଳାନନ୍ଦ ଓଡ଼ିଶାରୁ ୨ହଜାର ଲୋକଙ୍କଠାରୁ ୫କୋଟି ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ କୁମାର ତ୍ରିପାଠୀ କହିଛନ୍ତି। ଏଥିସହ ଏଥିରେ ବହୁ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି, ଖୁବଶୀଘ୍ର ସେମାନଙ୍କୁ ଧରିବା ଲାଗି ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ସକ୍ସେସ ଅନ୍‌ଲାଇନ ସର୍ଭିସ ସିଷ୍ଟମ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥାର ରିଜିଓନାଲ ଅଫିସ ଥିଲାବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଥିବା ଏସ୍‌ପି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୭-୧୮ ବର୍ଷରେ ନିର୍ବାଚନ ଚାନ୍ଦା: ବିଜେଡିକୁ ମିଳିଛି ୧୩ କୋଟି ୪ ଲକ୍ଷ, ଆଞ୍ଚଳିକ ଦଳ ମଧ୍ୟରେ ସର୍ବାଧିକ;ଦ୍ୱିତୀୟରେ ଜେଡି(ୟୁ), ୱାଇଏସ୍‌ଆର ତୃତୀୟ

ଭୁବନେଶ୍ୱର,୨୧।୫(ବ୍ୟୁରୋ)- ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ୧୩ କୋଟି ୪ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଏହା ଦେଶର ଏହି ସମୟରେ ମିଳିଥିବା...

ମୋବାଇଲ ଚୋର ର଼୍ୟାକେଟ ଠାବ ୪ ନାବାଳକ ସମେତ ୭ ଗିରଫ

ରାଜକନିକା, ୩।୧୨ (ଡି.ଏନ୍‌.ଏ): ରାଜକନିକା ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ମୋବାଇଲ ଚୋର ର଼୍ୟାକେଟ ସକ୍ରିୟ ଥିବା ବେଳେ ସୋମବାର ରାଜକନିକା ପୋଲିସ...

ଏଲ୍‌ଇଡି ସ୍କ୍ରିନ୍‌ରେ ହକି ଦେଖିବେ ରାଉରକେଲାବାସୀ

ରାଉରକେଲା ଅଫିସ,୨୭ା୧୨: ପୁରୁଷ ହକି ବିଶ୍ୱକପ୍‌ ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୧୭ ଦିନ ପରେ ଆରମ୍ଭ ହେବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମ କାର୍ଯ୍ୟ ଶେଷ...

କେବିଏନ୍‌ ଗ୍ୟାଙ୍ଗ୍‌ ମୁଖ୍ୟ ବୁବୁ ଜେନା ଗିରଫ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାରଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ୍‌ (କୋଇ ଭି ନହିଁ) ଗ୍ୟାଙ୍ଗର...

ମାହାଙ୍ଗା ଗଣହତ୍ୟା ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା,୧୯।୪(ସ୍ବ.ପ୍ର.): ମାହାଙ୍ଗା ଗଣହତ୍ୟା ମାମଲାରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ରିପୋର୍ଟରେ ବିଷକ୍ରିୟା ନେଇ...

ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ

ବିଷମକଟକ,୩।୫(ଡି.ଏନ୍‌.ଏ.): ରାୟଗଡା ଜିଲା ବିଷମକଟକରେ ମଙ୍ଗଳବାର ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ବିଷମକଟକ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମିତ ଏହି କାଫେକୁ ଅନୁସୂଚିତ...

ମଦ ବେପାରୀଙ୍କଠାରୁ ଲାଞ୍ଚ ନେଇ ଆଇଆଇସି, ଏଏସ୍‌ଆଇ ଗିରଫ

ବାଲେଶ୍ୱର, ୨୦।୭(ମାନସ ବିଶ୍ୱାଳ)୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ...

ରେଳ ସାଇଡିଂରେ ପଡ଼ିଛି ଲକ୍ଷେରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଖଣିଜ

ଯୋଡ଼ା,୩୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବିଭିନ୍ନ ରେଳ ସାଇଡିଂରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏକ ଲକ୍ଷରୁ ଊର୍ଦ୍ଧ୍ୱ ମେଟ୍ରିକ ଟନ୍‌...

Advertisement
Archives

Model This Week