ଅଙ୍ଗନଓ୍ବାଡିରେ ପିଲାଙ୍କୁ ମାଣ୍ଡିଆ ଲଡୁ ଦିଅ

ଢେଙ୍କାନାଳ ଅଫିସ, ୧ା୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶୁକ୍ରବାର ପୋଷଣ ପକ୍ଷ-୨୦୨୩ର ଶୁଭାରମ୍ଭ କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଅଙ୍ଗନୱାଡି କେନ୍ଦ୍ରରେ ସକାଳ ଜଳଖିଆରେ ପିଲାଙ୍କୁ ମାଣ୍ଡିଆ ଲଡୁ ଦେବା, ମଧ୍ୟାହ୍ନଭୋଜନରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ ଆଲୋଚନାରେ ଭାଗନେଇ ମାଣ୍ଡିଆ ଚାଷରେ ମନୋନିବେଶ କରିବାକୁ ଆହ୍ବାନ ଦେଇଥିଲେ। ମାଣ୍ଡିଆର ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ସମ୍ପର୍କରେ ସିଡିଏମ୍‌ଓ ଡା. ଅଶୋକ କୁମାର ଦାସ ଆଲୋକପାତ କରିଥିଲେ।
ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସାହୁ, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମେତ ଜିଲା ପ୍ରଶାସନର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବାହ୍ନ ୧୦୦ ଏସ୍‌ଏସ୍‌ଜି ସଦସ୍ୟାଙ୍କୁ ନେଇ ବାଜିଚୌକଠାରୁ ମିନି ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଏବଂ ୧୦୦ ଛାତ୍ରୀଛାତ୍ରଙ୍କୁ ନେଇ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ଏହାକୁ ଅତିରିକ୍ତ ଜିଲାପାଳ ସେଠୀ ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ ବାହାଘରରେ ମହିଳା ତହସିଲଦାରଙ୍କ ନୃତ୍ୟ, ଭିଡିଓ ଭାଇରାଲ

ତିର୍ତ୍ତୋଲ,୨୪ା୫ (ଡି.ଏନ୍‌.ଏ.):ଭାଇ ବାହାଘର ସମୟରେ ଜଣେ ମହିଳା ତହସିଲଦାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ସେ ଯାଜପୁର ଜିଲାର ଜଣେ...

କଟକ ସହର ପାଇଁ ହେଲ୍ପଲାଇନ ଜାରିକଲା ସିଏମସି

କଟକ ଅଫିସ,୪। ୪- ସଟ୍ ଡାଉନ୍ ଯୋଗୁଁ କଟକ ସହର ସଂପୂର୍ଣ୍ଣ ବନ୍ଦ ରହିଛି। ଘରୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।...

ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋ ଭାଇରାଲ

ନୟାଗଡ଼,୨୧।୮(ଲୋକନାଥ ମିଶ୍ର):ନୟାଗଡ଼ ସଦର ଥାନା ବାଲୁଗଁା ଅଞ୍ଚଳର ଏକ ହାଇସ୍କୁଲରେ ୫ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋକୁ ମୁହଁ ଅସଲି ରଖି ଶରୀରକୁ ଉଲଗ୍ନ...

କୁଲଡ଼ିହା ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର, ଗାର୍ଡ଼ ନିଲମ୍ବିତ

ସଜନାଗଡ଼, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର କୁଲଡ଼ିହା ଅଭୟାରଣ୍ୟରେ ଗତ ୫ତାରିଖରେ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ହାତୀର ମୃତ୍ୟୁକୁ ନେଇ ବନବିଭାଗ କୌଣସି ଟେର୍‌...

ଘର ଶୁଭ ଦେବା ପୂର୍ବରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ବାହାନଗା,୧୫।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ୬ ନମ୍ବର ୱାର୍ଡ ପାଳସାହିର ସତ୍ୟବାନ ପାଳ(୫୫) ରବିବାର ରାତିରେ ଘରଠାରୁ ଅଧକିଲୋମିଟର ଦୂର ବାଲିପଦା...

ଧାମରାରେ ଖୋଲାଯାଉ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

ଭଦ୍ରକ ଅଫିସ, ୧୩।୧୨: ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ସଂସଦ ଅଧିବେଶନରେ ଧାମରାରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ସ୍ବତନ୍ତ୍ର...

ବାଇକ୍‌ରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ

ପୁରୀ ଅଫିସ ୩ା୮: ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାସତ୍ତ୍ୱେ କେତେକ କ୍ଷେତ୍ରରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସୁଛି। ମଙ୍ଗଳବାର ପୁରୀ...

ମିଳୁନି ଟୁଙ୍ଗି ପୁନରୁଦ୍ଧାର ସହାୟତା

ବେଗୁନିଆ,୨୦ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ମଧ୍ୟରୁ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯୋଜନା ଅନ୍ୟତମ। ଗଁା ଗହଳିରେ ରହିଥିବା ଝାଟିମାଟି ଟୁଙ୍ଗିର ପୁନରୁଦ୍ଧାର...

Advertisement
Archives

Model This Week