କ୍ୟାଟ୍ରିନାଙ୍କ ଲୁକ୍‌ ଦେଖି ପାକିସ୍ତାନୀ ପ୍ରଶଂସକ ଲେଖିଲେ ଏମିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଆଜିକାଲି ତାଙ୍କ ଅପ୍‌ଡେଟ୍‌ ହରର କମେଡି ଫିଲ୍ମ ‘ଫୋନ୍‌ ଭୂତ୍‌’କୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି। ତାଙ୍କର ଏହି ଫିଲ୍ମ ଆସନ୍ତା ନଭେମ୍ବର ୪ରେ ହଲ୍‌ରେ ରିଲିଜ ହେବାକୁ ଯାଉଛି। ଏଥିପାଇଁ କ୍ୟାଟ୍ରିନା ପ୍ରତି ପ୍ଲାଟ୍‌ଫର୍ମରେ ଫିଲ୍ମର ପ୍ରଚାର ପ୍ରସାର କରୁଛନ୍ତି। କ୍ୟାଟ୍ରିନା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କିଛି ନୂଆ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି।

କ୍ୟାଟ୍ରିନାଙ୍କ ଏହି ଲୁକ୍‌ ତାଙ୍କର ଆଗାମୀ ଫିଲ୍ମ ‘ଫୋନ୍‌ ଭୂତ୍‌’ରେ ଦେଖିବାକୁ ମିଳିବ। ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଏହି ଲୁକ୍‌ର ଫଟୋ ଛାଇଯାଇଛି। ପ୍ରଶଂସକମାନେ ତାଙ୍କର ଏହି ଫଟୋରେ ଲଗାତର କମେଣ୍ଟ ଦେଇଚାଲିଛନ୍ତି। ତାଙ୍କର ଏହି ନୂଆ ଲୁକ୍‌ର ପ୍ରଶଂସା କରୁଛନ୍ତି। ଏଥିମଧ୍ୟରେ ଜଣେ ପାକିସ୍ତାନୀ ପ୍ରଶଂସକ ବି ଅଛନ୍ତି। ଏହି ପ୍ରଶଂସକ ଜଣକ କ୍ୟାଟ୍ରିନାଙ୍କ ପାଇଁ ହୃଦୟଛୁଆଁ କମେଣ୍ଟଟି ଦେଇଛନ୍ତି। ସେ ଲେଖିଛନ୍ତି, ‘ପାକିସ୍ତାନର ଆହୁରି ଅଧିକ ପ୍ରେମ’। ମାତ୍ର ୪ ଘଣ୍ଟା ପୂର୍ବରୁ କ୍ୟାଟ୍‌ ଏହି ଫଟୋଟି ଶେୟାର କରିଛନ୍ତି। ଏତିକି ସମୟ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଏହାକୁ ୧୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

‘ଫୋନ୍‌ଭୂତ’ରେ କ୍ୟାଟ୍ରିନା ଇଶାନ ଖଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନାରେ ପହଞ୍ଚିଲେ ରାଜୁଙ୍କ ସ୍ତ୍ରୀ-ବନ୍ଧୁ; ଫୋନ ଯୋଗେ କଥା ହେଲେ ଯୋଗୀ

ବମ୍ବେ: କାଲି ଦୁନିଆକୁ ହସାଉଥିବା ଲୋକ ଆଜି ଜୀବନ ମରଣ ସହ କରୁଛି ସଂଘର୍ଷ। କେତେବେଳେ କ’ଣ ହେବ କୁହାଯାଇ ନ ପାରେ। ଆମେ କହୁଛୁ...

ଦିୟା ମିର୍ଜା ‘ତୁମ୍‌ସା ନେହିଁ ଦେଖା’ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିଜର ନିୟନ୍ତ୍ରଣ…

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ସୋମବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ...

ସମ୍ବଲପୁରୀ ଶାଢ଼ି ପିନ୍ଧି ଏମିତି କହିଲେ ଅଭିନେତ୍ରୀ ବିଦ୍ୟା ବାଲାନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ଏବେ ସମ୍ବଲପୁରୀ ଶାଢ଼ି ପ୍ରେମରେ ପଡ଼ିଛନ୍ତି। ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋଶନ ଅବସରରେ ଏକ ସ୍ବତନ୍ତ୍ର ସମ୍ବଲପୁରୀ ଶାଢ଼ି...

ବିବାହ ବାର୍ଷିକୀରେ ରୋମାଣ୍ଟିକ୍‌ ହେଲେ ଅନୁଷ୍କା-ବିରାଟ

ବମ୍ବେ: ଦୁଇ ବର୍ଷ ତଳେ ଠିକ୍‌ ଆଜିର ଦିନରେ ହାତକୁ ଦୁଇହାତ ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରେମିକ ତଥା କ୍ରିକେଟର ବିରାଟ କୋହଲିଙ୍କ ହାତ...

ମାନବ ସେବା ପାଇଁ ଛାଡିଥିଲେ ବଲିଉଡ୍‌, ଏବେ ବିବାହ କଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଜାୟରା ୱାସିମଙ୍କ ପରେ ବିଗ ବସ ପ୍ରତିଯୋଗୀ ତଥା ବଲିଉଡ ଅଭିନେତ୍ରୀ ସନା ଖାନ ଅଭିନୟ ବଲିଉଡ୍‌ ଛାଡିଥିଲେ। ମାନବ ସେବା କରିବା ପାଇଁ...

ଆସନ୍ତା ବର୍ଷ ରିଲିଜ ହେବ ଚିରଞ୍ଜିବଙ୍କ ଫିଲ୍ମ ‘ଭୋଳା ଶଙ୍କର’

ଚେନ୍ନାଇ: ସାଉଥର ମେଗାଷ୍ଟାର ଚିରଞ୍ଜିବଙ୍କୁ ସମସ୍ତେ ଜାଣନ୍ତି । ସେ ତାଙ୍କ କ୍ୟାରିୟରରେ ଦର୍ଶକଙ୍କୁ ବହୁତ ହିଟ ଫିଲ୍ମ ଭେଟି ଦେଇଛନ୍ତି । ଏହାରି ଭିତରେ...

ଏହି କାରଣ ପାଇଁ ଜାନୁୟାରୀ ୨୬ରେ ରିଲିଜ୍‌ ହେବ ‘ୱାର୍‌ ୨’

ମୁମ୍ବାଇ: ଫିଲ୍ମ ‘ୱାର୍‌ ୨’କୁ ନେଇ ନିର୍ମାତା ଆଦିତ୍ୟ ଚୋପ୍ରା କିଛି ମାସ ତଳେ ଏକ ଘୋଷଣା କରିଥିଲେ। ଯେଉଁଥିରେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ସହ...

ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା

ହିନ୍ଦୀ ସିନେମାର ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇଠାରୁ ୮୦ କିଲୋମିଟର ଦୂରରେ ଥିବା କରଜତ ଅଞ୍ଚଳରେ ନିର୍ମିିତ ଏନଡି ଷ୍ଟୁଡିଓରେ...

Advertisement
Archives

Model This Week