ଆନ୍ଧ୍ର ଅନୁପ୍ରବେଶକୁ ରୋକିଲା ଓଡ଼ିଶା ପ୍ରଶାସନ

ପଟ୍ଟାଙ୍ଗି,୨୩ା୬(ଶରତ ଧଳ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପୁଣି ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ଏହାକୁ ନେଇ ସୀମାନ୍ତ ଗ୍ରାମବାସୀ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ପୂର୍ବରୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ତେବେ ଗ୍ରାମବାସୀଙ୍କ ଚାପରେ ତରବରିଆ ଭାବେ ଗୁରୁବାର ଘଟଣା ସ୍ଥଳରେ ସେମାନେ ପହଞ୍ଚତ୍ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୀମାନ୍ତ ତଳଗୋଲୁର ପଞ୍ଚାୟତରେ ।
ତଳଗୋଲୁର ପଞ୍ଚାୟତର ୪ଟି ଗ୍ରାମ ଜାମୁଗୁଡା, ଡୁମୁରିଗୁଡା, କାମ୍ବିରି ଓ କତାବାଲସା ଗ୍ରାମବାସୀ ଜଙ୍ଗଲଜମି ଉପରେ ନିର୍ଭର କରି ଚଳି ଆସୁଛନ୍ତି। ଗତ କିଛିଦିନ ହେଲା ଆନ୍ଧ୍ରର ନୂତନ ଜିଲାର ମାନ୍ୟତା ପାଇଥିବା ପାଡେରୁ ଆଲୁରି ସୀତାରାମରାଜୁ ଅଧୀନରେ ଥିବା ଆରୁକୁ ତହସିଲ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଓଡ଼ିଶାର ଉପରୋକ୍ତ ସୀମାନ୍ତ ଗ୍ରାମଗୁଡିକରେ ଅନୁପ୍ରବେଶ କରି ଜଙ୍ଗଲଜମି ଚିହ୍ନଟୀକରଣ କରିବା ସହ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣା ସମ୍ପର୍କରେ ୪ ଗ୍ରାମର ଗ୍ରାମବାସୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଏନେଇ ସୁଙ୍କି ରାଜସ୍ବ ନିରୀକ୍ଷକଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତହସିଲଦାରଙ୍କ ନିର୍ଦ୍ଦେଶକୁ ସୁଙ୍କି ରାଜସ୍ବ କାର୍ଯ୍ୟାଳୟ ଗୁରୁତ୍ୱ ଦେଇ ନ ଥିଲା। ଏହାର ଫାଇଦା ଆନ୍ଧ୍ରର ଆରୁକୁ ତହସିଲ କାର୍ଯ୍ୟାଳୟ ଉଠାଇ ଚାଲିଥିଲା। ଫଳରେ ଏହାକୁ କେନ୍ଦ୍ରକରି ଓଡ଼ିଶାର ଉପରୋକ୍ତ ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଗ୍ରାମବାସୀ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଧାୟକ ଏବଂ ଜିଲା ପରିଷଦ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଶେଷରେ ପୁଣି ଗ୍ରାମବାସୀ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମ୍ପର୍କରେ ତହସିଲଦାର ଧାରୁଆ ଉପଜିଲାପାଳ ବେଣୁଧର ଶବରଙ୍କ ସହ ଆଲୋଚନା କରିଥିଲେ। ପରେ ଉପଜିଲାପାଳ ଶବରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଗଠିତ ହୋଇଥିଲା। ଏହି ଟିମ୍‌ରେ ତହସିଲଦାର ଧାରୁଆ, ରେଭିନ୍ୟୁ ସୁପରଭାଇଜର ଗୋଲକ ପରିଡ଼ା ଓ ସୁଙ୍କି ପୋଲିସ ଯାଇ ଘଟଣା ସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୂଚନା ଆଧାରରେ ଉପସ୍ଥିତ ଆନ୍ଧ୍ର କର୍ମଚାରୀଙ୍କୁ ଏପରି ଅନୁପ୍ରବେଶ ନ କରିବାକୁ ପରାମର୍ଶ ଦେଇଥିଲେ। ପରେ ଆନ୍ଧ୍ର ଆରୁକୁ ତହସିଲ ପକ୍ଷରୁ ହେଉଥିବା ସର୍ଭେ କାର୍ଯ୍ୟ ବନ୍ଦ ହୋଇଥିଲା। ଆନ୍ଧ୍ରର ଏପରି ଅନୁପ୍ରବେଶ ସମ୍ପର୍କିତ ଖବର ଗତ ଡିସେମ୍ବରରେ ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ସେତେବେଳେ ଏହି ଖବରକୁ ସରକାରୀ ସ୍ତରରେ କୌଣସି ଗୁରୁତ୍ୱ ପ୍ରଦାନ କରା ନ ଯିବାରୁ ଏବେ ପୁଣି ଆନ୍ଧ୍ର ଅନୁପ୍ରବେଶ କରି ସର୍ଭେ କାର୍ଯ୍ୟ କରିବାକୁ ସାହସ କଲା ବୋଲି ମତପ୍ରକାଶ ପାଉଛି। ଏନେଇ ତହସିଲଦାର ଧାରୁଆଙ୍କୁ ପଚାରିବାରୁ ସେ କହିଲେ, ଅକ୍ଷାଂଶ ଓ ଦ୍ରାଘିମା ଚିହ୍ନଟ କରି ଆନ୍ଧ୍ରର ଆରୁକୁ ତହସିଲ ଅଧିକାରୀ ଓ କର୍ମଚାରୀଙ୍କୁ ଏହା ଓଡ଼ିଶାର ଜାଗା ବୋଲି ଅବଗତ କରାଇଛୁ। ଉଭୟ ରାଜ୍ୟର ତହସିଲ କାର୍ଯ୍ୟାଳୟ ଅଧିକାରୀଙ୍କ ଦସ୍ତଖତରେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଅବଗତ କରାଇଛୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri