Posted inଖେଳ

ମୋହନ ବାଗାନକୁ ହରାଇଲା ଓଏଫ୍‌ସି

ଭୁବନେଶ୍ୱର, ୨୮ା୧୧(ସରୋଜ ଜେନା): ଏଏଫ୍‌ସି କପ୍‌ରେ ତୃତୀୟ ବିଜୟ ହାସଲ କରିଛି ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। ସୋମବାର କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଇଏସ୍‌ଏଲ୍‌ ଚାମ୍ପିୟନ ମୋହନବାଗାନ୍‌ ସୁପରଜାଏଣ୍ଟକୁ ୫-୨ ଗୋଲରେ ପରାସ୍ତ କରିଛି ଓଏଫ୍‌ସି। ଓଡ଼ିଶା ପକ୍ଷରୁ ରୟ କ୍ରିଷ୍ଣା (୨୯), ଡିଏଗୋ ମରିସିଓ (୩୨), ସାଇ ଗୋଡାର୍ଡ (୪୧), ଅନିକେତ ଯାଦବ (୯୦+୨) ଓ ଆଇଜାକ୍‌ ଭାନ୍‌ଲାଲରରୁଆଟ୍‌ଫେଲା (୯୦+୫) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ମୋହନ ବାଗାନ ପକ୍ଷରୁ ହ୍ୟୁଗୋ ବ୍ୟୁମୋସ୍‌ (୧୭) ଓ କିୟାନ୍‌ ନାସିରି (୬୩) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ବିଜୟ ସହିତ ଏଏଫ୍‌ସି କପ୍‌ରେ ତୃତୀୟ ବିଜୟ ସହିତ ଗ୍ରୁପ୍‌ ଡିରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଓଏଫ୍‌ସି। ସେହିପରି ଦଳ ମୋହନ ବାଗାନ ବିପକ୍ଷରେ ଏହାର ପ୍ରଥମ ବିଜୟ ହାସଲ କରିଛି। ଉଭୟ ଦଳ ନବମ ଥର ପାଇଁ ମୁହାଁମୁହିଁ ହୋଇଥିବା ବେଳେ ପୂର୍ବରୁ ମୋହନ ବାଗାନ ୫ ଥର ବିଜୟୀ ହୋଇଥିଲା ଓ ୩ଟି ମ୍ୟାଚ୍‌ ଡ୍ରରେ ଶେଷ ହୋଇଥିଲା।
ଶିମିଳିପାଳ ବାଘଙ୍କ ପାଇଁ ନିର୍ମିତ ଗୋଲ୍ଡେନ୍‌ ପର୍ପଲ ଜର୍ସିରେ ନଜର ଆସିଥିବା ଓଏଫ୍‌ସି ମ୍ୟାଚ୍‌ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମ ମିନିଟରୁ ଉଭୟ ଦଳ ଆକ୍ରମଣାତ୍ମକ ଫୁଟ୍‌ବଲ୍‌ ଖେଳିଥିଲେ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ମୋହନବାଗାନ ମ୍ୟାଚ୍‌ର ୧୭ ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା। ଓଏଫ୍‌ସି ହାଫ୍‌ରୁ ବଲ୍‌ ଛଡାଇବା ପରେ ଲିଷ୍ଟନ କଲେକୋ ଲମ୍ବା ପାଶ୍‌ ଜରିଆରେ ବଲ୍‌ ଆଶିଷ ରାୟଙ୍କୁ ଦେଇଥିଲେ। ଆଶିଷଙ୍କ ଡାଏଗୋନାଲ ବଲ୍‌କୁ ଗୋଲରେ ପରିଣତ କରି ହ୍ୟୁଗୋ ବ୍ୟୁମୋସ୍‌ ଦଳକୁ ୧-୦ରେ ଆଗୁଆ କରିଥିଲେ। ୨୪ ତମ ମିନିଟରେ ରୟ କ୍ରିଷ୍ଣା ଓ ଡିଏଗୋ ମରିସିଓ ଏକ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିଶାଲ କେଥ୍‌ ଏହାକୁ ରୋକି ଦେଇଥିଲେ। ୨୯ ତମ ମିନିଟରେ ରୟ କ୍ରିଷ୍ଣା ଏକ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ଜେରୀଙ୍କ ପାଶକୁ ଏକ ଡାହାଣ ପାଦ କିକ୍‌ ଜରିଆରେ ସ୍କୋର କରିଥିଲେ ରୟ କ୍ରିଷ୍ଣା। ଏହାର ୩ ମିନିଟ ପରେ ଓଏଫ୍‌ସିର ଗୋଲ ମେସିନ୍‌ ଡିଏଗୋ ମରିସିଓ ଏକ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରି ଦେଇଥିଲେ। ଜାହୋହୋଙ୍କ ଫ୍ରି କିକ୍‌ ରୟ କ୍ରିଷ୍ଣାଙ୍କ ନିକଟକୁ ଯାଇଥିଲା। ରୟଙ୍କ କ୍ରଶ୍‌କୁ ଗୋଲରେ ପରିଣତ କରିଥିଲେ ମରିସିଓ। ମ୍ୟାଚ୍‌ର ୪୧ ତମ ମିନିଟରେ ସାଇ ଗୋଡାର୍ଡ ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ। ଗ୍ଲାନ୍‌ ମାର୍ଟିନ୍‌ଙ୍କ ସାମନ୍ୟ ତ୍ରୁଟିର ଫାଇଦା ଉଠାଇ ଗୋଡାର୍ଡ ସ୍କୋର କରିଥିଲେ। ପ୍ରଥମ ହାଫ୍‌ରେ ଓଏଫ୍‌ସି ୩-୧ରେ ଆଗୁଆ ରହିଥିଲା।
ଦ୍ୱିତୀୟ ହାଫ୍‌ରେ ଘରୋଇ ଦଳ ପ୍ରତି ଆକ୍ରମଣ କରିଥିଲା। ୫୩ ମିନିଟ୍‌ରେ ଦଳ ଏକ ସ୍କୋରିଂ ପ୍ରୟାସ କରିଥିଲା। ତେବେ ଅମରିନ୍ଦର ସିଂ ଏହାକୁ ରୋକି ଦେଇଥିଲେ। ୬୩ ତମ ମିନିଟରେ କିୟାନ୍‌ ନାସିର ଏକ ହେଡର ଜରିଆରେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ୮୦ ତମ ମିନିଟରେ ଆଶିଷ ରାୟଙ୍କ ଏକ ପାଶ କିୟାନ୍‌ଙ୍କ ଠାରୁ ଦୂରରେ ରହି ଯାଇଥିଲା। ଇଞ୍ଜୁରୀ ଟାଇମ୍‌ରେ ଓଡ଼ିଶା ଖେଳାଳି ଆଉ ଦୁଇଟି ଗୋଲ ସ୍କୋର କରିଥିଲେ। ୯୦+୨ ମିନିଟରେ ମିଳିଥିବା ଫ୍ରି କିକ୍‌କୁ ଡାହାଣ କର୍ନରରୁ ପାଶ୍‌ କରିଥିଲେ ରୟ କ୍ରିଷ୍ଣା। ଏହାକୁ ଗୋଲରେ ପରିଣତ କରିଥିଲେ ଅନିକେତ ଯାଦବ। ଓଏଫ୍‌ସି ପାଇଁ ଏହା ଅନିକେତଙ୍କ ପ୍ରଥମ ଗୋଲ୍‌। ଏହାର ୩ ମିନିଟ୍‌ ପରେ ଆଉ ଏକ ଗୋଲ ଦେଇଥିଲେ ଆଇଜାକ୍‌ ଭାନ୍‌ଲାଲରରୁଆଟ୍‌ଫେଲା। ମୋହନ୍‌ ବାଗାନ୍‌ ଗୋଲକିପର ବିଶାଲ୍‌ କେଥ୍‌ ପୋଷ୍ଟ ଛାଡି ଆଗକୁ ଚାଲି ଆସିଥିବା ବେଳେ ତାଙ୍କ ମୁଣ୍ଡ ଉପରେ ବଲ୍‌କୁ ପାଶ୍‌ କରିଥିଲେ ଆଇଜାକ୍‌। ଡିସେମ୍ବର ୧୧ ତାରିଖରେ ଓଏଫ୍‌ସି ବସୁନ୍ଧରା କିଙ୍ଗ୍ସ ବିପକ୍ଷରେ ଏହାର ଅନ୍ତିମ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?