ଡିଫେନ୍ସ ରୋଡ୍‌ ନିର୍ମାଣରେ ବାଧକ ଜବରଦଖଲ

 

ବାଲେଶ୍ୱର ଅଫିସ,୧୪।୮- ବାଲେଶ୍ୱର ସହର ପୂର୍ବରୁ ଥିବା କୁରୁଡ଼ା ସ୍ଥିତ ଜ୍ୟୋତି ହସ୍‌ପିଟାଲଠାରୁ ପାତ୍ରପଡ଼ା ପର୍ଯ୍ୟନ୍ତ (୯.୨ କି.ମି.) ପ୍ରତିରକ୍ଷା ବିଭାଗ ଦ୍ୱାରା ଏକ ସ୍ବତନ୍ତ୍ର ବାଇପାସ୍‌ ରାସ୍ତା ଚାନ୍ଦିପୁର ସ୍ଥିତ ଆଇଟିଆର୍‌ (ସମନ୍ବିତ ପରୀକ୍ଷା ପରିସର)କୁ ନିର୍ମାଣ କରାଯାଉଛି। ଏହି ରାସ୍ତାରେ ଫ୍ଲାଏ ଓଭରବ୍ରିଜ୍‌, ଦୁଇଟି ଜଙ୍କସନ୍‌ ସମେତ ଦୁଇଟି ବାଇପାସ୍‌ ରୋଡ୍‌ ନିର୍ମାଣ ହେବ। ରାସ୍ତାର ଓସାର ୩୫ ଫୁଟ୍‌ ବିଶିଷ୍ଟ ହେଉଥିବା ବେଳେ ୱାନ୍‌ ୱେ ରାସ୍ତା ସହ ଦୁଇ ପାର୍ଶ୍ୱରେ ଡ୍ରେନ୍‌ ଓ ମଝିରେ ବିଦ୍ୟୁତ୍‌କରଣ ଓ ଆଧୁନିକ କରିଡରରେ ରାସ୍ତା ନିର୍ମାଣ ପାଇଁ ଡିଆର୍‌ଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ) ପକ୍ଷରୁ ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬କୋଟି ଟଙ୍କା ମଞ୍ଜୁର ହୋଇଛି। ଏକ ଜାତୀୟସ୍ତରୀୟ ନିର୍ମାଣ କମ୍ପାନୀ ଏହି କାର୍ଯ୍ୟର ଦାୟିତ୍ୱ ନେଇଥିବା ବେଳେ ଜବରଦଖଲରେ ରହିଥିବା କେତେକ ଅଞ୍ଚଳ ସେମାନଙ୍କ ପାଇଁ ବାଧକ ସାଜିଛି।
ବାଲେଶ୍ୱର ସହର ତାମୁଳିଆ ଗେଟ୍‌ଠାରେ ରେଳ ଲାଇନ୍‌ ଯାଇଛି। ଏହି ରେଳ ଲାଇନ୍‌ ଉପରେ ଫ୍ଲାଏ ଓଭରବ୍ରିଜ୍‌ ମଧ୍ୟ କରାଯାଇଛି। ଉକ୍ତ ଡିଫେନ୍ସ ରୋଡ୍‌ ନିର୍ମାଣ ପାଇଁ ରେଳ ଲାଇନ୍‌ର ଉତ୍ତରପାର୍ଶ୍ୱ ଦେଇ କଞ୍ଚାମାଲ ଯିବାକୁ ସୁଯୋଗ ଥିବାବେଳେ ଉକ୍ତ ଅଞ୍ଚଳରେ କେତେକ ଜବରଦଖଲକାରୀ ରହିଆସୁଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇପାରୁନି। ଜବରଦଖଲ ଉଚ୍ଛେଦ କରିବା ପାଇଁ ଡିଆର୍‌ଡିଓ ପକ୍ଷରୁ ଜିଲାପାଳ ତଥା ବନବିଭାଗ ଅଧିକାରୀଙ୍କୁ ଲିଖିତ ଜଣାଯାଇଛି। ଏଥିସହିତ ରେମୁଣା ଓ ସଦର ତହସିଲଦାର, କୁରୁଡ଼ା ଆର୍‌ଆଇ ମିଳିତ ସର୍ଭେ କରିଛନ୍ତି। ରାସ୍ତା ନିର୍ମାଣ ହେବାକୁ ଥିବା ବ୍ୟକ୍ତିଗତ ଜମି ମାଲିକଙ୍କୁ ଡିଆର୍‌ଡିଓ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେଇଥିବା ବେଳେ ଜବରଦଖଲକାରୀଙ୍କୁ ସରକାରୀ ଜମିରୁ ଉଠିବା ପାଇଁ ନୋଟିସ୍‌ ହୋଇଛି। ସରକାରୀ ଜମିଗୁଡ଼ିକରେ ବଡ଼ ବଡ଼ ଗଛ ଥିବାରୁ ଉକ୍ତ ଗଛକୁ କାଟିବା ପାଇଁ ବନବିଭାଗକୁ ଅନୁମତି ମଗାଯାଇଛି। ଏସବୁ କାମ ଠିକ୍‌ ସମୟରେ ନ ହେବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ହେବାରେ ବିଳମ୍ବ ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଲୋକମାନେ ରାସ୍ତା ନିର୍ମାଣକୁ ନେଇ ଆଶାବାଦୀ ଥିବାବେଳେ କାମ ଠିକ୍‌ ଭାବେ ହେଉ ନ ଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ କାମ ଶେଷ ହେବା ପାଇଁ ଆସନ୍ତା ଅକ୍ଟୋବର ୨୦୨୧ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ଏଯାଏଁ ମାତ୍ର ୧୦ଭାଗ କାମ ଆରମ୍ଭ ହୋଇଛି। ଜବରଦଖଲ ଉଚ୍ଛେଦ କରିବା ସହ ନିର୍ମାଣଧୀନ ରାସ୍ତାରୁ ଗଛ ନ ହଟାଇଲେ କାର୍ଯ୍ୟ ସମ୍ଭବ ହୋଇପାରୁ ନ ଥିବା ଉକ୍ତ ରାସ୍ତା ନିର୍ମାଣ ପ୍ରକଳ୍ପର ମ୍ୟାନେଜର ସିଏମ୍‌ ସତୀଶ ଶାହା ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ ହେଲେ ସହରକୁ ଏକ ଆଧୁନିକ ବାଇପାସ୍‌ ମିଳିଯିବ। ଚାନ୍ଦିପୁର ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ରାସ୍ତା ହେବ। ଏ ସମ୍ପର୍କରେ ରେମୁଣା ତହସିଲଦାର ଚାର୍ଲସ ନାୟକ କୁହନ୍ତି, ଗତ ୨୦୦୭ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଏନ୍‌ଜିଓ ଦ୍ୱାରା ସର୍ଭେ କରାଯାଇଥିଲା। ଏଥିରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲୋକଙ୍କର ସମସ୍ତ ତଥ୍ୟ ରହିଛି। ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଆଇଟିଆର୍‌ କର୍ତ୍ତୃପକ୍ଷ ଲିଖିତ ଜଣାଇଛନ୍ତି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ସଦର ତହସିଲଦାର, ଅତିରିକ୍ତ ଜିଲାପାଳ ଏବଂ ଜିଲାପାଳଙ୍କ ସହ ବାରମ୍ବାର ଆଲୋଚନା ଜାରି ରହିଛି। ଖୁବ୍‌ଶୀଘ୍ର ଜବରଦଖଲ ଉଚ୍ଛେଦ କରାଯିବା ସହ ଉକ୍ତ ଡିଫେନ୍ସ ରୋଡ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri