‘କରୋନାରୁ ମୁକ୍ତ ପରେ ବି ନିୟମ ମାନନ୍ତୁ’

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ପରିବେଶକୁ ସଫାସୁତୁରା ରଖିବା ଆବଶ୍ୟକ। କାରଣ କୋଭିଡ୍‌ର ଭୟ ଏବେ ବି ଯାଇନି। ଯେଉଁମାନେ କୋଭିଡ୍‌ରେ ଆକ୍ରାନ୍ତ ହୁଅନ୍ତି ସେମାନେ ଅତ୍ୟନ୍ତ ଅବଶ ହୋଇପଡ଼ନ୍ତି। ତେଣୁ ଆରୋଗ୍ୟ ହେବା ପରେ ଦିନକୁ ୪ରୁ ୫ଥର କମ୍‌ କମ୍‌ କରି ଖାଦ୍ୟ ଖାଇବେ। ଖାଦ୍ୟରେ ଭିଟାମିନ୍‌, ପ୍ରୋଟିନ୍‌ ଅଂଶ ସହିତ ବିଭିନ୍ନ ଖାଦ୍ୟସାର ଯଥେଷ୍ଟ ରହିବା ଦରକାର। ଫଳରେ ସେମାନଙ୍କର ଅବଶ ଦୂର ହୋଇଯିବ ଓ ସେମାନେ ନିଶ୍ଚିତ ଭାବେ ସୁସ୍ଥ ଅନୁଭବ କରିବେ। ଆରୋଗ୍ୟ ହେବା ପରେ ୨ରୁ ୪ ସପ୍ତାହ ମଧ୍ୟରେ ସେମାନେ ତାଙ୍କର ପୂର୍ବ ସାଧାରଣ ଜୀବନଶୈଳୀକୁ ଫେରିପାଇବେ ବୋଲି କଟକ ଏସ୍‌ସିବିର ମେଡିସିନ୍‌ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା କହିଛନ୍ତି। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପରାମର୍ଶ ସମ୍ବନ୍ଧୀୟ ଖବରଦାତା ସମ୍ମିଳନୀରେ ଡା. ପଣ୍ଡା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଆରୋଗ୍ୟ ହେବା ପରେ ଅନେକ ରୋଗୀଙ୍କର ନାକ ବନ୍ଦ ହେବା, କାଶ, ମୁଣ୍ଡ ବିନ୍ଧା, ଛାତି ଯନ୍ତ୍ରଣା, ଧଇଁସଇଁ ହେବା ଭଳି ଲକ୍ଷଣ ଲାଗିରହେ। କାରଣ ଏହି ଭୂତାଣୁ ଆମର ଶ୍ୱାସନଳୀକୁ ଆକ୍ରାନ୍ତ କରିଥାଏ। ନାକ, ଗଳା ଓ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରେ। ତେଣୁ ସେମାନେ ଡାକ୍ତରଙ୍କୁ ପରାମର୍ଶ କରିବା ସହିତ ବ୍ୟାୟାମ ଓ ଯୋଗ କରିବା ଉଚିତ। କରୋନା ସଙ୍କଟ ସମୟରେ ଯୋଗ ଚିକିତ୍ସା ଭଳି କାମ କରୁଛି। ଆଜିର ଦିନରେ ସମଗ୍ର ବିଶ୍ୱରେ ଯୋଗକୁ ଗ୍ରହଣ କରାଯାଉଛି। ଯୋଗ ମାଧ୍ୟମରେ ଆଭ୍ୟନ୍ତରୀଣ ଅଙ୍ଗ ବ୍ୟାୟାମ ହୋଇପାରୁଛି। ତେଣୁ ସୁସ୍ଥ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି ଡା. ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri