ଜଗତ୍ସିଂହପୁର, ୩ା୯(ପ୍ରମୋଦ କୁମାର ନାୟକ)ଜଗତସିଂହପୁର ଜିଲାର ପାଖାପାଖି ୩୧,୪୬୭ ଶିଶୁ, ୨୨୮ ଦୁର୍ବଳ ଶିଶୁ, ୧୦,୩୫୧ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଥିବା ନେଇ ସରକାରୀ ଭାବେ ଦର୍ଶାଯାଉଛି। ବାସ୍ତବରେ କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଏହା ପହଞ୍ଚତ୍ପାରୁନାହିଁ। ଏହାବାଦ୍ ଖାଦ୍ୟ ପରିମାଣ ଏବଂ ମାନ କମ୍ କରାଯାଇ ବାର୍ଷିକ ଏକାଧିକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଲୁଚି ରହିଥିବା ରହସ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି।
ଅତୀତରେ ଏହି ଯୋଜନାରେ ଯୋଗାଇ ଦିଆଯାଉଥିବା ଡାଲି ଏବଂ ଚାଉଳରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ୨୦୧୧ରୁ ଛତୁଆ ଯୋଗାଇ ଆସୁଛନ୍ତି। କିନ୍ତୁ ଏଥିରେ କୌଣସି ସୁଧାର ଆସୁନାହିଁି । ଜଗତ୍ସିଂହପୁର ଜିଲାର ୮ଟି ବ୍ଲକରେ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ଏହି ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି। ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବଣ୍ଟନର ସୁବିଧା ଦୃଷ୍ଟିରୁ ଭିନ୍ନଭିନ୍ନ ରଙ୍ଗର ପ୍ୟାକେଟ୍ରେ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ଯୋଗାଇ ଦିଆଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ କେତେକ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଦ୍ ଦେଲେ ଅଧିକାଂଶ ଗୋଷ୍ଠୀର ଲାଭଖୋର ମନୋଭାବ ଯୋଗୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁି । ଛତୁଆ ପ୍ରସ୍ତୁତକାରୀ ସଂସ୍ଥାଗୁଡିକ ଓଜନରେ ଅର୍ଥାତ୍ ମାସିକ ଲକ୍ଷାଧିକ ପ୍ୟାକେଟ୍ ଛତୁଆରେ ସିଧାସଳଖ ବାଟମାରଣା କରୁଛନ୍ତି। ଏବାବଦରେ ବାର୍ଷିକ ବହୁ ଟଙ୍କାର ବାଟମାରଣା ହେଉଛି। କେବଳ ଓଜନରେ ନୁହେଁ, ଗୁଣାତ୍ମକ ମାନରେ ମଧ୍ୟ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଗହମ, ବୁଟ, ଚିନାବାଦାମ ଏବଂ ଚିନିର ଭାଗ ଠିକ୍ ରହୁନି। ସରକାରୀ ଭାବେ ଏସ୍ଏଚ୍ଜିଗୁଡ଼ିକୁ କିଲୋଗ୍ରାମ ପିଛା ୨ ଟଙ୍କା ଦରରେ ଗହମ ଯୋଗାଣ ହେଉଛି। ବଜାରରେ ଏହା ଉପଲବ୍ଧ ହେଉ ନ ଥିବା ବେଳେ ଯେଉଁଠି ମିଳୁଛି ଅଧିକ ଦରରେ ବିକ୍ରି ହେଉଛି। ଫଳରେ ଏହାର ଚାହିଦା ଅଧିକ ରହୁଛି। ଏହାର ସୁଯୋଗରେ ଗୋଷ୍ଠୀଗୁଡିକ ବର୍ଦ୍ଧିତ ଦରରେ ଗହମ ବିକି ବେଶ ଲାଭବାନ ହେଉଛନ୍ତି। ଏଥିସହ ଚିନି, ବୁଟ ଏବଂ ଚିନାବାଦାମ ବାବଦରେ ବାର୍ଷିକ ପାଖାପାଖି ଏକାଧିକ କୋଟି ଟଙ୍କାର ହେରଫେର ହେଉଛି। ଜିଲାରେ ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘ ବର୍ଷ ଧରି ଛତୁଆ ଯୋଗାଇ ଆସୁଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏହି ଏସ୍ଏଚ୍ଜି ନାମରେ ଅନେକ ପ୍ରଭାବଶାଳୀ ଲୋକ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ସେମାନେ ବିଭାଗୀୟ ଅଧିକାରୀମାନଙ୍କ ସହ ବୁଝାମଣା କରି ମନଇଚ୍ଛା କାରବାର ଚଳାଇଛନ୍ତି । ଅତୀତରେ ଜଗତ୍ସିଂହପୁର ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ। ସେମାନେ କହିଥିଲେ, ବର୍ଷାଧିକ କାଳହେବ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଛତୁଆ ଉତ୍ପାଦନ ଏବଂ ଯୋଗାଣ ଦାୟିତ୍ୱ ଦିଆଯାଇଛି। ମାତ୍ର ଏଗୁଡିକର ମାନ ନିର୍ଦ୍ଧାରଣ କିମ୍ବା ତଦାରଖ ହେଉ ନାହିଁ । କେବଳ ଛତୁଆ ଯୋଗାଉଥିବା ଏସ୍ଏଚ୍ଜିଗୁଡ଼ିକର ଅବଧି ପ୍ରତିବର୍ଷ ନବୀକରଣ କରାଯାଉଛି । ଏଥିସହ ପ୍ରତି ମାସରେ ଷ୍ଟେଟ୍ ଲାବୋରେଟୋରିକୁ ସାମ୍ପଲ ପରୀକ୍ଷା ପାଇଁ ପଠାଯାଉଛି କି ନାହିଁ ଜଣାପଡୁନାହିଁ। ଏହାଦ୍ୱାରା ଶିଶୁ, ଗର୍ଭବତୀ ଏବଂ ପ୍ରସୂତିଙ୍କ ସହ ଖେଳ ଖେଳାଯାଉଛି। ତେଣୁ ପ୍ରତି ପଞ୍ଚାୟତରେ ଷ୍ଟାଣ୍ଡିଂ କମିଟି ଗଠନ କରାଯାଉ। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ନମିତା ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ସେ କାର୍ଯ୍ୟରେ ନୂଆକରି ଯୋଗଦେଇଛନ୍ତି। ତେବେ ଅଭିଯୋଗଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପ୍ରକାଶଥାଉ କି, ମାନରେ କୌଣସି ବ୍ୟତିକ୍ରମ ହେଲେ ସମ୍ପୃକ୍ତ ଗୋଷ୍ଠୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ଲକରୁ ଜିଲାସ୍ତର ପର୍ଯ୍ୟନ୍ତ ୪ ପର୍ଯ୍ୟାୟରେ ତଦାରଖ କରିବା ପାଇଁ କମିଟି ଗଠନ କରାଯାଇଛି। ଏହାସତ୍ତ୍ବେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ଯୋଜନା ବାସ୍ତବ ଲକ୍ଷ୍ୟଠାରୁ ଦୂରେଇ ଯାଉଛି ।
Posted inHome, Home Left, ଆମ ଜିଲା ଖବର, ଜଗତ୍ସିଂହପୁର View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
Archives


