Posted inଖେଳ

ବକ୍ସର ପରବିନଙ୍କୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୧୮ା୫ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି। ସେ ୧୨ମାସ ମଧ୍ୟରେ ୩ଥର ତାଙ୍କ ଠିକଣା ଦେବାରେ ବିଫଳ ହୋଇଥିବାରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ଓ୍ବାଡା) ଦ୍ୱାରା ସେ ସସ୍‌ପେଣ୍ଡ ହୋଇଛନ୍ତି। ଗତବର୍ଷ ଏସିଆନ ଗେମ୍ସ ବେଳେ ପରବିନ ମହିଳା ୫୭କେଜି ଓଜନ ଶ୍ରେଣୀରେ ଏକ ଅଲିମ୍ପିକ କୋଟା ହାସଲ କରିଥିଲେ। ଓ୍ବାଡା ନିୟମାନୁସାରେ ସେ ୨୦୨୨ ଏପ୍ରିଲରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କ ଠିକଣା ଦେବାରେ ବିଫଳ ହୋଇଛନ୍ତି। ଓ୍ବାଡା ତାଙ୍କୁ ୧.୫ ବର୍ଷ ସସ୍‌ପେଣ୍ଡ କରିଛି। ଚଳିତମାସରୁ ଏହା ଲାଗୁ ହେବ। ଏହାର ଅବଧି ୨୦୨୫ ନଭେମ୍ବର ପର୍ଯ୍ୟନ୍ତ ରହିବ ବୋଲି ପରବିନଙ୍କ କୋଚ୍‌ ସୁଧୀର ହୁଦା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରେଜିଷ୍ଟର୍ଡ ଟେଷ୍ଟିଂ ପୁଲ୍‌ (ଆର୍‌ଟିପି)ର ତାଲିକାଭୁକ୍ତ ଆଥ୍‌ଲେଟମାନେ କୌଣସି କାରଣରୁ ତାଙ୍କ ବାସସ୍ଥାନ ବଦଳାଇଲେ ତାହାର ସମ୍ପୂର୍ଣ୍ଣ ଠିକଣା ଅବଗତ କରାଇବାକୁ ପଡ଼ିବ। ବାସସ୍ଥାନ ପରିବର୍ତ୍ତନର କାରଣ ଏବଂ ସେଠାରେ କେତେଦିନ ବିତାଇବେ ସେ ବିଷୟରେ ମଧ୍ୟ ଜଣାଇବାକୁ ହେବ। ପରବିନଙ୍କ ମାମଲା ଲଢୁଥିବା ଓକିଲ ବିଦୁସ୍ପାତ ସିଂଘାଣିଆ କହିଛନ୍ତି, ଦଣ୍ଡକୁ ସମ୍ପୂର୍ଣ୍ଣ ହଟାଇବା ଅବା ହ୍ରାସ କରିବା ଲାଗି ସେମାନେ ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ସହ ଯୋଗାଯୋଗରେ ଅଛନ୍ତି। ପରବିନଙ୍କ ବାସନ୍ଦ ଦଣ୍ଡ ଯଦି ୧ ବର୍ଷକୁ ହ୍ରାସ କରାଯାଏ ତେବେ ସେ ଜୁଲାଇ-ଅଗଷ୍ଟରେ ହେବାକୁଥିବା ପ୍ୟାରିସ ଗେମ୍ସରେ ଭାଗ ନେବାରୁ ବଞ୍ଚତ୍ତ ହେବେ। ଅନ୍ୟପକ୍ଷରେ ୫୭କେଜି ଶ୍ରେଣୀରେ ସାନି କୋଟା ଦାବି କରିବା ଲାଗି ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସୁଦ୍ଧା କେବଳ ୪ଜଣ ବକ୍ସର କୋଟା ହାସଲ କରିବାରେ ସମର୍ଥ ହୋଇପାରିଛନ୍ତି। ସେମାନେ ହେଲେ ନିଖତ ଜରିନ (୫୦କେଜି), ପ୍ରୀତି (୫୪କେଜି), ପରବିନ (୫୭କେଜି) ଓ ଲଭଲିନା ବର୍ଗୋହେନ୍‌ (୭୫କେଜି)।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?