ପଟ୍ଟାମୁଣ୍ଡାଇ, ରାଜନଗରରୁ ଶ୍ରମିକ ନେଲା ବାହାର ରାଜ୍ୟ ବସ୍‌

ପଟ୍ଟାମୁଣ୍ଡାଇ, ୩ା୯(କଳ୍ପତରୁ ନାୟକ)ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟମୁହଁା ହେବାରେ ଲାଗିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ୍‌ ଆସି ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳରେ ଡେରା ପକାଇଛନ୍ତି। ଚାଷ ପ୍ରତି ବିମୁଖ ବର୍ତ୍ତମାନର ଯୁବପିଢ଼ିଙ୍କୁ ଏଠାରେ ବର୍ଷସାରା କିଛି କାମଧନ୍ଦା ମିଳୁନି। ଏ ନେଇ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଯୁବତୀ ଯୁବକ ଏବେ ସୁଦୂର କେରଳ, ତାମିଲନାଡୁ, କର୍ନାଟକ ଭଳି ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି।
ସାମାଜିକ କର୍ମୀ ଶଶିକାନ୍ତ ସ୍ବାଇଁ କହିଛନ୍ତି, ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳର ଶତାଧିକ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କେରଳ ଓ ତାମିଲନାଡୁ କାରଖାନା ମାଲିକମାନେ ସେଠାରୁ ବସ୍‌ ପଠାଇ ଦଲାଲଙ୍କ ମାଧ୍ୟମରେ ଶ୍ରମିକଙ୍କୁ ନେଉଛନ୍ତି। ଓଡ଼ିଶାରେ ଉତ୍ପାଦିତ ଖଣିଜ ପଦାର୍ଥରୁ ୫୦ ହଜାର କୋଟି ଟଙ୍କାର ରୟାଲ୍‌ଟି ମିଳୁଛି ବୋଲି ସିଏଜି ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ ଉନ୍ନତି ପଥରେ ବୋଲି ସରକାର କହୁଛନ୍ତି। ମାତ୍ର ଏଠାରେ ରାଜ୍ୟ ସରକାର ଅର୍ଥନୀତିର ସୁପରିଚାଳନାର ଅଭାବ, ସ୍ଥାନୀୟ ସମସ୍ୟା ପ୍ରତି ସରକାରଙ୍କ ଦୂରଦୃଷ୍ଟିର ଅଭାବ, ପ୍ରାକୃତିକ ସମ୍ପଦର ସୁବିନିଯୋଗରେ ତ୍ରୁଟି, ଆଞ୍ଚଳିକସ୍ତରରେ ଦାରିଦ୍ର୍ୟ ପରିଚାଳନାର ଅଭାବ, ସ୍ଥାନୀୟ ପ୍ରଶାସନର ଅମନଯୋଗିତା, ଯୋଜନା ବଣ୍ଟନରେ ଭାରସାମ୍ୟର ଅଭାବ, ଦୁର୍ନୀତି ଆଦି କାରଣ ଯୋଗୁ ଏହି ଅଞ୍ଚଳରେ ଦାଦନ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ପେଟ ଚାଖଣ୍ଡକ ପାଇଁ କୋମଳ ଶିଶୁର ମୁହଁକୁ ଦୂରେଇ ଦୂରଦୂରାନ୍ତକୁ ଖଟିବାକୁ ଯାଉଛନ୍ତି। ଆଇନଜୀବୀ ଭବାନୀ ପଣ୍ଡା କହିଛନ୍ତି, ଆନ୍ତଃ ରାଜ୍ୟ ଶ୍ରମିକ ଚାଲାଣ (ନିୟନ୍ତ୍ରଣ) ଆଇନ-୧୯୭୯ କାର୍ଯ୍ୟକାରୀ ହେଲା ସତ, ଏହା ଯୋଗୁ ଦାଦନ ପରି କୁତ୍ସିତ ସମସ୍ୟାକୁ ରୋକାଯାଇପାରିଲା ନାହିଁ ବରଂ ସରକାରୀ ସ୍ବୀକୃତ ଭାବେ ଏହା ଅବାଧରେ ଚାଲୁଛି। ୧୮୪୮ରେ କାର୍ଲ ମାର୍କ୍ସ ଓ ଫ୍ରେଡ୍‌ରିକ ଏଙ୍ଗେଲ୍‌ସଙ୍କ ଅମର ଗ୍ରନ୍ଥ ’କମ୍ୟୁନିଷ୍ଟ ଇସ୍ତାହାର’ ପ୍ରକାଶନ ପୂର୍ବରୁ ମାର୍କ୍ସ କହିଥିଲେ, ଯଦି ସମାଜରେ ସମସ୍ତେ ସମାନ ଭାବେ ରହିପାରିବେ ନାହିଁ, ସମସ୍ତଙ୍କୁ ଅର୍ଥନୈତିକ ସମାନତା ପ୍ରଦାନ କରାଯାଇପାରିବ ନାହିଁ, ତେବେ ସେହି ସମାଜର ଅଗ୍ରଗତି ସମ୍ଭବ ନୁହେଁ। ଯଦି ସରକାର ଗରିବଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ ତେବେ ସେହି ସରକାର ଏକ ପ୍ରଗତିଶୀଳ ସରକାର ହୋଇପାରିବ ନାହିଁ। ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ପଟ୍ଟାମୁଣ୍ଡାଇରେ କୃଷିକ୍ଷେତ୍ର ପଡ଼ିଆ ପଡୁଛି। ଜିଲାରେ ଖଣି ଓ ଶିଳ୍ପ ନାହିଁ। ପ୍ରାୟ ୨୨ ହଜାରରୁ ଅଧିକ ଗ୍ରାଜୁଏଟ୍‌ ଓ ବୈଷୟିକ ଜ୍ଞାନଧାରୀ ଜିଲା କର୍ମ ନିୟୋଜନ ବିଭାଗରେ ନିଜର ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ନିଯୁକ୍ତି ନାହିଁ। ଗରିବ ଲୋକମାନଙ୍କୁ ବ୍ୟାଙ୍କରୁ ମଧ୍ୟ ସହାୟତା ମିଳୁନାହିଁ। ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ତାହା କେବଳ କାଗଜକଲମରେ ରହିଛି। ଫଳରେ ଯୋଜନା ତିଆରି ହୁଏ, ଅର୍ଥ ଆସେ, ଏହାର ବିନିଯୋଗ ପତ୍ର ଦାଖଲ ହୁଏ, ମାତ୍ର ଲୋକମାନେ ଏ ସମ୍ପର୍କରେ ଜାଣିପାରନ୍ତି ନାହିଁ। ଫଳ ଏହା ହୁଏ ଯେ, ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ବାଟବଣା ହୁଏ। ଜୀବନଧାରଣ ଓ ପରିବାର ପୋଷଣ ପାଇଁ ଯୁବବର୍ଗଙ୍କୁ ବାହାରକୁ ଯିବାକୁ ପଡୁଛି। ଶୁକ୍ରବାର କେରଳ ବସ୍‌ରେ ଚଢ଼ୁଥିବା ବେଳେ ପଟ୍ଟାମୁଣ୍ଡାଇର ସିଦ୍ଧାନ୍ତ ମଲିକ, ଲିଟନ ମଲିକ, ପ୍ରହଲ୍ଲାଦ ସେଠୀ, ଉମାକାନ୍ତ ଦାସଙ୍କ ସମେତ ବହୁ ଯୁବତୀଯୁବକ ମନର କଥା କହିଛନ୍ତି, ରାଜ୍ୟରେ ରହିଥିବା ବିପୁଳ ଖଣିଜ ସମ୍ପଦ, ବିଶାଳ ଜଙ୍ଗଲ ଓ ସମୁଦ୍ରକୂଳ ସହ ବୃହତ୍‌ ଲୋକଶକ୍ତି ଅଛି। ବସ୍ତ୍ର, କୃଷି, ପାରମ୍ପରିକ ଶିଳ୍ପର ବିକାଶକୁ ଦୃଷ୍ଟି ଦିଆଯାଉନି। ଓଡ଼ିଶାର ଲୁହାପଥର, କୋଇଲା, ମାଙ୍ଗାନିଜ୍‌, ବକ୍ସାଇଟ୍‌ ଖୋଳି ବିକ୍ରି କରାଯାଉଛି। ମାତ୍ର ଏହାକୁ ବ୍ୟବହାର କରି ଜିନିଷ ପ୍ରସ୍ତୁତି ନିମନ୍ତେ ଶିଳ୍ପ କରାଯାଉନାହିଁ। କେବଳ ନିର୍ବାଚନ ଆସିଲେ ଶିଳ୍ପପତିମାନଙ୍କ ପାଖକୁ ଦୌଡ଼ି ଯାଉଛନ୍ତି। ଓଡ଼ିଶାର ବେକାର ଯୁବତୀଯୁବକ ନିଯୁକ୍ତି ପାଇଲେ ଗରିବ ସମସ୍ୟା ସମାଧାନ ହୋଇପାରନ୍ତା। ହେଲେ ଓଲଟା ଟଙ୍କିକିଆ ଚାଉଳ ହିତାଧିକାରୀଙ୍କ ସଂଖ୍ୟା ବଢ଼ୁଛି। ସରକାର ଏ ବାବଦରେ ନଁା ନେବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶା ଧନୀ ହେଉଛି ବୋଲି କୁହାଯାଉଛି। ହେଲେ ଓଡ଼ିଆ ଗରିବ ହୋଇଚାଲିଛି ଓ ଦାଦନ ସଂଖ୍ୟା ବଢ଼ିଚାଲିଛି। ଓଡ଼ିଆ ଶିକ୍ଷିତ, ବେକାର ଓ ଦାଦନ ଶ୍ରମିକଙ୍କ ଉପରେ ମାନସିକ ଚାପ ବଢ଼ି ବଢ଼ି ଚାଲିଛି। ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଆମେ ଦାଦନ ଖଟିବାକୁ ଯାଉଛୁ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଡିଭିଜନାଲ ଲେବର କମିଶନର ପ୍ରଦୀପ ମହାନ୍ତିଙ୍କୁ ପଚାରିବାରେ ବାହାର ରାଜ୍ୟରୁ ବସ୍‌ ଆସି ଶ୍ରମିକ ନେବା ଅପରାଧ। ସ୍ଥାନୀୟ ପୋଲିସ ଚାହିଁଲେ ଦଲାଲ ଓ ବସ୍‌ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri