ପ୍ରକାଶ ପାଇଲା ଓସିଏସ୍‌ ପରୀକ୍ଷାଫଳ

କଟକ ଅଫିସ, ୮ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା(ଓସିଏସ୍‌) ୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ମୋଟ୍‌ ୩୯୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪୪ ଜଣ ପୁଅ ଓ ୧୪୮ ଜଣ ଝିଅ ରହିଛନ୍ତି। ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ପରୀକ୍ଷାର୍ଥୀ ଥିବାବେଳେ ପ୍ରଥମ ତିନୋଟି ସ୍ଥାନରେ ମହିଳା ଅଛନ୍ତି। ତେଜସ୍ବିନୀ ବେହେରା ଓସିଏସ୍‌ ଟପ୍ପର ହୋଇଛନ୍ତି ା ସେହିପରି ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାଶ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ ରହିଛନ୍ତି। ଏଥିସହ ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମରେ ଦେବବ୍ରତ ମହାରଣା, ଷଷ୍ଠରେ ଅଭିସ୍ମିତା ତିୱାରୀ, ସପ୍ତମରେ ଶୁଭଶ୍ରୀ ରଥ, ଅଷ୍ଟମରେ ଶ୍ରୀତପା ମିଶ୍ର, ନବମରେ ବିବେକାନନ୍ଦ ଷଡ଼ଙ୍ଗୀ ଓ ଦଶମ ସ୍ଥାନରେ ତପତି ରାଜ ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଲିଷ୍ଟ ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ଏହି ୱେବ୍‌ସାଇଟ୍‌ (www.opsc.gov.in)କୁ ଯାଇ ନିଜର ରେଜଲ୍ଟ ଦେଖିପାରିବେ।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ୭୧,୪୮୫ ଜଣ ଆବେଦନ କରିଥିଲେ। ଏଥିମଧ୍ୟରୁ ୩୬,୨୯୨ ଜଣ ଗତବର୍ଷ ଅଗଷ୍ଟ ୨୭ରେ ପ୍ରିଲିମ୍‌ ପରୀକ୍ଷା ଦେଇଥିଲେ। ଏଥିରେ ୪୭୫୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୫୫୧ ଜଣ ମହିଳା ଥିଲେ। ଓଡ଼ିଶା ସିଭିଲ ସର୍ଭିସ ୨୦୨୦ର ମେନ୍‌ ଲିଖିତ ପରୀକ୍ଷା ଗତ ଜାନୁୟାରୀ ୨୦ରୁ ଫେବୃୟାରୀ ୮ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୮୪୮ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ଏହା ମଧ୍ୟରୁ ୭୮୫ ପରୀକ୍ଷାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପାଇଁ ଗତମାସ ୧୯ରୁ ୩୦ ତାରିଖ ମଧ୍ୟରେ କଟକସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟକୁ ଡକାଯାଇଥିଲା।
ଟପ୍ପରଙ୍କ ମୁହଁରୁ…
ପ୍ରଥମ ଆଟେମ୍ପ୍‌ଟରେ ଟପ୍ପର ହୋଇଛି। ଏଥିପାଇଁ ଖୁବ୍‌ ଖୁସି ଅଛି। ଲିଷ୍ଟରେ ନଁା ରହିବ ବୋଲି ନିଶ୍ଚିତ ଥିଲି। ହେଲେ ପ୍ରଥମ ହେବି ବୋଲି ଭାବି ନ ଥିଲି।
-ତେଜସ୍ବିନୀ ବେହେରା, ଓସିଏସ୍‌ ଟପ୍ପର
୨୦୧୯ରେ ପ୍ରଥମେ ଓଏଏସ୍‌ ପରୀକ୍ଷା ଦେଇଥିଲି, କିନ୍ତୁ ପ୍ରିଲିମ୍‌ରୁ କଟିଥିଲି। ସେବେ ପରୀକ୍ଷା ବିଷୟରେ ଭଲ ଭାବେ ଜାଣି ନ ଥିଲି। ଦିଗ୍‌ଦର୍ଶନ ଦେବାକୁ ସେତେବେଳ ଭଲ ମେଣ୍ଟର ବି ମିଳି ନଥିଲେ। ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟ କରୁଥିଲି। ଏହି ପରୀକ୍ଷା ପାଇଁ ଚାକିରି ଛାଡ଼ିଥିଲି। ଏହାପରେ ପରୀକ୍ଷା ପାଇଁ ଲାଗିପଡିଥିଲି ା ଦ୍ୱିତୀୟ ଆଟେମ୍ପ୍‌ଟରେ କୃତକାର୍ଯ୍ୟ ହୋଇଛି। ଏଥିପାଇଁ ମୋ ପରିବାର ଲୋକେ ମୋତେ ବହୁତ ସହାୟତା କରିଛନ୍ତି ା କଠିନ ପରିଶ୍ରମ ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିଛି।
-ଶୁଭଙ୍କରୀ ସୁଦେଷ୍ଣା ଦାଶ
ରେଜଲ୍ଟ ଭଲ ହେବ ବୋଲି ନିଶ୍ଚିତ ଥିଲି। କିନ୍ତୁ ତୃତୀୟ ସ୍ଥାନରେ ରହିବି ବୋଲି ଭାବି ନ ଥିଲି। ଏହା ମୋର ପ୍ରଥମ ଆଟେମ୍ପ୍‌ଟ ଥିଲା। ବୁର୍ଲାରୁ ଇଞ୍ଜିନିୟରିଂ ପରେ ଏବେ ମୁଁ ପିଏଚ୍‌.ଡି. କରୁଛି। କଠିନ ପରିଶ୍ରମ କରିବା ଆବଶ୍ୟକ ା ସଫଳତା ନ ମିଳିଲେ ବି କେବେ ଭାଙ୍ଗି ପଡିବା ଉଚିତ ନୁହେଁ। ପ୍ରୟାସ ଜାରି ରଖିବା ଦରକାର। ଏହି ସଫଳତାର ଶ୍ରେୟ ପରିବାର ଲୋକଙ୍କୁ ଦେଉଛି।
-ଅନନ୍ୟା ସୃଷ୍ଟି ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?