ଏଥର ଓଡ଼ିଆ ଭାଷାରେ ହେବ ଓଏଏସ୍‌ ପରୀକ୍ଷା

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଏଥର ଓଏଏସ୍‌ ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ତେବେ ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀମାନେ ନିଜ ମନ ମୁତାବକ ଭାଷା ବାଛି ପରୀକ୍ଷା ଦେବେ। ମେନ୍‌ ଓ ଇଣ୍ଟରଭିୟୁ ସବୁ କିଛି ପୂର୍ବରୁ ଇଂରାଜୀ ଭାଷାରେ ହେଉଥିବା ବେଳେ ଏବେ ଓଡ଼ିଆରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।

ଦୀର୍ଘଦିନର ଦାବି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସ୍‌ସିକୁ ଏନେଇ ଚିଠି ହୋଇଛି । ଏହାଫଳରେ ଅଧିକ ପରୀକ୍ଷାର୍ଥୀ ଏବେ ଓଏଏସ୍‌ ପରୀକ୍ଷା ଦେବାକୁ ଆଗ୍ରହୀ ହେବେ। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି। କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ୍‌ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନ ଥିଲା। ଯାହା ଏବେ ହେବା ପାଇଁ ନିଷ୍ପତ୍ତି ହୋଇଛି।

ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିଶନ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲେ ବି ପରୀକ୍ଷାର୍ଥୀମାନେ ଅନ୍ୟାନ୍ୟ ଭାଷାରେ ପରୀକ୍ଷା ଦେଉଥିଲେ। ଏବେ କିନ୍ତୁ ଓଡ଼ିଆରେ ଓଏଏସ୍‌ ପରୀକ୍ଷା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

୫୪୫ ପ୍ରାର୍ଥିପତ୍ର ଦାଖଲ କଲେ ଆଶାୟୀ

ବଅଁରପାଳ/ ବଇଣ୍ଡା/ ଛେଣ୍ଡିପଦା, ୧୮।୧(ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ ହୋଇଛି। ନିୟମ ଅନୁଯାୟୀ ଏହା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।...

‘କୋଭିଡ୍‌ ମୃତ୍ୟୁ ତଥ୍ୟ ଏପଟସେପଟ କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା ଆରମ୍ଭ କଲେ। ଦୈନିକ ୩୦ରୁ ୪୦ ଭିତରେ ସୀମିତ ରହୁଥିବା କୋଭିଡ୍‌...

ଖୋର୍ଦ୍ଧାରେ ବଢୁଛି ଗୋମାଂସ ଚାଲାଣ

ଖୋର୍ଦ୍ଧା ଅଫିସ,୨୪।୯: ଖୋର୍ଦ୍ଧାରୁ ଗୋମାଂସ ଚାଲାଣ ବଢିବାରେ ଲାଗିଛି। ଏଠାରୁ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶ ପ୍ରଭୃତି ବାହାର ରାଜ୍ୟକୁ ଗୋମାଂସ ଚାଲାଣ...

ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ...

ଜିଆର୍‌ଏସ୍‌ ସଂଯୁକ୍ତା ହତ୍ୟା ମାମଲା,୨ ମିଲିସିଆ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୮ା୧- ସାଧାରଣ ନିର୍ବାଚନ ବେଳେ କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏହି ଘଟଣାରେ...

କରୋନା ପରୀକ୍ଷା ଲାଗି କିଟ୍‌ ଦିଅ

ଭୁବନେଶ୍ୱର, ୨।୪(ବ୍ୟୁରୋ): ସରକାର ରାଜ୍ୟରେ କୋଭିଡ୍‌-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ନିୟମିତ ବ୍ୟବଧାନରେ ଭିଡିଓ...

ବଢୁଛି କର୍କଟ ରୋଗୀ, ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, ୨ା୮(ବ୍ୟୁରୋ): କର୍କଟ ରୋଗ ଏବେ ରାଜ୍ୟରେ ବଢ଼ିଚାଲିଛି। ଗତ ୩ ବର୍ଷର ସରକାରୀ ରିପୋର୍ଟ ଉପରେ ନଜର ପକାଇଲେ ଏକଥା ସ୍ପଷ୍ଟ ହୋଇଛି। ତେବେ...

ଜେଲ ଗଲେ ସହକାରୀ କୃଷି ନିର୍ଦ୍ଦେଶକ

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ନିଜ ଅଫିସ୍‌ର ଜଣେ ଡ୍ରାଇଭରଙ୍କଠାରୁ ଲାଞ୍ଚ ନେବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କୃଷି ବିପଣନ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ବିଜୟ...

Advertisement
Archives

Model This Week