‘କରୋନାରୁ ମୁକ୍ତ ପରେ ବି ନିୟମ ମାନନ୍ତୁ’

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ପରିବେଶକୁ ସଫାସୁତୁରା ରଖିବା ଆବଶ୍ୟକ। କାରଣ କୋଭିଡ୍‌ର ଭୟ ଏବେ ବି ଯାଇନି। ଯେଉଁମାନେ କୋଭିଡ୍‌ରେ ଆକ୍ରାନ୍ତ ହୁଅନ୍ତି ସେମାନେ ଅତ୍ୟନ୍ତ ଅବଶ ହୋଇପଡ଼ନ୍ତି। ତେଣୁ ଆରୋଗ୍ୟ ହେବା ପରେ ଦିନକୁ ୪ରୁ ୫ଥର କମ୍‌ କମ୍‌ କରି ଖାଦ୍ୟ ଖାଇବେ। ଖାଦ୍ୟରେ ଭିଟାମିନ୍‌, ପ୍ରୋଟିନ୍‌ ଅଂଶ ସହିତ ବିଭିନ୍ନ ଖାଦ୍ୟସାର ଯଥେଷ୍ଟ ରହିବା ଦରକାର। ଫଳରେ ସେମାନଙ୍କର ଅବଶ ଦୂର ହୋଇଯିବ ଓ ସେମାନେ ନିଶ୍ଚିତ ଭାବେ ସୁସ୍ଥ ଅନୁଭବ କରିବେ। ଆରୋଗ୍ୟ ହେବା ପରେ ୨ରୁ ୪ ସପ୍ତାହ ମଧ୍ୟରେ ସେମାନେ ତାଙ୍କର ପୂର୍ବ ସାଧାରଣ ଜୀବନଶୈଳୀକୁ ଫେରିପାଇବେ ବୋଲି କଟକ ଏସ୍‌ସିବିର ମେଡିସିନ୍‌ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା କହିଛନ୍ତି। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପରାମର୍ଶ ସମ୍ବନ୍ଧୀୟ ଖବରଦାତା ସମ୍ମିଳନୀରେ ଡା. ପଣ୍ଡା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଆରୋଗ୍ୟ ହେବା ପରେ ଅନେକ ରୋଗୀଙ୍କର ନାକ ବନ୍ଦ ହେବା, କାଶ, ମୁଣ୍ଡ ବିନ୍ଧା, ଛାତି ଯନ୍ତ୍ରଣା, ଧଇଁସଇଁ ହେବା ଭଳି ଲକ୍ଷଣ ଲାଗିରହେ। କାରଣ ଏହି ଭୂତାଣୁ ଆମର ଶ୍ୱାସନଳୀକୁ ଆକ୍ରାନ୍ତ କରିଥାଏ। ନାକ, ଗଳା ଓ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରେ। ତେଣୁ ସେମାନେ ଡାକ୍ତରଙ୍କୁ ପରାମର୍ଶ କରିବା ସହିତ ବ୍ୟାୟାମ ଓ ଯୋଗ କରିବା ଉଚିତ। କରୋନା ସଙ୍କଟ ସମୟରେ ଯୋଗ ଚିକିତ୍ସା ଭଳି କାମ କରୁଛି। ଆଜିର ଦିନରେ ସମଗ୍ର ବିଶ୍ୱରେ ଯୋଗକୁ ଗ୍ରହଣ କରାଯାଉଛି। ଯୋଗ ମାଧ୍ୟମରେ ଆଭ୍ୟନ୍ତରୀଣ ଅଙ୍ଗ ବ୍ୟାୟାମ ହୋଇପାରୁଛି। ତେଣୁ ସୁସ୍ଥ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି ଡା. ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?