Posted inଖେଳ

ଓଡ଼ିଶା: କ୍ରୀଡ଼ା ଦୃଶ୍ୟପଟରେ ପରିବର୍ତ୍ତନ, ଆଥ୍‌ଲେଟିକ୍ସ ସଶକ୍ତୀକରଣ

ଭୁବନେଶ୍ୱର, ୧୮।୧୧(ବିଜୟ ରଣା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ରାଜ୍ୟ କ୍ରୀଡ଼ା ବଜେଟରେ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଦେଶର କୌଣସି ରାଜ୍ୟ ତୁଳନାରେ ଏହା ସର୍ବାଧିକ। ଆଥଲଟିକ୍ସ ସଶକ୍ତିକରଣ ସାଙ୍ଗକୁ ରାଜ୍ୟ କ୍ରୀଡ଼ା ଦୃଶ୍ୟପଟ୍ଟରେ ଅନେକ ପରିବର୍ତ୍ତନ ଘଟିଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ଏବଂ ଭୁବନେଶ୍ୱରରେ ରହିଥିବା କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସ ବର୍ତ୍ତମାନ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଉଭୟ ସ୍ଥାନରେ ନୂତନ ପ୍ରତିଭାମାନ ସୃଷ୍ଟି ହେଉଛନ୍ତି, ଯେଉଁଠାରେ କି ଆଥଲେଟମାନଙ୍କ ଲାଗି ବିଶ୍ୱଶ୍ରେଣୀର ସୁବିଧା ସୁଯୋଗ ଉପଲବ୍ଧ ରହିଛି। କଳିଙ୍ଗ ଷ୍ଟାଡିୟମ ପରିସରରେ ଖୁବ୍‌ ଶୀଘ୍ର ଇନ୍‌ଡୋର ଆଥଲେଟିକ୍ସ ସେଣ୍ଟର ଉଦ୍‌ଘାଟିତ ହେବାକୁ ଯାଉଛି। ଦକ୍ଷିଣ ଏସିଆର ଏହା ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ ରୂପେ ପରିଗଣିତ ହେବ। ଏଥିରେ ୨,୦୦୦ ଦର୍ଶକ ଆସନ ବିଶିଷ୍ଟ ଗ୍ୟାଲେରୀ ସହ ୨୦୦ମିଟର ଆଥଲେଟିକ୍ସ ଟ୍ରାକ୍‌ ରହିଛି। ଏଥିରେ ଆହୁରି ମଧ୍ୟ ୮୦ ମିଟର ପ୍ଲସ ୨୦ମିଟର ରନିଂ ଟ୍ରାକ୍‌ ରହିଛି। ପୋଲ୍‌ଭଲ୍ଟ, ଶଟପୁଟ୍‌, ଲଙ୍ଗ ଓ ହାଇଜମ୍ପ, ଓ୍ବେଟ୍‌ ଟ୍ରେନିଂ ସେଣ୍ଟର, ଖେଳାଳିଙ୍କ ରହଣୀ ବ୍ୟବସ୍ଥା, ୬୦ ଟୁଇନ୍‌ ଶେୟାରିଂ ରୁମ୍‌ ଏବଂ ଲାଉଞ୍ଜ ରହିଛି, ଯାହାକୁ କୌଣସି ପ୍ରତିଯୋଗିତା ବେଳେ ବ୍ୟବହାର କରାଯାଇ ପାରିବ। କୌଣସି ପ୍ରକାର ବାହ୍ୟ ସମସ୍ୟା ଦେଖାଦେଲେ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମରେ ଆଥଲେଟମାନଙ୍କୁ ବର୍ଷସାରା ସହାୟତା ଯୋଗାଇ ଦିଆଯାଇ ପାରିବ। ପୁନଶ୍ଚ ୧୦୦ରୁ ଅଧିକ ଆଥଲେଟ୍‌ଙ୍କ ଲାଗି ରହଣୀ ଏବଂ ଫୁଲ୍‌ ଟାଇମ୍‌ କୋଚିଂ ସୁବିଧା ରହିଛି। କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରହିଥିବା ୧୦୦୦ ଆସନ କ୍ଷମତା ବିଶିଷ୍ଟ ଇନ୍‌ଡୋର ଆକ୍ୱାଟିକ୍‌ କମ୍ପ୍ଲେକ୍ସରେ ୫୦ମିଟର ଅଲିମ୍ପିକ ସାଇଜ୍‌ ସୁଇମିଂ ପୁଲ୍‌, ୨୫ ମିଟର ଅଲିମ୍ପିକ ସାଇଜ୍‌ ପୁଲ୍‌, ଫିଟ୍‌ନେସ ସେଣ୍ଟର, ସ୍ପୋଟର୍‌ସ ରିକଭରି ଫ୍ୟାସିଲିଟିଜ ଏବଂ ୨୬ ଟୁଇନ୍‌ ଶେୟାରିଂ ରୁମ୍‌ ସହ ରହଣୀ ସୁବିଧା ରହିଛି। ଆଗାମୀ ସ୍ପୋଟର୍‌ସ ସାଇନ୍ସ ସେଣ୍ଟର ଭାରତର ସର୍ବବୃହତ୍‌ ସ୍ପୋଟର୍‌ସ ସାଇନ୍ସ ସେଣ୍ଟର ଭାବେ ପରିଗଣତି ହେବ। ଅନ୍ୟପକ୍ଷରେ କିମ୍ବଦନ୍ତୀ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ତତ୍ତ୍ୱାବଧାନରେ ବ୍ୟାଡ୍‌ମିଣ୍ଟନ ଭିତ୍ତିଭୂମି ତିଆରି ଚାଲିଛି। ଏଥିରେ ୫୦୦ ଦର୍ଶକ କ୍ଷମତା ସହ ୮ ବ୍ୟାଡ୍‌ମିଣ୍ଟନ କୋର୍ଟ ରହିବ। କାଫେଟରିଆ, ଗେଷ୍ଟ ରୁମ୍‌ ଓ ଜିମ୍ନାସିୟମ ରହିବ। ଆଇଟିଏଫ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ଟେନିସ ସେଣ୍ଟର ରହିଛି, ଯେଉଁଠାରେ ସିନ୍ଥେଟିକ୍‌ ମ୍ୟାଚ୍‌ କୋର୍ଟ ବ୍ୟତୀତ ଏବଂ ୧୫୦୦ ଦର୍ଶକଙ୍କ ଲାଗି ଆସନ ବ୍ୟବସ୍ଥା ରହିଛି। ଫିଟ୍‌ନେସ ସେଣ୍ଟର ବ୍ୟତୀତ ୧୮୦ ଆସନ ବିଶିଷ୍ଟ ଏକ ଅଡିଟୋରିଅମ୍‌ ରହିଛି। ସେହିପରି ଜିମ୍ନାଷ୍ଟିକ୍‌ ସେଣ୍ଟରରେ ୨୫୦ ଦର୍ଶକମାନଙ୍କ ଲାଗି ବ୍ୟବସ୍ଥା ରହିଛି। ଦେଶର ଏହା ଅନ୍ୟତମ ଶ୍ରେଷ୍ଠ ସେଣ୍ଟର ବୋଲି କୁହାଯାଉଛି। ଅନ୍ୟ ସୁୂବିଧା ସୁଯୋଗ ମଧ୍ୟରେ ୨୦ ଟାର୍ଗେଟ ସହ ୧୦ମିଟର ବିଶିଷ୍ଟ ଶୁଟିଂ ରେଞ୍ଜ ରହିଛି। କଳିଙ୍ଗ ହକି ଷ୍ଟାଡିୟମରେ ଦୁଇଟି ପିଚ୍‌ ରହିଛି। ସେହିପରି ଓ୍ବେଟଲିଫ୍ଟ୍‌ିଂ ହଲ୍‌, ଫୁଟବଲ କମ୍‌ ଆଥାଲେଟିକ୍ସ ଷ୍ଟାଡିୟମ, ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଏବଂ ସ୍ପୋଟର୍‌ସ କ୍ଲାଇମ୍ବିଂ ଓ୍ବାଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?