ଜଳିବାକୁ ଅମଙ୍ଗ ରାବଣ; କର୍ମଚାରୀ ଦଣ୍ଡିତ

ରାୟପୁର,୮।୧୦: ବେଶ୍‌ ଆନନ୍ଦ ଉଲ୍ଲାସରେ ଦେଶବ୍ୟାପୀ ଦଶହରା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାବଣପୋଡ଼ି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯେଉଁଥିରେ ଲଙ୍କେଶ୍ୱରଙ୍କ ଦଶ ମୁଣ୍ଡ ବିଶିଷ୍ଟ କୁଶ ପୁତ୍ତଳିକାରେ ଅଗ୍ନି ସଂଯୋଗ କରାଯାଏ। କିନ୍ତୁ ଚଳିତବର୍ଷ ଛତିଶଗଡ଼ର ଧାମତରିରେ ଏହି କାର୍ଯ୍ୟକ୍ରମ ଅଧାରେ ରହିଯାଇଛି। ଗତ ବୁଧବାର ଧାମତରି ମ୍ୟୁନିସିପାଲିଟି ପକ୍ଷରୁ କରାଯାଇଥିବା ରାବଣପୋଡ଼ି। ପାରମ୍ପରିକ ରୀତିନୀତି ଅନୁସାରେ ଧନୁସର ମାରି ରାବଣ ପୁତ୍ତଳିକାରେ ନିଆଁ ଲଗାଇବାର କିଛି କ୍ଷଣ ମଧ୍ୟରେ ତାଙ୍କ ଶରୀର ଜଳିଯାଇଥିଲା। ହେଲେ ୧୦ଟି ଯାକ ମୁଣ୍ଡ ଅପୋଡ଼ା ରହିଯାଇଥିଲା। ସତେ ଯେମିତି ରାବଣ ଜଳିବାକୁ ଅମଙ୍ଗ ହୋଇଥିଲେ, ଯାହାର ପରିଣତି ମ୍ୟୁନିସିପାଲିଟି କର୍ମଚାରୀ ଓ ଅଧିକାରୀଙ୍କୁ ଭୋଗିବାକୁ ପଡ଼ିଥିଲା।
ସୂଚନାନୁସାରେ କାର୍ଯ୍ୟରେ ଅବହେଳା ନେଇ ଧାମତରି ନଗରପାଳିକା କିରାଣି ରାଜେନ୍ଦ୍ର ଯାଦବଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ୪ ଅଫିସର ଆସିଷ୍ଟାଣ୍ଟ ଇଞ୍ଜିନିୟର୍‌ ବିଜୟ ମେହେର, ସବ୍‌ ଇଞ୍ଜିନିୟର୍‌ ଲୋମାସ ଦଓ୍ବେନ୍‌ଗନ୍‌, କାମଲେଶ ଠାକୁର ଏବଂ କାମତା ନଗେନ୍ଦ୍ରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ରାବଣପୋଡ଼ି କାର୍ଯ୍ୟକ୍ରମରେ ଏ ପ୍ରକାର ବିଘ୍ନ ଦ୍ୱାରା ଧାମତରି ନଗରପାଳିକାର ଛବି କଳଙ୍କିତ ହୋଇଥିବା ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି। ନଗରପାଳିକା କମିଶନର ବିଜୟ କୁମାର ଛୁଟିରେ ଥିବା କାରଣରୁ ରାଜେଶ ପଦମଓ୍ବାର ମାମଲାର ଯାଞ୍ଚ କରୁଛନ୍ତି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଟାନ ନିଆଯାଇଥିବା ସହ ଏ ନେଇ ଖର୍ଚ୍ଚ ନେଇ ହୋଇଥିବା ବିଲ୍‌ ପୈଠ କରାଯିବ ନାହିଁ ବୋଲି ଧାମତରି ମେୟର କହିଛନ୍ତି। ଲଘୁଚାପ କାରଣରୁ ଦଶହରା ସମୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିଲା। ଏଥିଯୋଗୁ କିଛି ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ବର୍ଷାରେ ଓଦା ହୋଇଯିବା କାରଣରୁ ରାବଣ ଦରପୋଡ଼ା ହୋଇ ରହିଥିବାର ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri