ଚର୍ଚ୍ଚା ସାଉଁଟୁଛି ଓଡିଆ ଫିଚର ଫିଲ୍ମ ଗୁରୁଜୀ ନମସ୍କାର: ବିଭିନ୍ନ ପ୍ରତିଷ୍ଠିତ ଫିଲ୍ମ ଉତ୍ସବରେ ମିଳିଛି ଶ୍ରେଷ୍ଠ ସମ୍ମାନ

ଲୋଇସିଂହା,୩ା୧୨(ସୁଶାନ୍ତ ବାରିକ) ଓଡିଆ ଫିଚର ଫିଲ୍ମ ଗୁରୁଜୀ ନମସ୍କାର ଅଦ୍ୟାବଧି ରିଲିଜ ହୋଇନାହିଁ। କିନ୍ତୁ ଏହାପୂର୍ବରୁ ଦେଶର ବିଭିନ୍ନ ପ୍ରତିଷ୍ଠିତ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହୋଇ ଗୋଟିଏ ପରେ ଗୋଟିଏ ଆୱାର୍ଡ ବିଜୟୀ ହୋଇ ଓଡିଆ ସିନେମା ଜଗତକୁ ଗର୍ବିତ କରିଛି। ଦ ଅଣ୍ଡରଗ୍ରାଡ୍ସ ପ୍ରଡକ୍ସନ ହାଉସ ଅଧୀନରେ ନିର୍ମିତ ଏହି ଫିଲ୍ମ ରାଷ୍ଟ୍ରୀୟସ୍ତରରେ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ଯୁବ ଲେଖକ ତଥା ପ୍ରୟୋଜକ ସଙ୍କେତ ତ୍ରିପାଠୀଙ୍କ ଦ୍ୱାରା ଓଡିଆ ଫିଚର ଫିଲ୍ମ ଗୁରୁଜୀ ନମସ୍କାର ପ୍ରସ୍ତୁତ ହୋଇଛି।
ଜଣେ ଶିକ୍ଷକ ଓ ତାଙ୍କ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଭାବପୂର୍ଣ୍ଣ ଓ ପରିବର୍ତ୍ତନଶୀଳ ସମ୍ପର୍କକୁ ଆଧାର କରି ଏହି ଫିଲ୍ମ ତିଆରି ହୋଇଛି। ଏଥିରେ ଗ୍ରାମୀଣ ସ୍କୁଲର ଛୋଟ ଛୋଟ ପରିବର୍ତ୍ତନ କିପରି ବଡ ସାମାଜିକ ପରିବର୍ତ୍ତନର ଦ୍ୱାର ଖୋଲିପାରେ ଏପରି ଏକ କାହାଣୀ ଫିଲ୍ମରେ ଚମକତ୍ାର ସନ୍ଦେଶ ଦେଇଛି।

ନଭେମ୍ବର ୨୨ ତାରିଖରେ କୋଲକାତା ଗ୍ଲୋବାଲ ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡସ୍‌(ଜିଆଇଏଫଏଫଏ)ବେଷ୍ଟ ଫିଚର ଫିଲ୍ମ ସମ୍ମାନ ଓ ଫିଲ୍ମ ନିର୍ଦ୍ଦେଶକ ଜିତେନ୍ଦ୍ରୀୟ ପଧାନଙ୍କୁ ବେଷ୍ଟ ନିର୍ଦ୍ଦେଶକ ସମ୍ମାନ ମିଳିଛି। ସେହିପରି ନଭେମ୍ବର ୭ରେ କାଶୀ ଇନ୍‌ଡିଆନ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାଡସ୍‌ରେ (କେଆଇଏଫଏଫଏ) ବେଷ୍ଟ ଚିଲଡ୍ରେନ ଫିଚର ଫିଲ୍ମ ଓ ବେଷ୍ଟ ନେଗେଟିଭ ଆକ୍ଟର ଭାବେ ସୁକୁମାର ଟୁଡୁଙ୍କୁ ସମ୍ମାନିତ କରାଯାଇଛି।
ଏହାପୂର୍ବରୁ ଅକ୍ଟୋବର ୧୨ରେ ମୁମ୍ବାଇ ଇଣ୍ଟର ନ୍ୟାଶନାଲ ଫିଲ୍ମ ଆୱାର୍ଡସ୍‌ -୨୦୨୫(ଏମ୍‌ଆଇଏଫଏ)ରେ ବେଷ୍ଟ ଫିଚର ଫିଲ୍ମ ଅଫ ଦ ଇୟର ସମ୍ମାନ ଅର୍ଜନ କରି ଏହି ଫିଲ୍ମ ଚର୍ଚ୍ଚାକୁ ଆସିଥିଲା। ୟଶପାଲ ଶର୍ମା,ସୀମା ବିଶ୍ୱାସ, ଗୋବିନ୍ଦ ପାଣ୍ଡେ,ରଘୁବୀର ଯାଦବ ଓ ଶ୍ରୀକାନ୍ତ ବର୍ମା ପରି ଦେଶର ଅଭିନେତ୍ରୀ ଅଭିନେତା ଓ ନାଟ୍ୟକାରଙ୍କ ଦ୍ୱାରା ପ୍ରଶଂସା ମିଳିଛି। ଫିଲ୍ମରେ ଅମନ ସୁକୁମାର ଟୁଡୁ ଓ ଶ୍ରୀବାଶୀଂ ସେନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri