ଆନ୍ଧ୍ର ଅନୁପ୍ରବେଶକୁ ରୋକିଲା ଓଡ଼ିଶା ପ୍ରଶାସନ

ପଟ୍ଟାଙ୍ଗି,୨୩ା୬(ଶରତ ଧଳ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପୁଣି ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ଏହାକୁ ନେଇ ସୀମାନ୍ତ ଗ୍ରାମବାସୀ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ପୂର୍ବରୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ତେବେ ଗ୍ରାମବାସୀଙ୍କ ଚାପରେ ତରବରିଆ ଭାବେ ଗୁରୁବାର ଘଟଣା ସ୍ଥଳରେ ସେମାନେ ପହଞ୍ଚତ୍ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୀମାନ୍ତ ତଳଗୋଲୁର ପଞ୍ଚାୟତରେ ।
ତଳଗୋଲୁର ପଞ୍ଚାୟତର ୪ଟି ଗ୍ରାମ ଜାମୁଗୁଡା, ଡୁମୁରିଗୁଡା, କାମ୍ବିରି ଓ କତାବାଲସା ଗ୍ରାମବାସୀ ଜଙ୍ଗଲଜମି ଉପରେ ନିର୍ଭର କରି ଚଳି ଆସୁଛନ୍ତି। ଗତ କିଛିଦିନ ହେଲା ଆନ୍ଧ୍ରର ନୂତନ ଜିଲାର ମାନ୍ୟତା ପାଇଥିବା ପାଡେରୁ ଆଲୁରି ସୀତାରାମରାଜୁ ଅଧୀନରେ ଥିବା ଆରୁକୁ ତହସିଲ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଓଡ଼ିଶାର ଉପରୋକ୍ତ ସୀମାନ୍ତ ଗ୍ରାମଗୁଡିକରେ ଅନୁପ୍ରବେଶ କରି ଜଙ୍ଗଲଜମି ଚିହ୍ନଟୀକରଣ କରିବା ସହ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣା ସମ୍ପର୍କରେ ୪ ଗ୍ରାମର ଗ୍ରାମବାସୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଏନେଇ ସୁଙ୍କି ରାଜସ୍ବ ନିରୀକ୍ଷକଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତହସିଲଦାରଙ୍କ ନିର୍ଦ୍ଦେଶକୁ ସୁଙ୍କି ରାଜସ୍ବ କାର୍ଯ୍ୟାଳୟ ଗୁରୁତ୍ୱ ଦେଇ ନ ଥିଲା। ଏହାର ଫାଇଦା ଆନ୍ଧ୍ରର ଆରୁକୁ ତହସିଲ କାର୍ଯ୍ୟାଳୟ ଉଠାଇ ଚାଲିଥିଲା। ଫଳରେ ଏହାକୁ କେନ୍ଦ୍ରକରି ଓଡ଼ିଶାର ଉପରୋକ୍ତ ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଗ୍ରାମବାସୀ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଧାୟକ ଏବଂ ଜିଲା ପରିଷଦ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଶେଷରେ ପୁଣି ଗ୍ରାମବାସୀ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମ୍ପର୍କରେ ତହସିଲଦାର ଧାରୁଆ ଉପଜିଲାପାଳ ବେଣୁଧର ଶବରଙ୍କ ସହ ଆଲୋଚନା କରିଥିଲେ। ପରେ ଉପଜିଲାପାଳ ଶବରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଗଠିତ ହୋଇଥିଲା। ଏହି ଟିମ୍‌ରେ ତହସିଲଦାର ଧାରୁଆ, ରେଭିନ୍ୟୁ ସୁପରଭାଇଜର ଗୋଲକ ପରିଡ଼ା ଓ ସୁଙ୍କି ପୋଲିସ ଯାଇ ଘଟଣା ସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୂଚନା ଆଧାରରେ ଉପସ୍ଥିତ ଆନ୍ଧ୍ର କର୍ମଚାରୀଙ୍କୁ ଏପରି ଅନୁପ୍ରବେଶ ନ କରିବାକୁ ପରାମର୍ଶ ଦେଇଥିଲେ। ପରେ ଆନ୍ଧ୍ର ଆରୁକୁ ତହସିଲ ପକ୍ଷରୁ ହେଉଥିବା ସର୍ଭେ କାର୍ଯ୍ୟ ବନ୍ଦ ହୋଇଥିଲା। ଆନ୍ଧ୍ରର ଏପରି ଅନୁପ୍ରବେଶ ସମ୍ପର୍କିତ ଖବର ଗତ ଡିସେମ୍ବରରେ ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ସେତେବେଳେ ଏହି ଖବରକୁ ସରକାରୀ ସ୍ତରରେ କୌଣସି ଗୁରୁତ୍ୱ ପ୍ରଦାନ କରା ନ ଯିବାରୁ ଏବେ ପୁଣି ଆନ୍ଧ୍ର ଅନୁପ୍ରବେଶ କରି ସର୍ଭେ କାର୍ଯ୍ୟ କରିବାକୁ ସାହସ କଲା ବୋଲି ମତପ୍ରକାଶ ପାଉଛି। ଏନେଇ ତହସିଲଦାର ଧାରୁଆଙ୍କୁ ପଚାରିବାରୁ ସେ କହିଲେ, ଅକ୍ଷାଂଶ ଓ ଦ୍ରାଘିମା ଚିହ୍ନଟ କରି ଆନ୍ଧ୍ରର ଆରୁକୁ ତହସିଲ ଅଧିକାରୀ ଓ କର୍ମଚାରୀଙ୍କୁ ଏହା ଓଡ଼ିଶାର ଜାଗା ବୋଲି ଅବଗତ କରାଇଛୁ। ଉଭୟ ରାଜ୍ୟର ତହସିଲ କାର୍ଯ୍ୟାଳୟ ଅଧିକାରୀଙ୍କ ଦସ୍ତଖତରେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଅବଗତ କରାଇଛୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?