କଖାରୁଣୀ-ଚହଳିବାଙ୍କ ପାଟନାଳୀ ତଳପଡ଼ାରେ ଅବରୋଧ

ପଟ୍ଟାମୁଣ୍ଡାଇ,୨୩।୮ (ଅକ୍ଷୟ ବିଶ୍ୱାଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀଠାରୁ ଯାଇଥିବା ପାଟନାଳୀ ତଳପଡ଼ା ସ୍ଲୁଇସ ଗେଟ ନିକଟରେ ଅବରୋଧ କରାଯାଇଛି। ଫଳରେ ଶତାଧିକ ଏକର ଧାନ ଫସଲ ପଚି ନଷ୍ଟ ହେଉଛି। ଏ ନେଇ ଗ୍ରାମବାସୀ ଡ୍ରେନେଜ କଟ୍‌ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବରୋଧ ହଟା ଯାଉନାହିଁ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଲଘୁଚାପ ପ୍ରଭାବ ବର୍ଷା ଓ କେନାଲ ପାଣି ତଳକୁ ନ ଯାଇ ଜମାଟ ହୋଇ ଜମିରେ ଲହଡି ମାରୁଛି। ଫଳରେ ଚାଷ ଜମିରୁ ବର୍ଷାପାଣି ନିଷ୍କାସିତ ହୋଇପାରୁନାହିଁ।
ଚାଷୀ ରଞ୍ଜିତ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ପଞ୍ଚାୟତର ଓସଙ୍ଗରା, ତଳପଡା ଓ ଖଡିଅଣ୍ଟା ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରେନେଜ କଟ ବିଭାଗର ଅପାରଗତା ପାଇଁ ଜମିରେ ପଡିଥିବା ତଳି ପଚି ଯିବାକୁ ବସିଲାଣି। ଡ୍ରେନେଜ ବିଭାଗର ବେପରୁଆ କାର୍ଯ୍ୟ ଓ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀମାନଙ୍କ ହିତରେ ଲାଗି ପାରୁନାହିଁ। ଯଦି ଏପରି ଲାଗି ରହେ ତେବେ ଖାଲୁଆ ଜମିରେ ରୁଆ ଯାଇଥିବା ଧାନ ତଳି ପାଣିରେ ନଷ୍ଟ ହୋଇଯିବାର ସମ୍ଭାବନା ଦେଖା ଦେଇଛି। ସାମାଜିକ କର୍ମୀ ନରେଶ ଜେନା କହିଛନ୍ତି, ୨୦୨୧ରେ କଖାରୁଣି କୋଟମୁଣ୍ଡରୁ ତଳପଡା ପର୍ଯ୍ୟନ୍ତ ଡ୍ରେନେଜ କଟ ବିଭାଗ ପକ୍ଷରୁ ୧ କୋଟି ୨୩ ଲକ୍ଷ ଟଙ୍କାର ଏକ ଜଳ ନିଷ୍କାସନ ପଥ ନିର୍ମାଣ କାମ ହୋଇଥିଲା। ମାତ୍ର ତାହା ଏବେ କୌଣସି କାର୍ଯ୍ୟରେ ଲାଗୁ ନ ଥିବା ବେଳେ ଶତାଧିକ ହେକ୍ଟର ଚାଷଜମିରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଦେଷିଆ ପାଖରେ ସ୍ଲୁଇସ୍‌ ଗେଟ ଭାଙ୍ଗିଥିବା ଯୋଗୁ ଚାଷ ଜମିରେ ପାଣି ଜମି ରହିଛି। ଫଳରେ ରୁଆତଳି ନଷ୍ଟ ହୋଇଯାଇଛି। କୃଷି ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ସହ ନାଳର ଭାଙ୍ଗି ପଡିଥିବା ଗେଟ୍‌ ମରାମତି ଲାଗି ଗଁାର ସନ୍ତୋଷ ପ୍ରଧାନ, ବିଘ୍ନେଶ୍ୱର ପ୍ରଧାନ, ବୌଷ୍ଣବ ଚରଣ ଦାସ, ବିଜୟ କୁମାର ମଲ୍ଲିକ, କାଙ୍ଗାଳୀ ଦାସ, ଅଭୟ ମଲ୍ଲିକ, ରାଜେଶ ବାରିକ, ଉମେଶ ଦାସ, ସତ୍ୟବାନ ପ୍ରଧାନ, ସଂଗ୍ରାମ କେଶରୀ ଭଳ, ଭରତ ସାହୁ ଦାବି କରିଛନ୍ତି। ସେମାନେ ଏ ସମ୍ପର୍କରେ ଡ୍ରେନେଜ କଟ୍‌ ସହକାରୀ ଯନ୍ତ୍ରୀ ନିହାରରଞ୍ଜନ ରାଉତରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଡ୍ରେନେଜ କଟ୍‌ ସହକାରୀ ଯନ୍ତ୍ରୀ ରାଉତରାୟଙ୍କୁ ପଚାରିବାରେ ୪ ମାସ ହେବ ସ୍ଲୁଇସ ଗେଟ ଲୁହାରଡକୁ କେହି ଦୁର୍ବୃତ୍ତ କାଟି ନେଇ ଯାଇଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହଁି। ବର୍ଷା ଜଳ ଓ କେନାଲ ପାଣି ନିଷ୍କାସନ ହୋଇ ନ ପାରିବାରୁ ପାଟ ନାଳୀ ରେ ୭ ଫୁଟର ପାଣି ଜମି ରହିଛି, ଧାନ ବିଲ ସବୁ ବୁଡ଼ି ଯାଇଛି। ଫଳରେ ଧାନ ଫସଲ ପଚିବାକୁ ଆରମ୍ଭ କଲାଣି। ଏ ବାବଦରେ ଅଭିଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି, ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?