ଜଗତ୍ସିଂହପୁର, ୩ା୯(ପ୍ରମୋଦ କୁମାର ନାୟକ)ଜଗତସିଂହପୁର ଜିଲାର ପାଖାପାଖି ୩୧,୪୬୭ ଶିଶୁ, ୨୨୮ ଦୁର୍ବଳ ଶିଶୁ, ୧୦,୩୫୧ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଥିବା ନେଇ ସରକାରୀ ଭାବେ ଦର୍ଶାଯାଉଛି। ବାସ୍ତବରେ କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଏହା ପହଞ୍ଚତ୍ପାରୁନାହିଁ। ଏହାବାଦ୍ ଖାଦ୍ୟ ପରିମାଣ ଏବଂ ମାନ କମ୍ କରାଯାଇ ବାର୍ଷିକ ଏକାଧିକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଲୁଚି ରହିଥିବା ରହସ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି।
ଅତୀତରେ ଏହି ଯୋଜନାରେ ଯୋଗାଇ ଦିଆଯାଉଥିବା ଡାଲି ଏବଂ ଚାଉଳରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ୨୦୧୧ରୁ ଛତୁଆ ଯୋଗାଇ ଆସୁଛନ୍ତି। କିନ୍ତୁ ଏଥିରେ କୌଣସି ସୁଧାର ଆସୁନାହିଁି । ଜଗତ୍ସିଂହପୁର ଜିଲାର ୮ଟି ବ୍ଲକରେ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ଏହି ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି। ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବଣ୍ଟନର ସୁବିଧା ଦୃଷ୍ଟିରୁ ଭିନ୍ନଭିନ୍ନ ରଙ୍ଗର ପ୍ୟାକେଟ୍ରେ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ଯୋଗାଇ ଦିଆଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ କେତେକ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଦ୍ ଦେଲେ ଅଧିକାଂଶ ଗୋଷ୍ଠୀର ଲାଭଖୋର ମନୋଭାବ ଯୋଗୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁି । ଛତୁଆ ପ୍ରସ୍ତୁତକାରୀ ସଂସ୍ଥାଗୁଡିକ ଓଜନରେ ଅର୍ଥାତ୍ ମାସିକ ଲକ୍ଷାଧିକ ପ୍ୟାକେଟ୍ ଛତୁଆରେ ସିଧାସଳଖ ବାଟମାରଣା କରୁଛନ୍ତି। ଏବାବଦରେ ବାର୍ଷିକ ବହୁ ଟଙ୍କାର ବାଟମାରଣା ହେଉଛି। କେବଳ ଓଜନରେ ନୁହେଁ, ଗୁଣାତ୍ମକ ମାନରେ ମଧ୍ୟ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଗହମ, ବୁଟ, ଚିନାବାଦାମ ଏବଂ ଚିନିର ଭାଗ ଠିକ୍ ରହୁନି। ସରକାରୀ ଭାବେ ଏସ୍ଏଚ୍ଜିଗୁଡ଼ିକୁ କିଲୋଗ୍ରାମ ପିଛା ୨ ଟଙ୍କା ଦରରେ ଗହମ ଯୋଗାଣ ହେଉଛି। ବଜାରରେ ଏହା ଉପଲବ୍ଧ ହେଉ ନ ଥିବା ବେଳେ ଯେଉଁଠି ମିଳୁଛି ଅଧିକ ଦରରେ ବିକ୍ରି ହେଉଛି। ଫଳରେ ଏହାର ଚାହିଦା ଅଧିକ ରହୁଛି। ଏହାର ସୁଯୋଗରେ ଗୋଷ୍ଠୀଗୁଡିକ ବର୍ଦ୍ଧିତ ଦରରେ ଗହମ ବିକି ବେଶ ଲାଭବାନ ହେଉଛନ୍ତି। ଏଥିସହ ଚିନି, ବୁଟ ଏବଂ ଚିନାବାଦାମ ବାବଦରେ ବାର୍ଷିକ ପାଖାପାଖି ଏକାଧିକ କୋଟି ଟଙ୍କାର ହେରଫେର ହେଉଛି। ଜିଲାରେ ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘ ବର୍ଷ ଧରି ଛତୁଆ ଯୋଗାଇ ଆସୁଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏହି ଏସ୍ଏଚ୍ଜି ନାମରେ ଅନେକ ପ୍ରଭାବଶାଳୀ ଲୋକ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ସେମାନେ ବିଭାଗୀୟ ଅଧିକାରୀମାନଙ୍କ ସହ ବୁଝାମଣା କରି ମନଇଚ୍ଛା କାରବାର ଚଳାଇଛନ୍ତି । ଅତୀତରେ ଜଗତ୍ସିଂହପୁର ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ। ସେମାନେ କହିଥିଲେ, ବର୍ଷାଧିକ କାଳହେବ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଛତୁଆ ଉତ୍ପାଦନ ଏବଂ ଯୋଗାଣ ଦାୟିତ୍ୱ ଦିଆଯାଇଛି। ମାତ୍ର ଏଗୁଡିକର ମାନ ନିର୍ଦ୍ଧାରଣ କିମ୍ବା ତଦାରଖ ହେଉ ନାହିଁ । କେବଳ ଛତୁଆ ଯୋଗାଉଥିବା ଏସ୍ଏଚ୍ଜିଗୁଡ଼ିକର ଅବଧି ପ୍ରତିବର୍ଷ ନବୀକରଣ କରାଯାଉଛି । ଏଥିସହ ପ୍ରତି ମାସରେ ଷ୍ଟେଟ୍ ଲାବୋରେଟୋରିକୁ ସାମ୍ପଲ ପରୀକ୍ଷା ପାଇଁ ପଠାଯାଉଛି କି ନାହିଁ ଜଣାପଡୁନାହିଁ। ଏହାଦ୍ୱାରା ଶିଶୁ, ଗର୍ଭବତୀ ଏବଂ ପ୍ରସୂତିଙ୍କ ସହ ଖେଳ ଖେଳାଯାଉଛି। ତେଣୁ ପ୍ରତି ପଞ୍ଚାୟତରେ ଷ୍ଟାଣ୍ଡିଂ କମିଟି ଗଠନ କରାଯାଉ। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ନମିତା ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ସେ କାର୍ଯ୍ୟରେ ନୂଆକରି ଯୋଗଦେଇଛନ୍ତି। ତେବେ ଅଭିଯୋଗଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପ୍ରକାଶଥାଉ କି, ମାନରେ କୌଣସି ବ୍ୟତିକ୍ରମ ହେଲେ ସମ୍ପୃକ୍ତ ଗୋଷ୍ଠୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ଲକରୁ ଜିଲାସ୍ତର ପର୍ଯ୍ୟନ୍ତ ୪ ପର୍ଯ୍ୟାୟରେ ତଦାରଖ କରିବା ପାଇଁ କମିଟି ଗଠନ କରାଯାଇଛି। ଏହାସତ୍ତ୍ବେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ଯୋଜନା ବାସ୍ତବ ଲକ୍ଷ୍ୟଠାରୁ ଦୂରେଇ ଯାଉଛି ।
Posted inHome, Home Left, ଆମ ଜିଲା ଖବର, ଜଗତ୍ସିଂହପୁର View All
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

