ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ବଦଳିଲେ ପ୍ରଧାନଶିକ୍ଷକ

ବାଲେଶ୍ୱର ଅଫିସ, ୧୨।୫: ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ନିଧିପଡ଼ା ଆଶ୍ରମ ବିଦ୍ୟାଳୟ (ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ)ର ଜଣେ ସେବିକାଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ ହେବା ପରେ ଗ୍ରାମ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଉକ୍ତ ଆଶ୍ରମ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷକ ରାଜୀବ ଲୋଚନ ପାତ୍ରଙ୍କୁ ବଦଳି କରାଯାଇଛି। ବଦଳି ଆଦେଶକୁ ରଦ୍ଦ କରିବା ପାଇଁ ପ୍ରଧାନଶିକ୍ଷକ ପାତ୍ର ସଂଘର ଆଶ୍ରୟ ନେଇଥିବା ଜଣାପଡ଼ିଛି।
ସେବାଶ୍ରମର ଜଣେ ସେବିକାଙ୍କ ଅଶ୍ଳୀଳ ଭିଡିିଓ ପ୍ରଘଟ ହୋଇଥିଲା। ଏହାକୁ ନେଇ ମହିଳାଜଣକ ଥାନାରେ ଅଭିଯୋଗ କରିବା ପରେ ଭିଡିଓ ଭାଇରାଲ କରିଥିବା ଯୁବକଜଣକ ଜେଲ ଯାଇଛନ୍ତି। ଗ୍ରାମବାସୀ ବିଦ୍ୟାଳୟରେ ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ବିଶ୍ୱଦର୍ଶୀ ସାହୁଙ୍କ ସମେତ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ଅବଗତ କରାଇଥିଲେ। ଘଟଣାର ତଦନ୍ତ କରାଯାଇ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିଡବ୍ଲ୍ୟୁଓ ଚିଠି (ନଂ. ୬୦/୪ା୫ା୨୦୨୨)ରେ ପ୍ରଧାନଶିକ୍ଷକ ପାତ୍ରଙ୍କୁ ବାଲିଆପାଳସ୍ଥିତ ଦେଉଳା ଆଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଛି। କିନ୍ତୁ ପ୍ରଧାନଶିକ୍ଷକ ପାତ୍ର ଅଧିକାରୀଙ୍କ ଆଦେଶକୁ ଅବମାନନା କରି ବଦଳି ସ୍ଥାନକୁ ଯାଉ ନ ଥିବା ଜଣାପଡ଼ିଛି। ସେହିପରି ପୂର୍ବରୁ ଗତ ୨୦୧୯ ନଭେମ୍ବରରେ ସଦର ବ୍ଲକ ହସନପୁର ଆଶ୍ରମ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ପାତ୍ର କାର୍ଯ୍ୟରତ ଥିବାବେଳେ ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ ନାମରେ ବିଭିନ୍ନ ପ୍ରକାର ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ତତ୍କାଳୀନ ଡିଡବ୍ଲ୍ୟୁଓ ରାଜୀବ କୁମାର ସାହୁ, ସଦର ଡିବ୍ଲ୍ୟୁଇଓ ହେମାଙ୍ଗିନି ଅଗସ୍ତିଙ୍କ ରିପୋର୍ଟ ଅନୁଯାୟୀ ତାଙ୍କୁ ବଣଭୂମି ହାଇସ୍କୁଲକୁ ବଦଳି କରାଯାଇଥିଲା। ପରେ ତାଙ୍କର ଏହି ନିର୍ଦ୍ଦେଶକୁ ପରିବର୍ତ୍ତନ କରାଯାଇ ନିଧିପଡ଼ା ଆଶ୍ରମ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଥିଲା। ଏନେଇ ନିଧିପଡ଼ା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜୀବ ଲୋଚନ ପାତ୍ର କହନ୍ତି, ଆଶ୍ରମର ସେବିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଦିନ ସେ ଛୁଟିରେ ଥିଲେ। ତାଙ୍କର ଏଭଳି କାର୍ଯ୍ୟରେ କୌଣସି ସମ୍ପୃକ୍ତି ନାହଁି। କେତେକ ଖଳପ୍ରକୃତିର ଲୋକ ଆଶ୍ରମରୁ ମୋଟାଅଙ୍କର ଚାନ୍ଦା ମାଗିବା, ରାଜନୈତିକ ଲୋକଙ୍କ ନାମ ଧରି ଧମକଚମକ ଦେଇଆସୁଥିଲେ। ତାଙ୍କ ସହିତ ସାଲିଶ ନ କରିବାରୁ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ପ୍ରକାଶ କରିଛନ୍ତି।
ଡିଡବ୍ଲ୍ୟୁଓ ବିଶ୍ୱଦର୍ଶୀ ସାହୁ କହନ୍ତି, ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପଦକ୍ଷେପ ନିଆଯାଇଛି। ସେବିକାଙ୍କ ଅଶ୍ଳୀଳ ଭିଡ଼ିଓ ମାମଲାରେ ତଦନ୍ତ ଜାରି ରହିଛି। ପୋଲିସ୍‌ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଥର ଆବେଦନ ପରେ ବି ମିଳିଲାନି ଭତ୍ତା

ଖଇରା,୯।୫(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ଅଧୀନ ଶାଳଗଡ଼ିଆ ପାଇକସାହି ଗ୍ରାମର ଭାମା ନାଇକଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେଉଛି।...

୩ ମହଲାରୁ ଖସି ଯୁବକଙ୍କ ଜୀବନ ଗଲା : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭଦ୍ରକ ଅଫିସ,୩୦ା୫: ସ୍ଥାନୀୟ ନୂଆବଜାରସ୍ଥିତ ଏକ ନର୍ସିଂହୋମ୍‌ରେ ସୁଇପର ଭାବେ କାମ କରୁଥିବା ମହେଶ୍ୱର ଦାସ(୩୫)ଙ୍କ କୌଣସି କାରଣରୁ ୩ ମହଲାରୁ ଖସିପଡ଼ି ମୃତ୍ୟୁ ଘଟିଛି।...

ଭଙ୍ଗା ଘରେ ଚାଲିଛି ବିଏସଏନଏଲ କାର୍ଯ୍ୟାଳୟ: ଅଫିସ କାର୍ଯ୍ୟ ବାଧାପ୍ରାପ୍ତ

ତେଲକୋଇ, ୨୦।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବିଏସଏନଏଲ ସେବା ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ହେଲାଣି ବନ୍ଦ ଅବସ୍ଥାରେ ରହିଛି । ଏଥିଯୋଗୁଁ ବିଭିନ୍ନ କାର୍ଯ୍ୟାଳୟରେ...

ନୀଳଗିରିକୁ ଚାଲିବ ପାସେଞ୍ଜର ଟ୍ରେନ୍‌, ରେଳ ଅଧିକାରୀଙ୍କ ସର୍ଭେ ଆରମ୍ଭ

ସଜନାଗଡ଼, ୬।୯(ଡି.ଏନ.ଏ.)-ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଲାଗି ବାରମ୍ବାର ଦାବି ହୋଇଆସୁଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ...

ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍‌ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର  ହୋଇଉଠିଛି। ଏହି ସମୟ...

ଚିଙ୍ଗୁଡି ମାଫିଆଙ୍କ କବଳରେ ଶତାଧିକ ଏକର ସରକାରୀ ଜମି

ବାଲିଆପାଳ, ୨୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅନ୍ତର୍ଗତ ଜମ୍ଭୀରାଇ, ପଞ୍ଚୁପାଲି ଓ ବୋଳଂ ଆଦି ପଞ୍ଚାୟତର ଶହ ଶହ ଏକର ସରକାରୀ ଗୋଚର ଚାରଣ ଜମି,...

ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା: ମାଷ୍ଟରମାଇଣ୍ଡ ଗିରଫ

ବାଲେଶ୍ୱର,୨୭ା୭(ମାନସ ବିଶ୍ୱାଳ): ଓଏସ୍‌ଏସ୍‌ସି ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ମାଷ୍ଟରମାଇଣ୍ଡଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ବାଲେଶ୍ୱର ପୋଲିସ। ମାଷ୍ଟରମାଇଣ୍ଡ ସମେତ...

ନୀଳମଣି କଲେଜରେ ଛାତ୍ର ଅଶାନ୍ତି

ରୂପ୍‌ସା, ୨୨ା୯(ଡ଼ି ଏନ ଏ)-ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ନୀଳମଣି ମହାବିଦ୍ୟାଳୟରେ ଶନିବାର ଛାତ୍ର ଅଶାନ୍ତି ଦେଖାଦେଇଛି। ମହାବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଛାତ୍ରୀଛାତ୍ରଙ୍କ...

Advertisement
Archives

Model This Week