Posted inଖେଳ

ଭାରତୀୟ ଦଳରେ ଓଡ଼ିଶାର ଅମିତ

ନୂଆଦିଲ୍ଲୀ, ୨୬।୭: ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ କେବଳ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂ ଅଧିନାୟକ ଏବଂ ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂ ଉପ-ଅଧିନାୟକ ଭାବେ ଅପରିବର୍ତ୍ତିତ ରହିଛନ୍ତି। ଭାରତ ଏହି ପ୍ରତିଯୋଗିତାରେ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚାଇନା ସହିତ ଖେଳିବ। ଆସନ୍ତା ହାଙ୍ଗଝୋଉ ଏସିଆନ ଗେମ୍ସପୂର୍ବରୁ ଏହି ଟୁର୍ନାମେଣ୍ଟରେ ଭାରତକୁ ଭଲ ପ୍ରସ୍ତୁତି ମିଳିବ।
ଦୁଇ ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେଶ ଓ କ୍ରିଶନ ବାହାଦୂର ପାଠକଙ୍କୁ ପୁଣି ଗୁରୁଦାୟିତ୍ୱ ଦିଆ ଯାଇଛି। ସେହିପରି ଅମିତ ରୋହିଦାସଙ୍କ ସମେତ ଜରମନପ୍ରୀତ ସିଂ, ସୁମିତ, ଯୁଗରାଜ ସିଂ, ହରମନପ୍ରୀତ ସିଂ ଓ ବରୁଣ କୁମାରଙ୍କ ଉପରେ ରକ୍ଷଣଭାଗ ଦାୟିତ୍ୱ ରହିବ। ପ୍ରୋ ଲିଗ୍‌ର ୟିରୋପିଆଚ ଚରଣରେ ଡିଫେଣ୍ଡରଭାବେ ଖେଳିଥିବା ମନପ୍ରୀତ ସିଂଙ୍କୁ ପୁଣି ମିଡ୍‌ଫିଲ୍ଡରେ ଦେଖିବାକୁ ମିଳିବ। ”ଆମେ ବିଭିନ୍ନ ଦିଗକୁ ଲକ୍ଷ୍ୟରେ ରଖି ଦଳ ଚୟନ କରିଛୁ। ଏହା ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ। ସ୍ପାନିଶ ହକି ଫେଡେରେଶନର ୧୦୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆୟୋଜିତ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ସିଧାସଳଖ ପ୍ରତ୍ୟାବର୍ତ୍ତନ କରି ଘରୋଇ ପରିବେଶରେ ଚାମ୍ପିୟନ୍ସ ଟ୍ରଫି ଖେଳିବ। ଆମ ଖେଳାଳିମାନେ ଭରପୂର ଦର୍ଶକଙ୍କ ଉପସ୍ଥିତିରେ ଘରୋଇ ପରିବେଶରେ ଖେଳିବାପାଇଁ ବ୍ୟଗ୍ର ଅଛନ୍ତି“ ବୋଲି ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ ପ୍ରକାଶ କରିଛନ୍ତି।
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଷ୍ଟାର ସ୍ପୋଟର୍‌ସ ଓ ଫ୍ୟାନକୋଡ୍‌ରେ ପ୍ରସାରିତ ହେବ। ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ ଭାରତ ଅଗଷ୍ଟ ୩ରେ ଚାଇନା ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୪ରେ ଜାପାନ, ୬ରେ ମାଲେସିଆ, ୭ରେ କୋରିଆ ଓ ୯ରେ ପାକିସ୍ତାନକୁ ଭେଟିବ। ଅଗଷ୍ଟ ୧୧ରେ ୨ଟି ଯାକ ସେମିଫାଇନାଲ ଏବଂ ୫-୬ ସ୍ଥାନପାଇଁ ପ୍ଲେସିଂ ମ୍ୟାଚ ହେବ। ୧୨ ତାରିଖରେ ଫାଇନାଲ ଓ ତୃତୀୟ ସ୍ଥାନପାଇଁ ମ୍ୟାଚ ଅନୁଷ୍ଠିତ ହେବ।
ଭାରତୀୟ ଦଳ
ଗୋଲକିପର୍ସ: ପି.ଆର. ଶ୍ରୀଜେଶ, କ୍ରିଶନ ବାହାଦୂର ପାଠକ।
ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ସୁମିତ, ଯୁଗରାଜ ସିଂ, ହରମନପ୍ରୀତ ସିଂ (ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ।
ମିଡ୍‌ଫିଲ୍ଡର୍ସ: ହାର୍ଦ୍ଦିକ ସିଂ (ଉପ-ଅଧିନାୟକ), ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ନିଳକାନ୍ତ ଶର୍ମା, ସମଶେର ସିଂ।
ଫରଓ୍ବାଡର୍‌ସ: ଆକାଶଦୀପ ସିଂ, ମନଦୀପ ସିଂ, ଗୁରଜାନ୍ତ ସିଂ, ସୁଖଜିତ ସିଂ, ଏସ. କାର୍ଥୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri