ଓଡ଼ିଆରେ ହେବ ଓସିଏସ୍‌ ପରୀକ୍ଷା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ଯେଉଁ ପ୍ରାର୍ଥୀମାନେ ଚାହିଁବେ ସମସ୍ତ ବିଷୟକୁ ଓଡ଼ିଆରେ ପରୀକ୍ଷା ଦେଇପାରିବେ। ତେବେ ଯେଉଁ ପ୍ରାର୍ଥୀମାନେ ଚାହିଁବେ ସେମାନେ ଇଂଲିଶ ଭାଷାରେ ପରୀକ୍ଷା ଦେଇପାରିବେ। ସାକ୍ଷାତ୍‌କାର ମଧ୍ୟ ଓଡ଼ିଆ ଏବଂ ଇଂଲିଶରେ ହେବ। ଶୁକ୍ରବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସେସ୍‌(କମ୍ବାଇନ୍‌ଡ କମ୍ପିଟିଟିଭ ରିକୁ୍ର୍ୟଟମେଣ୍ଟ ଏକ୍‌ଜାମିନେଶନ) ରୁଲ୍‌ସ-୧୯୯୧କୁ ସଂଶୋଧନ କରି ଓଡ଼ିଶା ସିଭିଲ ସର୍ଭିସେସ୍‌(ଓଡ଼ିଆ ଭାଷା ମାଧ୍ୟମରେ ପରୀକ୍ଷା ପଦ୍ଧତି) ନିୟମାବଳୀ-୨୦୨୨ କାର୍ଯ୍ୟକାରୀ କରିଛନ୍ତି। ଚଳିତ ପଦ୍ଧତି ଅନୁଯାୟୀ ପ୍ରାର୍ଥୀମାନେ କେବଳ ଇଂଲିଶ ଭାଷାରେ ଉତ୍ତର ଦେଇଥାଆନ୍ତି। ଏହାଛଡ଼ା ସାକ୍ଷାତ୍‌କାର ମଧ୍ୟ ଇଂଲିଶରେ ହୋଇଥାଏ। ଏବେ ଉପରୋକ୍ତ ପରିବର୍ତ୍ତନ ଅଣାଯାଇଛି। ଯେଉଁ ପ୍ରାର୍ଥୀମାନେ ଇଂଲିଶରେ ଉତ୍ତର ଦେବାକୁ କିମ୍ବା ସାକ୍ଷାତ୍‌କାର ଦେବାକୁ ଚାହିଁବେ ସେମାନେ ଆବେଦନ ସମୟରେ ଉଲ୍ଲେଖ କରିପାରିବେ। ଓଡ଼ିଆ ଭାଷାର ବିକାଶ ତଥା ଗ୍ରାମାଞ୍ଚଳ ପିଲାଙ୍କର ସିଭିଲ ସର୍ଭିସେସ୍‌ ପରୀକ୍ଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଏଥିସହିତ ପରୀକ୍ଷା ପାଇଁ ଆଉ ୨ଟି ଇଚ୍ଛାଧୀନ ବିଷୟ(ଅପ୍ସନାଲ ସବ୍‌ଜେକ୍ଟ) ରହିବ ନାହିଁ। ପରୀକ୍ଷାର୍ଥୀମାନେ କେବଳ ଗୋଟିଏ ଇଚ୍ଛାଧୀନ ବିଷୟ ବାଛିବେ। ସିଭିଲ ସର୍ଭିସେସ୍‌ ପରୀକ୍ଷା ପାଇଁ ଦିଆଯାଇଥିବା ଏକାଧିକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପୂର୍ବରୁ ଲିଖିତ ଓ ମୌଖିକ ପରୀକ୍ଷାକୁ ମିଶାଇ ମୋଟ ୨୨୫୦ ମାର୍କର ପରୀକ୍ଷା ହେଉଥିଲା। ଏହାକୁ ସଂଶୋଧନ କରାଯାଇଛି। ଏଣିକି ସାକ୍ଷାତ୍‌କାର(ଇଣ୍ଟରଭ୍ୟୁ)କୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା କରାଯିବ। ସେଥିରେ ଲିଖିତ ପରୀକ୍ଷା ୧୭୫୦ ଓ ସାକ୍ଷାତ୍‌କାର ପାଇଁ ୨୫୦ ମାର୍କ ରହିବ। ଏହି ପରୀକ୍ଷାରେ ପୂର୍ବରୁ ଇଂଲିଶ ପ୍ରବନ୍ଧ ଲିଖନ ବାଧ୍ୟତାମୂଳକ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ପରୀକ୍ଷାର୍ଥୀମାନେ ଇଂଲିଶ କିମ୍ବା ଓଡ଼ିଆରେ ୨୫୦ ମାର୍କର ଗୋଟିଏ ପ୍ରବନ୍ଧ ଲେଖିପାରିବେ। ଏହି ପରୀକ୍ଷା ଦେଉଥିବା ସାଧାରଣ ବର୍ଗ ଏବଂ ସାମାଜିକ ଓ ଆର୍ଥତ୍କ ପଛୁଆ ବର୍ଗ(ଏସ୍‌ଇବିସି) ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଖୁସି ଖବର। ରାଜ୍ୟ ସରକାର ଏହି ଦୁଇ ବର୍ଗର ପ୍ରାର୍ଥୀଙ୍କ ଲାଗି ପରୀକ୍ଷା ଦେବା ସୁଯୋଗକୁ କୋହଳ କରିଛନ୍ତି। ଏହି ବର୍ଗର ଆଶାୟୀ ପ୍ରାର୍ଥୀ କେତେଥର ପରୀକ୍ଷା ଦେଇପାରିବେ ସେନେଇ ମଧ୍ୟ ନିୟମାବଳୀରେ ସଂଶୋଧନ କରାଯାଇଛି। ପୂର୍ବରୁ ଅଣସଂରକ୍ଷିତ ବର୍ଗ(ୟୁଆର)ର ପ୍ରାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ୪ଟି ସୁଯୋଗ ମିଳୁଥିଲା। ଏବେ ଏହିି ବର୍ଗର ପ୍ରାର୍ଥୀମାନେ ୬ ଥର ପରୀକ୍ଷା ଦେଇପାରିବେ। ସେହିପରି ଏସ୍‌ଇବିସି ପ୍ରାର୍ଥୀ ୭ ଥର ପରୀକ୍ଷା ଦେଉଥିଲେ । ଏବେ ୯ ଥର ଦେଇପାରିବେ। ଏସ୍‌ସି/ଏସ୍‌ଟି ବର୍ଗର ଆଶାୟୀମାନେ ପୂର୍ବଭଳି ଯେତେଥର ଚାହିଁବେ ଏହି ପରୀକ୍ଷା ଦେଇପାରିବେ। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାନଗା ରେଳ ଦୁର୍ଘଟଣ: ୨ ରେଳ କର୍ମଚାରୀଙ୍କୁ ନୋଟିସ 

ବାଲେଶ୍ୱର,୯।୭: ବାହାନଗା ରେଳ ଦୁର୍ଘଟଣା  ଘଟଣାରେ ରବିବାର ସିବିଆଇରେ ହାଜର ପାଇଁ ଦୁଇ ରେଳ କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି । ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ...

ଅଗଷ୍ଟ ୨ରେ ଭୁବନେଶ୍ୱରରେ ‘ଇଣ୍ଡିଆନ ଆଇଡଲ’ ଅଡିଶନ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ ଏଥର ସିଜନ୍‌ ୧୧ସହ ପୁଣିଥରେ ଫେରିବାକୁ ଯାଉଛି। ସୋନି ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନ ଦ୍ୱାରା ପ୍ରସାରିତ...

କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ପ୍ରତିବାଦରେ କଳାବ୍ୟାଜ୍‌ ପିନ୍ଧିଲେ

ବାରିପଦା ଅଫିସ,୨୨ା୧: ମୟୂରଭଞ୍ଜ ଭାଜପା ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ଶୁକ୍ରବାର ନିଜ କାର୍ଯ୍ୟାଳୟକୁ ଡାକି...

ଚଳିତବର୍ଷ ୪ କୋଟିରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର ଜବତ

କଟକ ଅଫିସ,୭।୧୦:ଚଳିତବର୍ଷ କଟକ ସହରାଞ୍ଚଳ ପୋଲିସ ମୋଟ୍‌ ୪ କିଲୋ ୬୪୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୪କୋଟି ୬୪ ଲକ୍ଷ...

ନାବାଳିକାଙ୍କୁ ଅସଦାଚରଣ: ଅଭିଯୋଗ, ଯୁବକ ଗିରଫ

ଆଳି, ୫।୧୨ (ଡି.ଏନ୍‌.ଏ.): ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ବାଳକାଟି ଅଞ୍ଚଳର ହରିଶ୍ଚନ୍ଦ୍ର ଦାସଙ୍କ ପୁଅ ଲିଟୁଙ୍କୁ ଗିରଫ...

ଦୁର୍ଘଟଣା ପରେ ବଦଳିଲା ଟ୍ରେନ୍‌ ଗତିପଥ

କଟକ ଅଫିସ,୧୬।୧: କଟକ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଲାଇନଚ୍ୟୁତ ହୋଇଛି। ୮ଟି ବଗି ଲାଇନଚ୍ୟୁତ...

ଡ. ଅଚ୍ୟୁତ ସାମନ୍ତଙ୍କୁ ‘ନାଗରିକ ସମ୍ବର୍ଦ୍ଧନା’

ଭୁବନେଶ୍ୱର,୧୫।୯(ବ୍ୟୁରୋ): କିସ୍‌ ବିଶ୍ୱବିଦ୍ୟାଳୟକୁ ନିକଟରେ ବିଶ୍ୱର ସର୍ବଶ୍ରେଷ୍ଠ ୟୁନେସ୍କୋ ସାକ୍ଷରତା ପୁରସ୍କାର ମିଳିଛି। ଏ ନେଇ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ...

ବନ୍ଦ ହେଲା କୁଲଡ଼ିହା ଅଭୟାରଣ୍ୟ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ ପ୍ରକୃତିର ଗନ୍ତାଘର କୁଲଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ...

Advertisement
Archives

Model This Week