କେନ୍ଦୁଝରରୁ ୧୯ କିଲୋ ହାତୀ ଦାନ୍ତ ଜବତ, ୩ ଗିରଫ

କେନ୍ଦୁଝର ୧ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଚଢ଼ାଉ କରାଯାଇ ହରିଚନ୍ଦନପୁର ଥାନା ଅଞ୍ଚଳରୁ ୩ ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ପ୍ରାୟ ୧୯ କେଜି ଓଜନର ୧୪ଟି ହାତୀ ଦାନ୍ତ, ଗୋଟିଏ କାର(ଓଡି୨୨ଏନ୮୫୨୪), ମୋବାଇଲ ଫୋନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ଘଟଗାଁ ବ୍ଲକ ସାନ୍ତରାପୁର, ଅନ୍ୟ ଜଣେ ଭଦ୍ରକ ଓ ଅନ୍ୟ ଜଣଙ୍କ ଘର ଯାଜପୁର ଜିଲାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୀର୍ଘଦୀନ ଧରି ଏହି ଗ୍ୟାଙ୍ଗ କେନ୍ଦୁଝର ଜିଲାରେ ସକ୍ରୀୟ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ପ୍ରକାଶ ଯେ, ଏକ କାରରେ ହାତୀଦାନ୍ତ ଚାଲାଣ ହେଉଥିବା ଖବର ପାଇ ଆନନ୍ଦପୁର ଡିଏଫ୍‌ଓ (ୱାଇଲ୍ଡ ଲାଇଫ) ଅଜିତ୍‌ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍କାର୍ଡ ଉକ୍ତ ଗାଡିର ପିଛା କରିଥିଲେ। ସେମାନେ ପିଟାପିଟି ନିକଟରୁ ଖସି ସିଙ୍ଗବିଲା ଜଙ୍ଗଲ ଦେଇ ପଳାଇ ଯାଇଥିଲେ । ସେମାନଙ୍କୁ ବନ ବିଭାଗ କର୍ମଚାରୀ ପୁଣି ପିଛା କରି ବାୟାପିଟା ଗ୍ରାମ ନିକଟରୁ ଧରିବାରେ ସଫଳ ହୋଇଥିଲେ।
ଏ ନେଇ ଡିଏଫ୍‌ଓ ଶତପଥୀ କହିଛନ୍ତି, ଅଭିଯୁକ୍ତଙ୍କ ସଠିକ୍‌ ପରିଚୟ ମିଳିନାହିଁ । ଯେଉଁ ନାମ ସେମାନେ କହୁଛନ୍ତି ବିଶ୍ୱାସେଯାଗ୍ୟ ହେଉନାହିଁ । ଏଣୁ ସେମାନଙ୍କ ଅସଲି ପରିଚୟ ମିଳିଯିବ । ସେମାନେ ଦାନ୍ତ ଆଣି କିଣାବିକା କରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିବ । ଏହା ପଛରେ ବଡ ଧରଣର ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ...

ଲେଖାଶ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରତାପ

ବାଲେଶ୍ୱର,୧୦।୫(ମାନସ ବିଶ୍ୱାଳ): ଓଡ଼ିଶାରେ ଦୀର୍ଘ ୨୫ବର୍ଷ ଧରି ବିଜେଡି ଭ୍ରଷ୍ଟାଚାର ଓ ଦୁର୍ନୀତି କରିଆସୁଥିବା ଅଭିଯୋଗ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ଭାଜପା ରାଜ୍ୟ...

ମୋରମ,ମାଟି ଚାଲାଣକାରୀ ସକ୍ରିୟ

ମୋରଡ଼ା,୧୦ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ବେଆଇନ ମାଟି ଓ଼ ମୋରମ ଚାଲାଣକାରୀ ସକ୍ରିୟ ହୋଇ ପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ମାଟି ଓ଼ ମୋରମ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ରଥଯାତ୍ରା ବେଳେ ଖୋଲିପାରେ ରତ୍ନଭଣ୍ଡାର

ପୁରୀ,୧୦ା୫(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ...

୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ଖୋର୍ଦ୍ଧା,୧୦ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀ ଏବେ ପ୍ରଚାରକୁ ଜୋରଦାର...

ଚାଷଜମିରେ ପହଞ୍ଚୁନି ପାଣି, ଚାଷୀ ନିରାଶ

ନିରାକାରପୁର,୧୦ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଚାଷ ଓ ଚାଷୀଙ୍କ ଉନ୍ନତ୍ତି ସରକାର ବିଭନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ...

ନଡ଼ିଆ ଗଛରେ ଅଜଣା ରୋଗ

କଣାସ,୧୦ା୫(ବିଭୂତି ଭୂଷଣ ତ୍ରିପାଠୀ): ଅର୍ଥକରୀ ଫସଲ ନଡ଼ିଆ ଗଛରେ ଅଜଣା ରୋଗ ଲାଗି ରହିଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ବିଶେଷକରି ଚିଲିକା ଉପକୂଳ ଦୋଛିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri