ପୋଲ ଆଗରେ ଜବରଦଖଲ, ଜଳ ନିଷ୍କାସନରେ ବାଧା

ବୋଲଗଡ଼,୧୨।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ବାଙ୍କୋଇ -ସାଗରଗୁଆ ପୂର୍ତ୍ତ ରାସ୍ତା ମଝିରେ ଥିବା ଏକ ପୋଲ ନିକଟରେ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ଜବରଦଖଲ ଜାଗାରେ ଉକ୍ତ ବ୍ୟକ୍ତି ଗୋଟିଏ ଘର ନିର୍ମାଣ କରିବା ଯୋଗୁ ଗହୀର ଜଳ ନିଷ୍କାସନ ନ ହୋଇ ଜମା ହୋଇରହୁଛି। ଏହାଦ୍ୱାରା ରାସ୍ତା ପାର୍ଶ୍ୱରେ ଥିବା ଚାଷୀଙ୍କ ଜମିକୁ ପାଣି ଯାଇପାରୁ ନ ଥିବାରୁ ଚାଷ କାର୍ଯ୍ୟ ହୋଇ ନ ପାରି ଧାନଫସଲ ବ୍ୟାପକ କ୍ଷତି ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଉତ୍ତ୍ୟକ୍ତ ହୋଇ ରବିବାର ଉକ୍ତ ରାସ୍ତାକୁ ଆସି ଅବରୋଧ କରିଥିଲେ। ଖବରପାଇ ତହସିଲଦାର ଘଟଣାସ୍ଥଳକୁ ଆସି ଚାଷୀମାନଙ୍କ ସହ ଆଲୋଚନା କରି ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
ଅନୁଯାୟୀ, ବାଙ୍କୋଇ ରାଜସ୍ବ ସର୍କଲର ରାମଚନ୍ଦ୍ରପୁର ମୌଜାର ଚାଷଜମିର ଜଳ ନିଷ୍କାସନ ପାଇଁ ବାଙ୍କୋଇ -ସାଗରଗୁଆ ରାସ୍ତାରେ ଦୀର୍ଘ ବର୍ଷ ହେବ ୪ଟି ପୋଲ ନିର୍ମାଣ ହୋଇଥିଲା। ହେଲେ ଜଣେ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି କିଛିଦିନ ହେବ ଗୋଟିଏ ପୋଲକୁ ଅବରୋଧ କରି ଜଳ ନିଷ୍କାସନ ପଥ ସମ୍ମୁଖରେ ଘର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଏହି କାର୍ଯ୍ୟ ପାଇଁ ଅନୁମତି ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯଦି ଅନୁମତି ମିଳିଥାଏ, ତେବେ ଉକ୍ତ ନିର୍ମାଣକୁ ତହସିଲ କର୍ମଚାରୀ କିଭଳି ମଞ୍ଜୁରୀ ଦେଇଛନ୍ତି ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। କାରଣ ଏହି ନିର୍ମାଣ ଯୋଗୁ ବର୍ଷାଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ଶତାଧିକ ଚାଷୀଙ୍କ ଜମିରୁ ଜଳ ନିଷ୍କାସନ ନ ହୋଇ ପାଣି ଜମି ରହୁଛି। ଫଳରେ ଧାନ ଫସଲ ନଷ୍ଟ ହେଉଥିବା ନେଇ ବାଙ୍କୋଇ ଗ୍ରାମର ଚାଷୀ ପ୍ରଦୀପ ପଟ୍ଟନାୟକ, ଡୁନା ପଟ୍ଟନାୟକ, କେଶବ ଫତେସିଂହ, ଜଟାଧାରୀ ଲେଙ୍କା ଓ ହାଡିବନ୍ଧୁ ପରିଡା ପ୍ରମୁଖ ଚାଷୀ କହିଛନ୍ତି। ତେଣୁ ଏହାର ପ୍ରତିବାଦରେ ରବିବାର ଶତାଧିକ ଚାଷୀ ସୁନାଖଳା-ଭାପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ତହସିଲଦାର ସନ୍ତୋଷିନୀ ଦାସ ପହଞ୍ଚତ୍ ଚାଷୀଙ୍କ ସହ କଥାହୋଇ ସୋମବାର ସେହି ପୋଲ ନିକଟରେ ତିଆରି ହେଉଥିବା ଘରର ସରଜମିନ ତଦନ୍ତ କରି ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?