Posted inଖେଳ

ବିଜୟ ସହ ଓଡ଼ିଶା ଏଫ୍‌ସିର ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୩।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍‌ସି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ଦଳ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚର ୨୧ତମ ମିନିଟରେ ଅହମଦ ଜାହୋ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଫଳରେ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚରୁ ଓଡ଼ିଶା ଏଫ୍‌ସି ପୂରା ୩ ପଏଣ୍ଟ ପାଇଛି। ପ୍ରଥମାର୍ଦ୍ଧର ଅନ୍ତିମକ୍ଷଣରେ ବେଙ୍ଗାଲୁରୁ ଏଫ୍‌ସିର ର଼୍ୟାନ ଡାଲେ ଓ୍ବିଲିୟମ୍ସ ରେଡ୍‌କାର୍ଡ ପାଇବା ମ୍ୟାଚର ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା। ମ୍ୟାଚଟି ବେଶ୍‌ ଉତ୍ତେଜନାପୂର୍ଣ୍ଣ ରହିଥିଲା। ବିପଜ୍ଜନକ ଖେଳ ପାଇଁ ବେଙ୍ଗାଲୁରୁ ଏଫ୍‌ସିର ୫ ଓ ଓଡ଼ିଶା ଏଫ୍‌ସିର ୩ ଖେଳାଳି ୟେଲୋ କାର୍ଡ ପାଇଥିଲେ।

ସଂଘର୍ଷ କରି ହାରିଲା ଇଣ୍ଟର କାଶି

ଦିବସର ପ୍ରଥମ ମ୍ୟାଚରେ କଡ଼ା ସଂଘର୍ଷ କରି ଶକ୍ତିଶାଳୀ ଏଫ୍‌ସି ଗୋଆ ନିକଟରୁ ପରାସ୍ତ ହୋଇଥିଲା ନବାଗତ ଇଣ୍ଟର କାଶି। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ୧୬ ଦଳ ମଧ୍ୟରୁ ଇଣ୍ଡିଆନ ସୁପର ଲିଗ୍‌ର ୧୨ ଏବଂ ଆଇ-ଲିଗ୍‌ର ୩ ଦଳ ସିଧାସଳଖ ଯୋଗ୍ୟତା ପାଇଥିଲେ। ଇଣ୍ଟର କାଶି ଯୋଗ୍ୟତା ପର୍ଯ୍ୟାୟରେ ରାଜସ୍ଥାନ ୟୁନାଇଟେଡକୁ ୫-୦ ଗୋଲରେ ହରାଇ ଅବଶିଷ୍ଟ ଗୋଟିଏ ସ୍ଥାନ ପୂରଣ କରିଥିଲା। ମାତ୍ର ମୁଖ୍ୟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ମ୍ୟାଚରେ ଏହି ଦଳ ୧-୨ ଗୋଲରେ ପରାଜିତ ହୋଇଥିଲେ ହେଁ ଗୋଆ ପରି ଏକ ଦଳକୁ ଟକ୍କର ଦେଇଥିବାରୁ ପ୍ରଶଂସାର ହକ୍‌ଦାର ହୋଇଛି। ଗ୍ରୁପ୍‌ ‘ଡି’ର ଏହି ମ୍ୟାଚ ଜିତି ଏଫ୍‌ସି ଗୋଆ ପୂରା ୩ ପଏଣ୍ଟ ପାଇଛି। ଉତ୍ତମ ପ୍ରଦର୍ଶନ ପାଇଁ ଏହି ଦଳର ନୋଆ ଓ୍ବେଲ ସାଦାଉଲି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ମ୍ୟାଚଟି ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ବିପଜ୍ଜନକ ଖେଳ ପାଇଁ ଗୋଆର ବୋରିସ ସିଂ ଥାଙ୍ଗଜାମଙ୍କୁ ୩୮ ଓ କାର୍ଲୋସ ମାର୍ଟିନେଜ ରୋଡ୍ରିଗ୍ବେଜଙ୍କୁ ୪୧ତମ ମିନିଟରେ ରେଫରି ୟେଲୋ କାର୍ଡ ଦେଇଥିଲେ। ଏହି ଦଳ ପକ୍ଷରୁ ଏକାଧିକ ଉଦ୍ୟମ ହୋଇଥିଲେ ହେଁ ଇଣ୍ଟର କାଶି ରକ୍ଷଣଭାଗ ଦକ୍ଷତାର ସହ ତାହାକୁ ପ୍ରତିହତ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଅଗ୍ରଣୀ ନେବାପାଇଁ ସ୍ବାଭାବିକଭାବେ ମୁକାବିଲା ଜୋରଦାର ହୋଇଥିଲା। ୫୮ତମ ମିନିଟରେ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ ଗୋଆର ନୋଆ ଓ୍ବେଲ ସାଡାଉଲି। ତାଙ୍କ ଗୋଲରେ ଗୋଆ ୧-୦ରେ ଅଗ୍ରଣୀଲାଭ କରିଥିଲା। ଏହାର ୮ ମିନିଟ ପରେ ଅର୍ଥାତ୍‌ ୬୬ତମ ମିନିଟରେ ଗୋଆର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପରିଣତ କରିଥିଲେ କାର୍ଲୋସ ମାର୍ଟିନେଜ ରୋଡ୍ରିଗ୍ବେଜ। ଚାପ ସ୍ଥିତି ସତ୍ତ୍ୱେ ଗୋଲ ପରିଶୋଧ ପାଇଁ ଇଣ୍ଟର କାଶି ଶେଷ ପର୍ଯ୍ୟନ୍ତ ଉଦ୍ୟମ ବଳବତ୍ତର ରଖିଥିଲା। ୬୩ତମ ମିନିଟରେ ବଦଳ ଖେଳାଳିଭାବେ ପଡ଼ିଆରେ ପ୍ରବେଶ କରିଥିବା ଏହି ଦଳର ଜ୍ଞାମାର ନିକୁମ ୭୮ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ। ମାତ୍ର ଶେଷ ପର୍ଯ୍ୟାୟରେ ଗୋଆ ନିଜ ରକ୍ଷଣଭାଗକୁ ଦୃଢ଼ କରିବାରୁ ଆଉ ଗୋଲ ହୋଇପାରି ନ ଥିଲା। ଫଳରେ ଗୋଆ ୨-୧ରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?