୨୪ରୁ ତେହରି ଆକ୍ରୋ ଫେଷ୍ଟିଭାଲ

ଭୁବନେଶ୍ୱର, ୧୮।୧୧ (ଅଭୟ ଦାଶ): ଉତ୍ତରାଖଣ୍ଡ ଟୁରିଜମ୍‌ ଡେଭଲମେଣ୍ଟ ବୋର୍ଡ (ୟୁଟିଡିବି) ପକ୍ଷରୁ ଏକ ୫ ଦିନିଆ ‘ଆକ୍ରୋବାଟିକ୍‌ ଶୋ ତଥା ତେହରି ଆକ୍ରୋ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ନଭେମ୍ବର ୨୪ରୁ ୨୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଫେଷ୍ଟିଭାଲର ଭୂମିପୂଜନ କାର୍ଯ୍ୟ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଭାରତର ପ୍ରଥମ ଅନ୍ତର୍ଜାତୀୟ ଏରିୟଲ ଆକ୍ରୋବାଟିକ୍‌ ଶୋ ଉତ୍ତରାଖଣ୍ଡର ତେହରି ହ୍ରଦ ନିକଟରେ ଆୟୋଜନ ହେବ। ଉକ୍ତ ଫେଷ୍ଟିଭାଲରେ ପ୍ରାୟ ୩୫ ଅନ୍ତର୍ଜାତୀୟ ଆଥ୍‌ଲେଟଙ୍କ ସମେତ ୧୫୦ରୁ ଅଧିକ ପାରାଗ୍ଲାଇଡର ଅଂଶ ଗ୍ରହଣ କରିବେ। ସେହିଭଳି ବର୍ତ୍ତମାନ ପାରାଗ୍ଲାଇଡିଂ ଟ୍ରେନିଂ ଏବଂ ଏରିଲ୍‌ ଆକ୍ରୋବାଟିକ୍‌ ଶୋ ପାଇଁ ଏହା ଏକ କେନ୍ଦ୍ର ପାଲଟିଛି। ବିଶେଷକରି ଭାରତ, ସାଉଦି ଆରବ, ଗ୍ରୀସ୍‌, ଚେକ୍‌ ରିପବ୍ଲିକ୍‌, ଜର୍ମାନୀ, ଅଷ୍ଟ୍ରିଆ, ଲେବାନନ୍‌, ତୁର୍କୀ, ସ୍ପେନ୍‌, ବୁଲଗେରିଆ, ସୁଇଜରଲାଣ୍ଡ, ଇରାନ, ରୁଷିଆ, ଦକ୍ଷିଣ କୋରିଆ, ମାଲେସିଆ, ଜାପାନ, ଥାଇଲାଣ୍ଡ, ଭିଏଟ୍‌ନାମ, ମଙ୍ଗୋଲିଆ, ତାଇୱାନ, ଆମେରିକା, କଲମ୍ବିଆ, ଫ୍ରାନ୍ସ, ଶ୍ରୀଲଙ୍କା ଏବଂ ନେପାଳ ଭଳି ଦେଶରୁ ଅଂଶଗ୍ରହଣକାରୀମାନେ ସାମିଲ ଅଛନ୍ତି। ଏ ସମ୍ପର୍କରେ ପର୍ଯ୍ୟଟନ ସଚିବ ସଚିନ କୁର୍ଭେ କହିଛନ୍ତି, ସ୍ଥାନୀୟ ଯୁବକମାନଙ୍କୁ ମାଗଣାରେ ଉକ୍ତ ତାଲିମ ପ୍ରଦାନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ପାରାଗ୍ଲାଇଡିଂ କେବଳ ଦୁଃସାହସିକ କ୍ରୀଡ଼ାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ରୋଜଗାରର ନୂତନ ସୁଯୋଗ ପାଇଁ ମଧ୍ୟ ଦ୍ୱାର ଖୋଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri