ଅଙ୍ଗନଓ୍ବାଡି କର୍ମୀଙ୍କ ଧାରଣା ସ୍ଥଗିତ

ସୋରଡ଼ା,୨୫ା୧(ଡି.ଏନ୍‌.ଏ.): ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ଅଙ୍ଗନବାଡି ଲେଡିସ ଓ୍ବାର୍କର୍ସ ଆସୋସିଏଶନ ସୋରଡା ବ୍ଲକ ତରଫରୁ ଜିଲପାଳ, ତହସିଲଦାର, ଆଇଆଇସି, ଉପଜିଲପାଳଙ୍କୁ ଗତ ଶନିବାର ଏକ ଦାବିପତ୍ର ପ୍ରଦାନ କରଯାଇଥିଲା। ୨୪ ତାରିଖ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହେଲେ ୨୫ ତାରିଖରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ସୋମବାର ବି ସୀମାଞ୍ଚଳ ପ୍ରଧାନ, ସି ମଞ୍ଜୁବାଳା ନାୟକ ଅଙ୍ଗନବାଡି କର୍ମୀମାନଙ୍କ ସହ ଆଲୋଚନା କରି ଆସନ୍ତା ୨୯ ତାରିଖ ସୁଦ୍ଧା ବ୍ଲକ ଓ ଏନଏସିରେ କାର୍ଯ୍ୟରତ ୨୫୮ ଅଙ୍ଗନବାଡି କର୍ମୀମାନଙ୍କ ୩୩ ମାସର ଟିଏ, ପ୍ରସୂତି କାଳୀନ ଛୁଟି ନେଇଥିବା କେତେକଙ୍କ ଅର୍ଥ, ଭତ୍ତା, କେତେଜଣଙ୍କ ଦରମା ବନ୍ଦ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଆସୋସିଏଶନ ସମ୍ପାଦିକା ଉଶା ରାଣି ପତି କହିଛନ୍ତି। ତେଣୁ ୨୫ରେ ହେବାକୁ ଥିବା ଧାରଣାକୁ ସ୍ଥଗିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଞ୍ଜନଗର ଯାତ୍ରାରେ ଆତଙ୍କ ମାମଲାରେ ୪ ଗିରଫ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ…

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ଗତ ୧୭ ତାରିଖ ରାତିରେ ସହରର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ଶେଷ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ…

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ…

ପାରିବାରିକ କଳହର ଉଗ୍ରରୂପ: ଶଳାଙ୍କୁ ବସ୍‌ଷ୍ଟାଣ୍ଡରେ ଛୁରାମାଡ଼ କଲେ ଭିଣୋଇ

ଆସିକା,୨୩ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବସ୍‌ଷ୍ଟାଣ୍ଡଠାରେ ଶନିବାର ପୂର୍ବାହ୍ନରେ ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର ହୋଇଛନ୍ତି। ଆହତ ଶଳା ହେଉଛନ୍ତି କଂସ ଡାକୁଆ (୨୫)…

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫(ଅନାଥ ତରାଇ/ଦିଲ୍ଲୀପ ସାମଲ)ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri