ପୃଥିବୀ ଆଡ଼କୁ ମାଡ଼ି ଆସୁଛି ୬ ଗ୍ରହାଣୁ, ନାସା କହିଲା…

ଓ୍ବାଶିଂଟନ, ୨୪।୧୦: ପୃଥିବୀ ନିକଟ ଦେଇ ୬ କ୍ଷୁଦ୍ର ଗ୍ରହ ଗୁରୁବାର ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ସୂଚନା ଦେଇଛି। ନାସା ପକ୍ଷରୁ ଉକ୍ତ କ୍ଷୁଦ୍ର ଗ୍ରହଗୁଡ଼ିକୁ ଚିହ୍ନଟ କରାଯାଇଛି। ଯଦିଓ ଏ ସମସ୍ତ କ୍ଷୁଦ୍ର ଗ୍ରହ ପୃଥିବୀ ପାଇଁ ବିପଦ ସୃଷ୍ଟି କରୁନାହିଁ ତଥାପି ପୃଥିବୀଠାରୁ ସେମାନଙ୍କର ନିକଟତର ହେବା ଦ୍ୱାରା ପୃଥିବୀ ନିକଟବର୍ତ୍ତୀ ବସ୍ତୁ(ଏନ୍‌ଇଓ)ର ବ୍ୟାପକ ଅଧ୍ୟୟନ ପାଇଁ ଏହି କ୍ଷୁଦ୍ର ଗ୍ରହଗୁଡ଼ିକୁ ମନିଟରିଂ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ନାସା କହିଛି।

ସୂଚନା ଅନୁଯାୟୀ, ପ୍ରାୟ ୪୬୦ କୋଟି ବର୍ଷ ତଳେ ସୌର ପ୍ରଣାଳୀର ପ୍ରାରମ୍ଭିକ ଗଠନ ସମୟରେ ଏହାର ପଥର ଏବଂ ବାୟୁହୀନ ଅବଶିଷ୍ଟାଂଶଗୁଡ଼ିକ କ୍ଷୁଦ୍ର ଗ୍ରହ ଭାବେ ଧରାଯାଇଥାଏ। ସାଧାରଣତଃ କ୍ଷୁଦ୍ର ଗ୍ରହଗୁଡ଼ିକ ମୁଖ୍ୟତଃ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ମଧ୍ୟରେ ଥିବା ଆଷ୍ଟେରଏଡ୍‌ ବେଲ୍ଟରେ ମିଳିଥାଏ ଏବଂ ଏଗୁଡ଼ିକ ପ୍ରାୟତଃ ସୂର୍ଯ୍ୟର ପରିକ୍ରମା କରିଥାଏ। ଗ୍ରହଗୁଡ଼ିକଠାରୁ ଓଲଟା କ୍ଷୁଦ୍ର ଗ୍ରହଗୁଡ଼ିକ ସାଧାରଣତଃ ବାୟୁମଣ୍ଡଳ, ଆଗ୍ନେୟଗିରି କିମ୍ବା ପ୍ଲେଟ ଟେକ୍ଟୋନିକ୍ସ ପରି ଭୌଗୋଳିକ ପ୍ରକ୍ରିୟାକୁ ପ୍ରଦର୍ଶନ କରିବା ପାଇଁ ବହୁତ ଛୋଟ ହୋଇଥାଏ। ସୌର ପ୍ରଣାଳୀରେ ଲକ୍ଷାଧିକ ସଂଖ୍ୟାରେ କ୍ଷୁଦ୍ର ଗ୍ରହ ରହିଛନ୍ତି, ଯେଉଁମାନଙ୍କର ଆକାର ଛୋଟ ପଥର ଠାରୁ ଆରମ୍ଭ କରି ୧୦୦ କିଲୋମିଟର ପର୍ଯ୍ୟନ୍ତ ବଡ଼ ପିଣ୍ଡ ସଦୃଶ ହୋଇଥାଏ।
ଗୁରୁବାର କ୍ଷୁଦ୍ର ଗ୍ରହ ‘୨୦୨୩ଟିଜି୧୪’ ପୃଥିବୀଠାରୁ ୨୫ ଲକ୍ଷ କି.ମି.ର ସର୍ବନିମ୍ନ ଦୂରତା ଦେଇ ଅତିକ୍ରମ କରିବ ବୋଲି ନାସା କହିଛି। ୧୮ରୁ ୪୧ ମିଟର ଆନୁମାନିକ ବ୍ୟାସ ବିଶିଷ୍ଟ ଏହି କ୍ଷୁଦ୍ର ଗ୍ରହ ଅପେକ୍ଷାକୃତ ଛୋଟ ହୋଇଥିବାବେଳେ ଏହା ୬.୯ କି.ମି ପ୍ରତି ସେକେଣ୍ଡ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ସେହିପରି ଗୁରୁବାର ପୃଥିବୀ ନିକଟ ଦେଇ ଗତି କରୁଥିବା ସମସ୍ତ ୬ କ୍ଷୁଦ୍ର ଗ୍ରହଗୁଡ଼ିକ ମଧ୍ୟରୁ ୩୬୩୩୦୫(୨୦୦୨ଏନ୍‌ଭି୧୬) ନାମକ ଆଷ୍ଟେରଏଡ୍‌ ସବୁଠାରୁ ବଡ଼। ଏହାର ଆକାର ୫୮୦ ଫୁଟ(ପ୍ରାୟ ୧୭୫ ମିଟର) ହୋଇଥିବାବେଳେ ବ୍ୟାସ ୧୪୦ ମିଟରରୁ ୩୧୦ ମିଟର ମଧ୍ୟରେ ରହିଛି। ଗୁରୁବାର ଏହି କ୍ଷୁଦ୍ର ଗ୍ରହ ପୃଥିବୀଠାରୁ ୪୫ ଲକ୍ଷ ୨୦ ହଜାର କି.ମି. ଦୂରତା ଦେଇ ଅତିକ୍ରମ କରିବ ବୋଲି ନାସା କହିଛି। ତେବେ ବିରାଟ ଆକାର ସତ୍ତ୍ୱେ ମଧ୍ୟ ଏହି କ୍ଷୁଦ୍ର ଗ୍ରହ ୪.୮୭ କିଲୋମିଟର ପ୍ରତି ସେକେଣ୍ଡ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ସେହିପରି ପୃଥିବୀ ନିକଟ ଦେଇ ଗତି କରିବାକୁ ଥିବା ଅନ୍ୟ ୪ କ୍ଷୁଦ୍ର ଗ୍ରହ ହେଉଛି, ‘୨୦୧୫ଏଚ୍‌ଏମ୍‌୧’, ‘୨୦୨୪ଟିପି୧୭’, ‘୨୦୨୪ ଟିଆର୍‌୬’ ଏବଂ ‘୨୦୨୧ ୟୁଇ୨’। ଏହି ୪ କ୍ଷୁଦ୍ର ଗ୍ରହ ପୃଥିବୀଠାରୁ ୪୫ରୁ ୫୬ ଲକ୍ଷ କିଲୋମିଟର ଦୂରତାରେ ଅତିକ୍ରମ କରିବେ। ଏମାନଙ୍କର ବ୍ୟାସ ୩୦ରୁ ୯୨ ମିଟର ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri