ଓଡ଼ିଆରେ ହେବ ଓସିଏସ୍‌ ପରୀକ୍ଷା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ଯେଉଁ ପ୍ରାର୍ଥୀମାନେ ଚାହିଁବେ ସମସ୍ତ ବିଷୟକୁ ଓଡ଼ିଆରେ ପରୀକ୍ଷା ଦେଇପାରିବେ। ତେବେ ଯେଉଁ ପ୍ରାର୍ଥୀମାନେ ଚାହିଁବେ ସେମାନେ ଇଂଲିଶ ଭାଷାରେ ପରୀକ୍ଷା ଦେଇପାରିବେ। ସାକ୍ଷାତ୍‌କାର ମଧ୍ୟ ଓଡ଼ିଆ ଏବଂ ଇଂଲିଶରେ ହେବ। ଶୁକ୍ରବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସେସ୍‌(କମ୍ବାଇନ୍‌ଡ କମ୍ପିଟିଟିଭ ରିକୁ୍ର୍ୟଟମେଣ୍ଟ ଏକ୍‌ଜାମିନେଶନ) ରୁଲ୍‌ସ-୧୯୯୧କୁ ସଂଶୋଧନ କରି ଓଡ଼ିଶା ସିଭିଲ ସର୍ଭିସେସ୍‌(ଓଡ଼ିଆ ଭାଷା ମାଧ୍ୟମରେ ପରୀକ୍ଷା ପଦ୍ଧତି) ନିୟମାବଳୀ-୨୦୨୨ କାର୍ଯ୍ୟକାରୀ କରିଛନ୍ତି। ଚଳିତ ପଦ୍ଧତି ଅନୁଯାୟୀ ପ୍ରାର୍ଥୀମାନେ କେବଳ ଇଂଲିଶ ଭାଷାରେ ଉତ୍ତର ଦେଇଥାଆନ୍ତି। ଏହାଛଡ଼ା ସାକ୍ଷାତ୍‌କାର ମଧ୍ୟ ଇଂଲିଶରେ ହୋଇଥାଏ। ଏବେ ଉପରୋକ୍ତ ପରିବର୍ତ୍ତନ ଅଣାଯାଇଛି। ଯେଉଁ ପ୍ରାର୍ଥୀମାନେ ଇଂଲିଶରେ ଉତ୍ତର ଦେବାକୁ କିମ୍ବା ସାକ୍ଷାତ୍‌କାର ଦେବାକୁ ଚାହିଁବେ ସେମାନେ ଆବେଦନ ସମୟରେ ଉଲ୍ଲେଖ କରିପାରିବେ। ଓଡ଼ିଆ ଭାଷାର ବିକାଶ ତଥା ଗ୍ରାମାଞ୍ଚଳ ପିଲାଙ୍କର ସିଭିଲ ସର୍ଭିସେସ୍‌ ପରୀକ୍ଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଏଥିସହିତ ପରୀକ୍ଷା ପାଇଁ ଆଉ ୨ଟି ଇଚ୍ଛାଧୀନ ବିଷୟ(ଅପ୍ସନାଲ ସବ୍‌ଜେକ୍ଟ) ରହିବ ନାହିଁ। ପରୀକ୍ଷାର୍ଥୀମାନେ କେବଳ ଗୋଟିଏ ଇଚ୍ଛାଧୀନ ବିଷୟ ବାଛିବେ। ସିଭିଲ ସର୍ଭିସେସ୍‌ ପରୀକ୍ଷା ପାଇଁ ଦିଆଯାଇଥିବା ଏକାଧିକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପୂର୍ବରୁ ଲିଖିତ ଓ ମୌଖିକ ପରୀକ୍ଷାକୁ ମିଶାଇ ମୋଟ ୨୨୫୦ ମାର୍କର ପରୀକ୍ଷା ହେଉଥିଲା। ଏହାକୁ ସଂଶୋଧନ କରାଯାଇଛି। ଏଣିକି ସାକ୍ଷାତ୍‌କାର(ଇଣ୍ଟରଭ୍ୟୁ)କୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା କରାଯିବ। ସେଥିରେ ଲିଖିତ ପରୀକ୍ଷା ୧୭୫୦ ଓ ସାକ୍ଷାତ୍‌କାର ପାଇଁ ୨୫୦ ମାର୍କ ରହିବ। ଏହି ପରୀକ୍ଷାରେ ପୂର୍ବରୁ ଇଂଲିଶ ପ୍ରବନ୍ଧ ଲିଖନ ବାଧ୍ୟତାମୂଳକ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ପରୀକ୍ଷାର୍ଥୀମାନେ ଇଂଲିଶ କିମ୍ବା ଓଡ଼ିଆରେ ୨୫୦ ମାର୍କର ଗୋଟିଏ ପ୍ରବନ୍ଧ ଲେଖିପାରିବେ। ଏହି ପରୀକ୍ଷା ଦେଉଥିବା ସାଧାରଣ ବର୍ଗ ଏବଂ ସାମାଜିକ ଓ ଆର୍ଥତ୍କ ପଛୁଆ ବର୍ଗ(ଏସ୍‌ଇବିସି) ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଖୁସି ଖବର। ରାଜ୍ୟ ସରକାର ଏହି ଦୁଇ ବର୍ଗର ପ୍ରାର୍ଥୀଙ୍କ ଲାଗି ପରୀକ୍ଷା ଦେବା ସୁଯୋଗକୁ କୋହଳ କରିଛନ୍ତି। ଏହି ବର୍ଗର ଆଶାୟୀ ପ୍ରାର୍ଥୀ କେତେଥର ପରୀକ୍ଷା ଦେଇପାରିବେ ସେନେଇ ମଧ୍ୟ ନିୟମାବଳୀରେ ସଂଶୋଧନ କରାଯାଇଛି। ପୂର୍ବରୁ ଅଣସଂରକ୍ଷିତ ବର୍ଗ(ୟୁଆର)ର ପ୍ରାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ୪ଟି ସୁଯୋଗ ମିଳୁଥିଲା। ଏବେ ଏହିି ବର୍ଗର ପ୍ରାର୍ଥୀମାନେ ୬ ଥର ପରୀକ୍ଷା ଦେଇପାରିବେ। ସେହିପରି ଏସ୍‌ଇବିସି ପ୍ରାର୍ଥୀ ୭ ଥର ପରୀକ୍ଷା ଦେଉଥିଲେ । ଏବେ ୯ ଥର ଦେଇପାରିବେ। ଏସ୍‌ସି/ଏସ୍‌ଟି ବର୍ଗର ଆଶାୟୀମାନେ ପୂର୍ବଭଳି ଯେତେଥର ଚାହିଁବେ ଏହି ପରୀକ୍ଷା ଦେଇପାରିବେ। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?